ଓଡ଼ିଶା ଇତିହାସ ଉପରେ ହେବ ଗବେଷଣା, ଘୋଷଣା କଲେ ଆଇନମନ୍ତ୍ରୀ

ଭୁବନେଶ୍ବର: ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଓଡ଼ିଶାର ଇତିହାସ ପାଇଁ ହେବ ଗବେଷଣା । କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ । ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ବୀର । ଏ ସବୁକୁ ନେଇ ଏବେ ଗବେଷଣା ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ଏଥିସହ ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ଜୟୀ ରାଜଗୁରୁଙ୍କ ନାମରେ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ ।
ରବିବାର ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ‘ଓଡ଼ିଆ ଜାତିର ଇତିହାସକୁ ଯେଉଁ ଭଳି ଭାବେ ଉପସ୍ଥାପନ କରିବା କଥା ତାହା ଏପର୍ୟ୍ୟନ୍ତ ହୋଇନାହିଁ । ଜିତିବା ଲୋକକୁ ଯଦି ଦିଆଯିବ ହରାଇଥିବା ଲୋକର ଇତିହାସ ଲେଖିବାକୁ ସେ ତାକୁ କଦର୍ଥ କରି ଲେଖେ । ଓଡ଼ିଆ ଲୋକର ଇତିହାସ ବ୍ରିଟିଶ ସରକାର ସମୟର କଥା । ଏହା ଉପରେ ଆହୁରି ମଧ୍ୟ ଗବେଷଣା ହେବାର ଆବଶ୍ୟକତା ଅଛି ।’ଆଇନ ମନ୍ତ୍ରୀ ଆହୁରି କହିଛନ୍ତି,‘କ’ଣ ରହିଛି ଓଡିଶାର ପ୍ରକୃତ ଇତିହାସ । ଆଜିର ଓଡିଶାକୁ ତିଆରି କରିବା ପାଇଁ କେତେ ସଂଘର୍ଷ କରିଥିଲେ ଆମ ଓଡିଆ ବୀର । ଏ ସବୁକୁ ନେଇ ଏବେ ଗବେଷଣା ହେବ । ଗବେଷଣା କହିବ, ଓଡିଶା ଇତିହାସର ଗାଥା । ଓଡ଼ିଆ ବରପୁତ୍ରଙ୍କ ଓ ଓଡ଼ିଶାର ପ୍ରକୃତ ଇତିହାସ ଜାଣିବାକୁ ଗବେଷଣା ହେବା ।’ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ‘ଓଡ଼ିଶା ଇତିହାସକୁ ନେଇ ଏପର୍ୟ୍ୟନ୍ତ କୌଣସି ଗବେଷଣା ହୋଇନାହିଁ, ଯାହାକି ଦୁର୍ଭାଗ୍ୟଜନକ । ତେଣୁ ଆଗକୁ ଓଡ଼ିଶାର ପ୍ରକୃତ ଇତିହାସ ଏବଂ ଓଡିଆ ବରପୁତ୍ରଙ୍କ ଇତିହାସ ବିଷୟରେ ଗବେଷଣା ହେବ । ଏଥିପାଇଁ ବିଶ୍ୱବିଦ୍ୟାଳୟର ଏକ ଚେୟାର ବରପୁତ୍ରଙ୍କ ନାଁରେ ପ୍ରତିଷ୍ଠା କରାଯାଇ ଗବେଷଣା କରାଯିବ । ଏଥିସହିତ ଓଡ଼ିଶାର ଏକ ପ୍ରମୁଖ ରାସ୍ତାକୁ ବରପୁତ୍ର ଜୟୀ ରାଜଗୁରୁଙ୍କ ନାଁରେ ନାମିତ କରାଯିବ ।’

  • Related Posts

    ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ୟକ୍ଷ ଘୋଷଣା

    ଭୁବନେଶ୍ବର:ରାଜ୍ୟ ସରକାର ୩୦ ଜିଲ୍ଲାର ଯୋଜନା ବୋର୍ଡ ନିମନ୍ତେ ଅଧ୍ୟକ୍ଷ ଘୋଷଣା କରିଛନ୍ତି। ତାଲିକାରେ ଚାରିଜଣ ରାଜ୍ୟମନ୍ତ୍ରୀ- ସୁରେଶ ପୂଜାରୀ, ନିତ୍ୟାନନ୍ଦ ଗଣ୍ଡ, ପୃଥ୍ବିୀରାଜ ହରିଚନ୍ଦନ ଓ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ସାମିଲ କରାଯାଇଛି। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଅନୁଗୁଳଜିଲ୍ଲା ନିମେନ୍ତ…

    Continue reading
    ‘ବିକଶିତ ଓଡ଼ିଶା’ ଗଠନ ପାଇଁ ୧୦ଟି ସଂକଳ୍ପର ଆହ୍ୱାନ

    ଭୁବନେଶ୍ୱର :କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପବିତ୍ର ‘ଓଡ଼ିଶା ଦିବସ’ ଅବସରରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ-ଭଉଣୀମାନଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ୨୦୨୬ରୁ ୨୦୩୬ – ଆଗାମୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ