ଓଡ଼ିଶା ଆସିବେ ରାହୁଲ

ଭୁବନେଶ୍ୱର :ଚଳିତ ମାସ ଜୁଲାଇ ୧୧ ତାରିଖ ଲୋକସଭା ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ଓଡ଼ିଶା ଆସିବେ। ସାଂସଦ ରାହୁଲ ଗାନ୍ଧୀଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ(ସଂଗଠନ) କେ ସି ବେଣୁଗୋପାଳ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ “ସମ୍ବିଧାନ ବଞ୍ଚାଓ” ସମାବେଶରେ ଯୋଗ ଦେବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ପ୍ରଦାନ କରିଛନ୍ତି। ଏଥି ନେଇ କଂଗ୍ରେସ ଭବନରେ ପରିବର୍ଦ୍ଧିତ ରାଜନୈତିକ ବ୍ୟାପାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପିସିସି ସଭାପତିଙ୍କ ସହ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିବା ସହ ରାହୁଲ ଗାନ୍ଧୀଙ୍କ ସମାବେଶ କିପରି ସଫଳ ହୋଇପାରିବ ସେଥିପାଇଁ ସୁଚିନ୍ତିତ ମତାମତ ଦେଇଥିଲେ।

  • Related Posts

    ଭୁବନେଶ୍ବର ଫେରିଲେ କଂଗ୍ରେସ ବିଧାୟକ

    ଭୁବନେଶ୍ୱର: ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ହଟାଅ ଅଭିଯାନରେ ଦିଲ୍ଲୀ ଯାଇଥିବା କଂଗ୍ରେସର ୫ ବିଧାୟକ ଶୁକ୍ରବାର ରାତିରେ ଭୁବନେଶ୍ବର ଫେରିଛନ୍ତି। ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ସି.ଏସ. ରାଜନ ଏକ୍କା, ମଙ୍ଗୁ ଖିଲ,…

    Continue reading
    ପୋଲିସ ଆଇନର ରକ୍ଷକ ନୁହେଁ, ସତ୍ତାର ସୁରକ୍ଷା କର୍ମୀ:କଂଗ୍ରେସ

    ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଦୁଷ୍କର୍ମ ପୀଡିତାଙ୍କୁ ପୋଲିସର ନିର୍ଯାତନା ଏବଂ ଅର୍ଥ ଆଦାୟ ବିଷୟକୁ ନେଇ ଓଡିଶା ପୋଲିସ ପୁଣି ଥରେ କଳା କାରନାମା ରଚିଛି ଏବଂ ଏହାକୁ ନେଇ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ