ଏସ୍‌ସିବି ଟ୍ରମା କେୟାର ଆଇସିୟୁରେ ନିଆଁ ତଦନ୍ତ ରିପୋର୍ଟ ୬୦ଦିନରେ ଆସିବ

ଭୁବନେଶ୍ବର: ଏସ୍‌ସିବି ମେଡିକାଲର ଟ୍ରମା କେୟାର ଆଇସିୟୁରେ ନିଆଁ ଲାଗି ରୋଗୀ ପ୍ରାଣ ହରାଇବା ଘଟଣାର ତଦନ୍ତ ପାଇଁ ସରକାର ଜଣିକିଆ ନ୍ୟାୟିକ କମିସନ ଗଠନ କରିଛନ୍ତି। ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ ଲକ୍ଷ୍ମୀଧର ବିଶ୍ବାଳ ଏହି ଘଟଣାର ତଦନ୍ତ କରିବେ। ଆସନ୍ତା ୬୦ଦିନ ଭିତରେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବେ। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏ ସଂପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଏସ୍‌ସିବିରେ ନିଆଁ ଲାଗିବା ଏକ ଚିନ୍ତାଜନକ ଘଟଣା। ନ୍ୟାୟିକ କମିସନ ଆଇନ, ୧୯୫୨ ଅନୁସାରେ ଏହାର ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ଆଇସିୟୁରେ ନିଆଁ ଲାଗିଲା ତାହାର ଅନୁଧ୍ୟାନ ଆବଶ୍ୟକ। ଏହି ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ଭୂମିକା ଓ ଉତ୍ତରଦାୟିତ୍ବ ଖୋଜିବା, ପରିସ୍ଥିତିର ମୁକାବିଲା ପାଇଁ ହସ୍ପିଟାଲ ଓ ଅନ୍ୟ ସଂସ୍ଥାଗୁଡ଼ିକର ପ୍ରସ୍ତୁତି, ଘଟଣା ସମୟରେ ରୋଗୀଙ୍କ ଜୀବନ ବଞ୍ଚାଇବା ଲାଗି ପୂର୍ବରୁ ଓ ପରେ ନିଆଯାଇଥିବା ପଦକ୍ଷେପ ଯଥେଷ୍ଟ ଥିଲା କି ନାହିଁ କମିସନ ଏହାର ଅନୁଧ୍ୟାନ କରିବେ। ଏହାସହ ଆଗାମୀ ଦିନରେ ଏଭଳି ଘଟଣା ଯେଭଳି ନ ଘଟିବ ସେଥିପାଇଁ କମିସନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବେ। ତଦନ୍ତ ସମୟରେ କଟକରେ କମିସନଙ୍କ ମୁଖ୍ୟାଳୟ କାର୍ଯ୍ୟ କରିବ। ଆବଶ୍ୟକ ପଡ଼ିଲେ କମିସନ ଅନ୍ୟ ସ୍ଥାନକୁ ଯାଇ ମଧ୍ୟ ଏହାର ତଦନ୍ତ କରିପାରିବେ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ