ଓଡ଼ିଶା-ଝାଡ଼ଖଣ୍ଡରେ ED ରେଡ୍

ଓଡ଼ିଶା ଓ ଝାଡ଼ଖଣ୍ଡରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌ (ED)ର ବଡ଼ଧରଣର ଚଢ଼ାଉ। ଝାଡ଼ଖଣ୍ଡ ସମବାୟ ବ୍ୟାଙ୍କରୁ ପ୍ରାୟ ୩୨ କୋଟି ଟଙ୍କାର ଋଣ ଘୋଟାଲା ମାମଲାରେ ଏହି ରେଡ୍ କରାଯାଉଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ଝାଡ଼ଖଣ୍ଡ ଓ ଓଡ଼ିଶାର ମୋଟ ୭ଟି ସ୍ଥାନରେ ଏକାସାଙ୍ଗରେ ED ଅଧିକାରୀମାନେ ଚଢ଼ାଉ କରୁଛନ୍ତି। ଏଥିରୁ ଝାଡ଼ଖଣ୍ଡର ୫ଟି ଏବଂ ଓଡ଼ିଶାର ୨ଟି ସ୍ଥାନରେ ରେଡ୍ ଚାଲିଛି।ଜଣେ ଖଣି ବ୍ୟବସାୟୀ ଏବଂ ତାଙ୍କର ଜଣେ ସହଯୋଗୀଙ୍କ ଘରେ ମଧ୍ୟ ED ପକ୍ଷରୁ ଚଢ଼ାଉ କରାଯାଇଛି। ଜାଲ କାଗଜପତ୍ର ମାଧ୍ୟମରେ ଝାଡ଼ଖଣ୍ଡ ସମବାୟ ବ୍ୟାଙ୍କରୁ ପ୍ରାୟ ୩୨ କୋଟି ଟଙ୍କାର ଋଣ ନିଆଯାଇଥିବା ଅଭିଯୋଗକୁ ନେଇ ଏହି ତଦନ୍ତ ଚାଲିଛି।ରେଡ୍ ସମୟରେ ED ଅଧିକାରୀମାନେ ବିଭିନ୍ନ କାଗଜପତ୍ର ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରୁଥିବା ଜଣାପଡ଼ିଛି। ତେବେ ଚଢ଼ାଉ ବେଳେ କେତେ ପରିମାଣର ନଗଦ ଟଙ୍କା କିମ୍ବା ଅନ୍ୟ ସାମଗ୍ରୀ ଜବତ ହୋଇଛି, ସେନେଇ ଏପର୍ଯ୍ୟନ୍ତ ସବିଶେଷ ସୂଚନା ସାମ୍ନାକୁ ଆସିନାହିଁ।୩୨ କୋଟି ଟଙ୍କାର ଏହି ଋଣ ଘୋଟାଲାରେ ଆର୍ଥିକ କାରବାରର ତଦନ୍ତ ପାଇଁ EDର ଏହି ଚଢ଼ାଉକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି। ରେଡ୍ ଶେଷ ହେବା ପରେ ହିଁ ତଦନ୍ତ ସମ୍ପର୍କିତ ଅଧିକ ତଥ୍ୟ ସ୍ପଷ୍ଟ ହେବ।

  • Related Posts

    କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ନୂଆଦିଲ୍ଲୀ | ଭୁବନେଶ୍ୱର, ୮ ଅକ୍ଟୋବର ୨୦୨୬: ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀଠାରେ ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀରେ…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି

    ଅବଢ଼ା ଯୋଜନାରେ ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମାର୍କେଟ କମ୍ପ୍ଲେକ୍ସ, ଶ୍ରୀସେତୁ ତଥା ମୁସା ନଦୀର ସଂପ୍ରସାରଣ ପ୍ରକଳ୍ପ ପ୍ରକଳ୍ପ ପାଇଁ ଅଧିକ ୧୦୦.୮୩ କୋଟି ଟଙ୍କା ବରାଦ କଲେ ମୁଖ୍ୟମନ୍ତ୍ରୀ ପୂର୍ବରୁ ପ୍ରକଳ୍ପ ମୂଲ୍ୟ ଥିଲା ୫୫୭.୧୯ କୋଟି, ଏବେ ହେଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ