ଓଜନ କମାଇବାର ଘରୋଇ ଉପଚାର

ଫିଟ୍‌ ଆଣ୍ଡ ଫାଇନ୍‌ ରହିବାକୁ ହେଲେ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିବା ନିହାତି ଜରୁରୀ। ସେଥିପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି। କିଛି ଲୋକ ଓଜନ କମାଇବା ପାଇଁ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି ତ ଆଉ କିଛି ଲୋକ ଡାଏଟ୍‌ କଣ୍ଟ୍ରୋଲ୍‌ ଉପରେ ବିଶ୍ୱାସ କରିଥାନ୍ତି। ହେଲେ ଜାଣନ୍ତି କି ଏମିତି ବି କିଛି ସହଜ ଓ ସରଳ ଘରୋଇ ଟିପ୍ସ ରହିଛି; ଯାହାକୁ ଆପଣେଇ ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିହେବ। ଯେମିତିକି: * ସକାଳୁ ଉଠିବା ପରେ ପ୍ରଥମେ କିଛି ସମୟ ପାଇଁ ଚଲାବୁଲା କରିବା। ଏହି ଉପାୟ ଦ୍ୱାରା ଧୀରେ ଧୀରେ ଶରୀରର ଓଜନ କମିବା ସାଙ୍ଗକୁ ବ୍ୟକ୍ତିଙ୍କୁ ଫ୍ରେଶ୍‌ ଅନୁଭବ ବି ହୋଇଥାଏ। * ପ୍ରତିଦିନ କିଛି କିଛି ସମୟ ଯୋଗ କଲେ ବି ଶରୀରକୁ ଅନେକ ଫାଇଦା ମିଳିଥାଏ। * ସେହିପରି ସକାଳ ସମୟରେ ଏକ ଗ୍ଲାସ୍‌ ହାଲୁକା ଉଷୁମ ପାଣିରେ ଦୁଇ ଚାମଚ ମହୁ ମିଶାଇ ନିୟମିତ ପିଇଲେ ଶରୀରର ଓଜନ ଧୀରେ ଧୀରେ କମିବାକୁ ଲାଗିଥାଏ। * ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ ଠିକ୍‌ ସମୟରେ ପାଣି ପିଇବା ବି ନିହାତି ଜରୁରୀ। * ଭୋଜନ କରିବାର ଏକ ଘଣ୍ଟା ପୂର୍ବରୁ ପାଣି ପିଇଲେ ଏହା ଭୋକକୁ କିଛି ସମୟ ପାଇଁ ଶାନ୍ତ କରି ଦେଇଥାଏ; ଯଦ୍ଦ୍ବାରା ଆବଶ୍ୟକତାଠାରୁ ଆଉ ଅଧିକା ଖାଇହୁଏନି। ଫଳରେ ଓଜନ ବଢ଼ିବାର ଆଶଙ୍କା କମିଯାଏ। * ଲେମନ୍‌ ଟି ହେଉ କି ଗ୍ରୀନ୍‌ ଟି ପିଇବା ଦ୍ୱାରା ବି ଶରୀରର ଓଜନକୁ ନିୟନ୍ତ୍ରଣରେ ରଖିହୁଏ ।

  • Related Posts

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସମ୍ବଲପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସାମ୍ପ୍ରତିକ ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ଅଧ୍ୟାୟରେ ଓଡ଼ିଶାର ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ବିଶେଷ ଭାବେ ପ୍ରଶଂସା କରିଛନ୍ତି। ଜଣେ ସାଧାରଣ ଗୃହିଣୀ ରୂପରେ ଜୀବନ ଆରମ୍ଭ କରିଥିବା ସୁଜାତା ପରିବାରକୁ ଅଧିକ…

    Continue reading
    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଭୁବନେଶ୍ଵର, ୨୪/୦୩/୨୦୨୬: ଆଜି ପୂର୍ବାହ୍ନ ଭୁବନେଶ୍ୱର ଲକ୍ଷ୍ମୀସାଗର ସ୍ଥିତ ମହିଳା ଓ ଶିଶୁ ପ୍ରତିଷ୍ଠାନ ସମ୍ମିଳିନୀ କକ୍ଷରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗ ଆନୁକୁଲ୍ୟରେ ସାଇବର ଅପରାଧରୁ ମହିଳା ମାନଙ୍କ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ