ଓଡ଼ିଶା ନିର୍ମାଣ ନିଗମ ଲିମିଟେଡର କାର୍ୟ୍ୟ ସମୀକ୍ଷା

ଭୁବନେଶ୍ୱର: ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଆଜି ଓଡ଼ିଶା ନିର୍ମାଣ ନିଗମ ଲିମିଟେଡର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।ଭୁବନେଶ୍ୱରସ୍ଥିତ ଓସିସିଏଲ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ନିଗମ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଓ ଭବିଷ୍ୟତର ରୋଡମ୍ୟାପ୍ ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଏହି ସମୀକ୍ଷା ବୈଠକରେ ଓସିସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଇଂ. ବିଘ୍ନରାଜ ପୁରୋହିତଙ୍କ ସମେତ ମୁଖ୍ୟ ଯନ୍ତ୍ରୀ ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଏଥିସହ ବିଭିନ୍ନ ପ୍ରକଳ୍ପ ସ୍ଥଳର ମୁଖ୍ୟମାନେ ଆଭାସୀ ମାଧ୍ୟମରେ ଯୋଗଦେଇ କ୍ଷେତ୍ରସ୍ତରୀୟ ରିପୋର୍ଟ ଓ ତଥ୍ୟ ଉପସ୍ଥାପନ କରିଥିଲେ।ଏହି ବୈଠକରେ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡର ପ୍ରଶାସନିକ କାର୍ୟ୍ୟଧାରାକୁ ଅଧିକ ସୁଦୃଢ଼ କରିବା ପାଇଁ ଆଉଟସୋର୍ସିଂ କର୍ମଚାରୀଙ୍କ କାର୍ୟ୍ୟଦକ୍ଷତାର ନିୟମିତ ମୂଲ୍ୟାୟନ ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହାବ୍ୟତୀତ, ପ୍ରକଳ୍ପଗୁଡ଼ିକର ସମୟାନୁବର୍ତ୍ତୀ ସମାପ୍ତି ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ସଘନ କ୍ଷେତ୍ର ପରିଦର୍ଶନ କରିବାକୁ ଏବଂ କାର୍ୟ୍ୟର ଅଗ୍ରଗତି ଉପରେ କଠୋର ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।ସମାପ୍ତ ହୋଇଥିବା ଏବଂ ଚାଲୁ ରହିଥିବା ପ୍ରକଳ୍ପଗୁଡ଼ିକର ବଜେଟ୍ ଅନୁଦାନ ଏବଂ ବ୍ୟୟ ଅଟକଳର ଏକ ବ୍ୟାପକ ସମୀକ୍ଷା କରାଯାଇଥିଲା। ବିଶେଷ କରି ରାଜ୍ୟର ବିଭିନ୍ନ ନଦୀରେ ନିର୍ମାଣାଧୀନ ‘ଇନଷ୍ଟ୍ରିମ୍ ଷ୍ଟୋରେଜ୍ ଷ୍ଟ୍ରକଚର୍’ ଗୁଡ଼ିକର ଅଗ୍ରଗତିର ମୂଲ୍ୟାୟନ କରାଯାଇଥିଲା। ମୌସୁମୀ ପୂର୍ବରୁ କାନପୁର ଏବଂ ସୁକତେଲ ପ୍ରକଳ୍ପର କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ସହ ଜଳ ସଂରକ୍ଷଣ ନିଶ୍ଚିତ କରିବା ପାଇଁ କଠୋର ନିର୍ଦ୍ଦେଶ ଦିଆଯାଇଛି। ବିଭିନ୍ନ ବିଭାଗ ଅଧୀନରେ ଥିବା ପ୍ରକଳ୍ପଗୁଡ଼ିକର ବନ୍ଧରେ ଗେଟ୍ କାର୍ୟ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସମ୍ପୂର୍ଣ୍ଣ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇଛି।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ