ଓଡ଼ିଶାରୁ ଗୋଟିଏ ଇଞ୍ଚ ରେଳପଥ ଅନ୍ୟ ରାଜ୍ୟକୁ ଯାଉ ନାହିଁ: ରେଳ ମନ୍ତ୍ରଣାଳୟ

ଭୁବନେଶ୍ୱର: ଓଡ଼ିଶାରୁ ଗୋଟିଏ ଇଞ୍ଚ ରେଳପଥ ଅନ୍ୟ ରାଜ୍ୟକୁ ଯାଉ ନାହିଁ। ପଲାସା-ଇଚ୍ଛାପୁରମ ସେକ୍ସନରେ କୌଣସି ବଡ଼ ମାଲ୍‌ ପରିବହନ ଆୟ କରୁଥିବା ଷ୍ଟେସନ ନାହିଁ। ତେଣୁ ପୂର୍ବତଟ ରେଳପଥର କୌଣସି ରାଜସ୍ୱ କ୍ଷତି ହେବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପୂର୍ବତଟ ରେଳପଥରୁ ପଲାସା-ଇଚ୍ଛାପୁରମ୍‌ ସେକ୍ସନ କାଢ଼ି ଦକ୍ଷିଣତଟ ରେଳପଥରେ ମିଶାଇବା
ନେଇ ରେଳ ବୋର୍ଡର ନିଷ୍ପତ୍ତି ପରେ ବିବାଦ ଦେଖାଯାଇଥିଲା। ଏ ବାବଦରେ ରେଳ ମନ୍ତ୍ରଣାଳୟ ସ୍ପଷ୍ଟୀକରଣ ଦେଇଛି।
ଓଡ଼ିଶାରେ ରେଳ ବିକାଶ ପାଇଁ ୯୩ ହଜାର କୋଟି ଟଙ୍କାରୁ ଅଧିକ ନିବେଶ ହୋଇଛି। ରେଳ ବଜେଟ୍ ଆବଣ୍ଟନ ଯଥେଷ୍ଟ ବୃଦ୍ଧି ପାଇଛି। କ୍ରମାଗତ ଭାବେ ବ୍ୟୟବରାଦ ୩ବର୍ଷ ଧରି ୧୦ହଜାର କୋଟିରୁ ଅଧିକ ରହିଛି, ଯାହା ୨୦୦୯ରୁ ୧୪ ଅବଧି ଅପେକ୍ଷା ୧୩ଗୁଣ ଅଧିକ। ନୂତନ ରାୟଗଡ଼ା ଡିଭିଜନ ସ୍ଥାପନକୁ ଅନୁମୋଦନ ମିଳିଛି। ଏହା ଖୁବ୍‌ଶୀଘ୍ର କାର୍ୟ୍ୟକ୍ଷମ ହେବ। ସର୍ବାଧିକ ରାଜସ୍ୱ ସୃଷ୍ଟିକାରୀ କେକେ ଲାଇନ କୋଥାଭାଲସା-କିରାଣ୍ଡୁଲ (ଛତିଶଗଡ଼ ଏବଂ ଆନ୍ଧ୍ର ପ୍ରଦେଶର ଅଞ୍ଚଳ ସମେତ) ରାୟଗଡ଼ା ଡିଭିଜନରେ ଅଛି। ତେଣୁ ପୂର୍ବତଟ ରେଳପଥ ପାଇଁ କୌଣସି ରାଜସ୍ୱ କ୍ଷତି ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

  • Related Posts

    କ୍ୟାବିନେଟ: ହାଡ଼ୁଆ ଜଳ ସେଚନ ପ୍ରକଳ୍ପ ନେଇ ନିଆଗଲା ଏହି ନିଷ୍ପତ୍ତି

    ଭୁବନେଶ୍ୱର: ସରିଲା କ୍ୟାବିନେଟ ବୈଠକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ୫ଟି ବିଭାଗର ମୋଟ ୧୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦନ ଲାଭ…

    Continue reading
    ଆଇପିଏସ୍ଆ ଶୀଷ ସିଂଙ୍କୁ ଓଡ଼ିଶା କ୍ୟାଡ଼ରକୁ ଫେରାଇଦେଲା କେନ୍ଦ୍ର

    ଭୁବନେଶ୍ୱର: ଓଡ଼ିଶା କ୍ୟାଡ଼ରର ଆଇପିଏସ୍ ଆଶୀଷ କୁମାର ସିଂଙ୍କୁ କେନ୍ଦ୍ର ସରକାର ନିଜ କ୍ୟାଡ଼ର(ଓଡ଼ିଶା)କୁ ଫେରାଇ ଦେଇଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ବିଭାଗ(ଆଇବି)ରେ ଡେପୁଟି ଡାଇରେକ୍ଟର ଭାବେ କାର୍ୟ୍ୟରତ ଥିବା ଶ୍ରୀ ସିଂଙ୍କୁ ତତ୍କାଳ ଅବ୍ୟାହତ ଦେଇ ଓଡ଼ିଶା କ୍ୟାଡ଼ରକୁ ଫେରିଯିବାକୁ ନିର୍ଦ୍ଦେଶ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ