ଓଡ଼ିଆ ସମାଜ ସହ ଜଡ଼ିତ ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟର ଜିର୍ଣ୍ଣୋଧାର ହେବ: ଧର୍ମେନ୍ଦ୍ର ପ୍ରଧାନ

କଟକ,23।08: କଟକ ଠାରେ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ। ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ୧୦୦ ବର୍ଷ ପୂରଣ କରିବ। ଏହି ସମୟ ମଧ୍ୟରେ ଆମର ଦୁଇଟି ଦାୟିତ୍ୱ ଅଛି, ଗୋଟିଏ ହେଲା ମାତୃଭାଷାରେ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କୁ ଉପଯୁକ୍ତ ପୋଷଣ। ଯେଉଁ କଟକରେ ବାଇମୁଣ୍ଡି କାଠଯୋଡ଼ିରେ ପଥର ବନ୍ଧ କରି ସହରକୁ ବନ୍ୟାଜଳରୁ ରକ୍ଷା କରିଥିଲେ, ସେହି କଟକରେ ଏକ ଦାୟିତ୍ୱବାନ ସମାଜ ଭାବରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀମାନଙ୍କ ପୋଷଣର ଦାୟିତ୍ୱ ଆମେ କାହିଁକି ନେଇପାରିବା ନାହିଁ ? କେବଳ ସରକାର ନୁହେଁ ସମାଜ ମଧ୍ୟ ଏ ଦିଗରେ ନିଜର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର ଆସିବା ପରେ ଓଡ଼ିଆ ସମାଜ ସହ ଜଡ଼ିତ ଐତିହ୍ୟ ସମ୍ପନ୍ନ ବିଦ୍ୟାଳୟର ଜିର୍ଣ୍ଣୋଧାର କରିବା ପାଇଁ ନୀତି ଆଣିଛନ୍ତି। ଅବିଳମ୍ବେ ଜାତୀୟ ଶିକ୍ଷାନୀତି -୨୦୨୦ର କ୍ରିୟାନ୍ୱୟନ ସହ ଏହାର ପରାମର୍ଶ ଅନୁସାରେ ସ୍କିମାଟିକ ପ୍ରାଥମିକ ଶିକ୍ଷକମାନଙ୍କୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ପ୍ରାଥମିକ ଶିକ୍ଷାକୁ ପ୍ରୋତ୍ସାହନ ସହ ଶିକ୍ଷକଙ୍କୁ ସମ୍ମାନର ସହ ଜୀବନ ବଞ୍ଚିବା ପାଇଁ ଆମ ସରକାର ବଦ୍ଧ ପରିକର। ଛାତ୍ରଛାତ୍ରୀମାନେ କେବଳ ଚାକିରି କରିବେ ନାହିଁ ବରଂ ଚାକିରିଦାତା ଭାବେ ନିଜର ନୂଆ ପରିଚୟ ତିଆରି କରିବେ ବୋଲି ସେ କହିଛନ୍ତି। ‘ଜାତୀୟ ମହାକାଶ ଦିବସ’ ଅବସରରେ କଟକ ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ ଆୟୋଜିତ ‘ବିଜ୍ଞାନ ମେଳା’ ବୁଲିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଓ ପ୍ରଦର୍ଶିତ ଉପକରଣ ଦେଖି ପ୍ରଶଂସା କରିଥିଲେ। ଏହି ଅବସରରେ ଶ୍ରୀ ପ୍ରଧାନ ମେଧାବୀ ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପୁରାତନ ଛାତ୍ର ସଂସଦର ଓ୍ୱେବସାଇଟ୍ ଉନ୍ମୋଚନ କରିଥିଲେ। ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ‘ଶିକ୍ଷା ଜ୍ୟୋତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ରେଭେନ୍ସା କଲିଜିଏଟ ସ୍କୁଲ ସହ ମୋର ଅନେକ ଦିନର ସ୍ମୃତି ଜଡ଼ିତ। ଏହା ସବୁ ଓଡ଼ିଆଙ୍କ ପାଇଁ ଏକ ସର୍ବପୁରାତନ ହାଇସ୍କୁଲ ନୁହେଁ ବରଂ ଏକ ତୀର୍ଥକ୍ଷେତ୍ର ସହ ସମାନ। କାରଣ ଏହି ହାଇସ୍କୁଲ ମଣିଷ ତିଆରି କରେ ନାହିଁ ବରଂ ଜଣେ ଜଣେ ନେତୃତ୍ୱଙ୍କୁ ତିଆରି କରେ। ଏହି ସ୍କୁଲ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଭଳି ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ତିଆରି କରିଛି, ଯେଉଁମାନେ ଆମର ରାଷ୍ଟ୍ରର ଗୌରବ ବଢାଇଛନ୍ତି। ୬ ସେପ୍ଟେମ୍ବର, ୨୦୧୯ରେ ଏହି ସ୍କୁଲକୁ ଆସିଥିବା ବେଳେ ଭାରତ ସରକାରଙ୍କ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଏଚପିସିଏଲର ସିଏସଆର୍ ଫଣ୍ଡରୁ ପାଖାପାଖି ୨ କୋଟି ଟଙ୍କା ବ୍ୟୟରେ ନେତାଜୀ ବିଜ୍ଞାନ ପ୍ରୟୋଗଶାଳା ଏବଂ ପାଠାଗାର ଉଦଘାଟନ କରିବାର ସୁଯୋଗ ମିଳିଥିଲା। ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବାରବାଟୀ –କଟକ ବିଧାୟକା ସୋଫିଆ ଫିର୍ଦ୍ଦୋଶ, ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ଼ଃ ଶ୍ୟାମାମଣୀ ଦେବୀ ପ୍ରମୁଖ ଯୋଗଦେଇଥିଲେ।

  • Related Posts

    State-wide fire safety mock drill on March 28

    Bhubaneswar,23/03/2026: The Housing & Urban Development Department, in collaboration with Odisha Fire Services, conducted a sensitization workshop on fire safety awareness and preparedness today. The session was aimed at synchronizing…

    Continue reading
    Heatwave Worries: Outdoor Activity Banned 11 a.m. to 3 p.m.

    Bhubaneswar, 23/03/2026: Odisha govt bans outdoor work from 11 AM to 3 PM in heatwave advisory Anticipating a rise in temperatures in April and a heightened risk of heatwave-related illnesses,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ