ଓଡ଼ିଶା ହେବ ଇଲେକ୍ଟ୍ରୋନିକ୍ସ ହବ୍‌: ନୂତନ ନୀତି-୨୦୨୫କୁ ଅନୁମୋଦନ

ଭୁବନେଶ୍ୱର,୨୫/୦୮: ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସି ଓଡ଼ିଶା ଇଲୋକ୍ଟ୍ରୋନିକ୍ସ କମ୍ପୋନେଟ୍ ମ୍ୟାନୁଫାକଚରିଂ ନୀତି-୨୦୨୫ ସମେତ ମୋଟ ୪ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟର ଶିଳ୍ପାୟନ, ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ନେଇ କେତେକ ଦୂରଗାମୀ ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୋଟ ୩ଟି ବିଭାଗର ୪ଟି ପ୍ରମୁଖ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ନେଇ ମୁଖ୍ୟ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ରାଜ୍ୟକୁ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ହବ୍ ଭାବେ ଗଢ଼ି ତୋଳିବା ପାଇଁ “ଓଡ଼ିଶା ଇଲେକ୍ଟ୍ରୋନିକ୍ସ କମ୍ପୋନେଟ୍ ମ୍ୟାନୁଫାକଚରିଂ ନୀତି-୨୦୨୫ ” କୁ କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନୀତି ମାଧ୍ୟମରେ ରାଜ୍ୟରେ ଏକ ସୁଦୃଢ଼ ଓ ଆତ୍ମନିର୍ଭରଶୀଳ ଇକୋସିଷ୍ଟମ୍ ସୃଷ୍ଟି କରାଯିବ, ଯାହାଦ୍ୱାରା ବ୍ୟାପକ ଉଚ୍ଚ-କୁଶଳୀ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଆମଦାନୀ ଉପରେ ନିର୍ଭରଶୀଳତା କମିବ । ପୁଞ୍ଜି ସବସିଡି: କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଯନ୍ତ୍ରପାତି ଉତ୍ପାଦନ ପରିଯୋଜନା ସହ ସମନ୍ୱୟ ରଖି ନିବେଶକମାନଙ୍କୁ ପ୍ରଥମ ମେଗା ପ୍ରକଳ୍ପ ପାଇଁ ୫୦% ପର୍ଯ୍ୟନ୍ତ ପୁଞ୍ଜି ସବସିଡି କିମ୍ବା ଟର୍ଣ୍ଣଓଭର-ଲିଙ୍କ୍ ପ୍ରୋତ୍ସାହନ ମଧ୍ୟରୁ ଗୋଟିକୁ ବାଛିବାର ସୁଯୋଗ ମିଳିବ ।
ମେଗା ପ୍ରକଳ୍ପ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‌: ୫୦୦ କୋଟି ଟଙ୍କାରୁ ଅଧିକ ନିବେଶ କିମ୍ବା ୧୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ମେଗା ପ୍ରକଳ୍ପଗୁଡ଼ିକୁ ସ୍ୱତନ୍ତ୍ର ଭାବେ କଷ୍ଟୋମାଇଜ୍ଡ ରିହାତି ପ୍ରଦାନ କରାଯିବ । ଅନ୍ୟାନ୍ୟ ପ୍ରୋତ୍ସାହନ: ଶିଳ୍ପ ସଂସ୍ଥାମାନଙ୍କୁ ଜମି ଆବଂଟନ, ଭଡ଼ା ସହାୟତା, ୧୦ ବର୍ଷ ପାଇଁ ବିଦ୍ୟୁତ୍ ଶୁଳ୍କ ଛାଡ଼ ଏବଂ ବିଦ୍ୟୁତ୍ ଶୁଳ୍କ ପ୍ରତିପୂତ୍ତି ଭଳି ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦିଆଯିବ, ଯାହା ପ୍ରକଳ୍ପ ନିବେଶର ୭୫% ମଧ୍ୟରେ ସୀମିତ ରହିବ । ଏହି ନୀତି କେନ୍ଦ୍ର ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ସହିତ ସମନ୍ୱିତ ହୋଇ ରାଜ୍ୟର ଆର୍ଥିକ ଅଭିବୃଦ୍ଧିକୁ ଆଗେଇ ନେବାରେ ସହାୟକ ହେବ । ସେହିପରି ଏହି ବୈଠକରେ ୧୭ତମ ବିଧାନସଭାର ଚତୁର୍ଥ ଅଧିବେଶନ ଆସନ୍ତା ସେପ୍ଟେମ୍ବର ୧୮ରୁ ଆରମ୍ଭ ପାଇଁ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ୍ ଅନୁମୋଦନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶା ଲୋକସେବା ଆୟୋଗରେ ୩ଜଣଙ୍କ ନିଯୁକ୍ତିକୁ ମଧ୍ୟ ପିଛିଲା ଭାବେ ଅନୁମୋଦନ ମିଳିଛି ।

  • Related Posts

    ଆଶ୍ରମ ପରିଦର୍ଶନ ପାଇଁ ୫ କୋଟି ଟଙ୍କା ନେବା ଦାବୀ ଖଣ୍ଡନ କଲେ ବିରାଟ କୋହଲି

    ନୂଆଦିଲ୍ଲୀ: ବିରାଟ କୋହଲିଙ୍କୁ ବୃନ୍ଦାବନରେ ଥିବା ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଆଣିବା ପାଇଁ ୫ କୋଟି ଟଙ୍କା ଦିଆଯାଇଥିଲା ବୋଲି ଫଲାହାରୀ ମହାରାଜ ଦିନେଶ ଶର୍ମା ଅଭିଯୋଗ କରିବା ପରେ ବିରାଟ କୋହଲିଙ୍କ ମୁଖପାତ୍ର ଏହି ଅଭିଯୋଗଗୁଡ଼ିକୁ “ସମ୍ପୂର୍ଣ୍ଣ…

    Continue reading
    ମେଟାକୁ କୋର୍ଟଙ୍କ ନିର୍ଦେଶ; ମୋଦୀ-ମହିଳାଙ୍କ ଫଟୋ ହଟାଅ

    ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତା ସୌରଭ ଦାସ, ଅଭିଜିତ ଦୀପକେ, ଆଶୁତୋଷ ରଙ୍କା ଓ ରତ୍ନ ସିଂହଙ୍କୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ନୋଟିସ୍ ଜାରି କରିଛନ୍ତି। ଚଳିତ ବର୍ଷ ଯନ୍ତରମନ୍ତରରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନ ସମୟରେ ଜଣେ ମହିଳାଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ