ଓଡ଼ିଶାକୁ ୨,୪୩,୧୬୨ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ତିନିଦିନିଆ ୟୁଏଇ ନିବେଶ ଅଭିଯାନ ଶେଷ ହୋଇଛି। ଆବୁଧାବି ଏବଂ ଦୁବାଇରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟକୁ ୨,୪୩,୧୬୨ କୋଟିର ନିବେଶ ପ୍ରସ୍ତାବ ମିଳିଛି। ଏହାଦ୍ବାରା ୬,୧୮,୭୨୫ ଜଣଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ବାଟ ଫିଟିଛି। ଏହି ଅବସରରେ ଦୁବାଇରେ ଆୟୋଜିତ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ନିବେଶକମାନଙ୍କୁ ଓଡ଼ିଶାରେ ନିବେଶ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଭାରତରେ ସେମାନଙ୍କର ପରବର୍ତ୍ତୀ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ପସନ୍ଦର ଗନ୍ତବ୍ୟସ୍ଥଳ ଭାବେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶା-ୟୁଏଇ ସହଭାଗିତା ବ୍ୟକ୍ତିଗତ ନିବେଶଠାରୁ ଆଗକୁ ଯାଇ ଉତ୍ପାଦନ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ରପ୍ତାନି, ଇନୋଭେସନ୍‌, ଦକ୍ଷତା ଏବଂ ଉଦ୍ୟମିତାରେ ଦୀର୍ଘସ୍ଥାୟୀ ଭାଗୀଦାରି ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି। ସେ ୟୁଏଇର ବ୍ୟବସାୟୀମାନଙ୍କୁ ଭାରତରେ ସେମାନଙ୍କର ପରବର୍ତ୍ତୀ ଅଭିବୃଦ୍ଧି ପାଇଁ ଓଡ଼ିଶାକୁ ଏକ ପ୍ରମୁଖ ପସନ୍ଦର ଗନ୍ତବ୍ୟସ୍ଥଳ ଭାବରେ ପରିଣତ କରିବାକୁ ନିମନ୍ତ୍ରଣ କରିଛନ୍ତି।
ଉଦ୍‌ଯାପନୀ ଦିନଟି ଦୁବାଇରେ ଅନୁଷ୍ଠିତ ‘ଓଡ଼ିଶା ନିବେଶକ ସମ୍ମିଳନୀ-ୟୁଏଇ ୨୦୨୬’ ଉପରେ କେନ୍ଦ୍ରିତ ଥିଲା। ଇନଭେଷ୍ଟର୍ସ ମିଟ୍‌ରେ ପ୍ରାୟ ୪୦୦ ବ୍ୟବସାୟିକ ପ୍ରତିନିଧି ଏବଂ ନିବେଶକ ଯୋଗ ଦେଇଥିଲେ। ସମ୍ମିଳନୀରେ ପାରମ୍ପରିକ ଖଣିଜ ଶିଳ୍ପ ବ୍ୟତୀତ ପ୍ରୋସେସଡ୍‌ ଫୁଡ୍ (ପ୍ରକ୍ରିୟାକୃତ ଖାଦ୍ୟ) କ୍ଷେତ୍ରକୁ ସର୍ବବୃହତ୍ ନିବେଶ ସୁଯୋଗ ଭାବେ ଉପସ୍ଥାପନ କରାଯାଇଥିଲା। ଏହାବ୍ୟତୀତ, ପର୍ଯ୍ୟଟନ, ଲଜିଷ୍ଟିକ୍ସ, ଆର୍ଥିକ ନିବେଶ, ଏଲଏନ୍‌ଜି ଷ୍ଟୋରେଜ୍, ସବୁଜ ଶକ୍ତି, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଓ ଡାଟାସେଣ୍ଟର୍‌, ରେୟାର ଆର୍ଥ, ଜାହାଜ ମରାମତି, ସାର ଏବଂ ଇସ୍ପାତ ଡାଉନଷ୍ଟ୍ରିମ୍ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ ୟୁଏଇର ପ୍ରମୁଖ ଶିଳ୍ପପତିମାନଙ୍କ ସହ ସିଧାସଳଖ ଆଲୋଚନା କରି ମୂଲ୍ୟଯୁକ୍ତ ପଦାର୍ଥ ପ୍ରସ୍ତୁତି ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ କମ୍ପାନୀ ସହ ହୋଇଥିବା ପ୍ରମୁଖ ଚୁକ୍ତିଗୁଡ଼ିକ ମଧ୍ୟରେ ଏଲଏନଜି ଷ୍ଟୋରେଜ୍ ନିର୍ମାଣ ପାଇଁ ‘କାଜବା ପ୍ରୋଜେକ୍ଟ ଭେଞ୍ଚର୍ସ’ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ସେହିଭଳି ସବୁଜ ଶକ୍ତି, ଏଆଇ ଡାଟା ସେଣ୍ଟର୍‌ ଏବଂ ରେୟାର ଆର୍ଥ ପ୍ରକଳ୍ପ ପାଇଁ ରାଣା ହୋଲ୍ଡିଂସ ଲିମିଟେଡ୍ ଏମଓୟୁ କରିଛି। ଗୃହ ନିର୍ମାଣ ପାଇଁ ସରଫ ଗ୍ରୁପ୍ ଏବଂ ଇସ୍ପାତ ଶିଳ୍ପ ପାଇଁ ପିଟିସିଏଲ୍ ଇନଫ୍ରାଷ୍ଟ୍ରକ୍ଚର ପକ୍ଷରୁ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଜାହାଜ ମରାମତି ନିମନ୍ତେ ଡାଲୱିନ୍ ମେରାଇନ୍ ଓ ଟର୍ବୋ ପାୱାର ଇଞ୍ଜିନିୟରିଂ, ପ୍ରୋପେଲାଣ୍ଟ ଉତ୍ପାଦନ ପାଇଁ ଆୟନ ଟେକ୍ନୋଲୋଜିସ୍ ଏବଂ ସାର ତଥା ରାସାୟନିକ ପଦାର୍ଥ ଉତ୍ପାଦନ ଲାଗି ଏଗ୍ରିଫିଲ୍ଡସ୍ ଏଫଜେଡସିଓ ପକ୍ଷରୁ ନିବେଶ ପ୍ରସ୍ତାବ ଆସିଛି।
ନିବେଶକ ବୈଠକ ପରେ ଦୁବାଇରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ୮୦୦ରୁ ଊର୍ଦ୍ଧ୍ୱ ପ୍ରବାସୀ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇଥିଲେ। ଓଡ଼ିଶୀ ଏବଂ ପାରମ୍ପରିକ ଲୋକନୃତ୍ୟ ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ଉପସ୍ଥାପନ କରାଯାଇଥିଲା। ଦୁବାଇରେ ଓଡ଼ିଆ ସମ୍ପ୍ରଦାୟର ଏହି ସାଂସ୍କୃତିକ ସଂଯୋଗକୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଶାର ବୈଶ୍ୱିକ ପରିଚୟ ସୁଦୃଢ଼ କରିବାରେ ଏବଂ ସାଂସ୍କୃତିକ ଐତିହ୍ୟ ବଜାୟ ରଖିବାରେ ପ୍ରବାସୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ ଦର୍ଶାଇଥିଲେ। ଏଥିସହ ରାଜ୍ୟର ବିଭିନ୍ନ ପ୍ରାନ୍ତର ଉତ୍ପାଦକୁ ନେଇ ‘ଗୋଟିଏ ଜିଲା ଗୋଟିଏ ଉତ୍ପାଦ’ ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଏବଂ ୟୁଏଇରେ ଭାରତୀୟ ରାଷ୍ଟ୍ରଦୂତ ଡ. ଦୀପକ ମିତ୍ତଲ ସାମିଲ ଥିଲେ। ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ‘ଦ୍ରୁତ ଗତି, ନିଶ୍ଚିତତା ଏବଂ କାର୍ଯ୍ୟାନ୍ୱୟନ’ ପ୍ରତି ସରକାରଙ୍କ ପ୍ରତିଶ୍ରୁତିକୁ ଦୋହରାଇଥିଲେ। ନିବେଶ ପ୍ରସ୍ତାବ ଏବଂ ଅନୁମୋଦନଠାରୁ ଆରମ୍ଭ କରି କାର୍ଯ୍ୟକାରିତା ଏବଂ ସମ୍ପ୍ରସାରଣ ପର୍ଯ୍ୟନ୍ତ ନିବେଶକମାନଙ୍କୁ ସକ୍ରିୟ ସହଯୋଗ ଏବଂ ପ୍ରତିଷ୍ଠାନଗତ ସହଯୋଗ ପ୍ରଦାନ କରିବାକୁ ଆଶ୍ୱାସନା ଦେଇଥିଲେ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ