କଂଗ୍ରେସ ମଡେଲରେ ସୁଶାସନ ନଥିଲା:ମୋଦୀ

ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ବର୍ଷ ପୂର୍ତ୍ତି ଅବସରରେ ଭୁବନେଶ୍ୱର ଆୟୋଜିତ ବିଶାଳ ଜନସମାବେଶରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନତା ମଇଦାନର ଭବ୍ୟ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ମଡେଲରେ ସୁଶାସନ ନଥିଲା । ବିକାଶ ଯୋଜନାକୁ ଅଟକାଇବା, ଝୁଲାଇ ରଖିବା, ବାଟମାରଣା କରିବା, ମହାଦୁର୍ନୀତି ହିଁ କଂଗ୍ରେସର ବିକାଶ ମଡେଲର ପରିଚୟ ଥିଲା । ଏବେ ଦେଶ ଗତ କିଛି ବର୍ଷ ହେଲା ବ୍ୟାପକ ରୂପେ ବିଜେପିର ବିକାଶ ମଡେଲ ଦେଖୁଛି । ଗତ ଦଶନ୍ଧିରେ ଦେଶର ଅନେକ ରାଜ୍ୟରେ ବିଜେପି ପ୍ରଥମଥର ସରକାର ଗଢିଥିଲା । ଏହି ସବୁ ରାଜ୍ୟରେ କେବଳ ସରକାର ବଦଳିନି ବରଂ ସାମାଜିକ ଓ ଆର୍ଥିକ ପରିବର୍ତ୍ତନର ନୂଆ ଯୁଗ ଆରମ୍ଭ ହୋଇଛି । ବିଜେପି ଶାସନରେ ଆଜି ପୂର୍ବ ଭାରତର ଆସାମ ଓ ତ୍ରିପୁରା ବିକାଶର ନୂଆ ଗତି ପାଇଛନ୍ତି । ଆମର ଓଡ଼ିଶା ବି ଦଶନ୍ଧି ହେଲା ଅନେକ ସମସ୍ୟା ଭୋଗୁଥିଲା । ଗରିବ, ଚାଷୀଙ୍କ ନିକଟରେ ସେମାନଙ୍କ ପୂରା ହକ୍ ପହଞ୍ଚିପାରୁ ନଥିଲା । ଓଡ଼ିଶାର ଅନେକ କ୍ଷେତ୍ର ବିକାଶରେ ପଛରେ ରହିଥିଲେ । ଏଭଳି ଅନେକ ଆହ୍ୱାନ ଓଡ଼ିଶାର ଦୁର୍ଭାଗ୍ୟ ପାଲଟିଥିଲା । ଗତ ଏକ ବର୍ଷରେ ଏହାର ସମାଧାନ ପାଇଁ ବିଜେପି ସରକାର ଅବରିତ କାମ କରୁଛି । ବିକାଶର ଡବଲ ଇଞ୍ଜିନର ଲାଭ ମଧ୍ୟ ଦେଖିବାକୁ ମିଳୁଛି । ଆଜି ଯେଉଁ ହଜାର ହଜାର କୋଟି ଟଙ୍କା ଶିଳାନ୍ୟାସ ଓ ଲୋକାର୍ପଣ ହୋଇଛି, ସେଥିରେ ଡବଲ୍ ଇଞ୍ଜିର ଛାପ ରହିଛି । ଓଡ଼ିଶାରେ ଡବଲ୍ ଇଞ୍ଜିନ, ଏଠାକାର ଲୋକଙ୍କ ଡବଲ୍ ଫାଇଦା କରିଛି । ଦୀର୍ଘ ସମୟ ଯାଏ ଓଡ଼ିଶାର ଲୋକ ଆୟୁଷ୍ମାନ ଭାରତ ଯୋଜନାକୁ ବଞ୍ଚିତ ଥିଲେ । ଆଜି ଆୟୁଷ୍ମାମ ଭାରତ ସହ ଗୋପବନ୍ଧୁ ଜନଆରୋଗ୍ୟର ଲାଭ ମିଳୁଛି । ଓଡ଼ିଶାର ୭୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଅଛନ୍ତି । ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ବୟୋବନ୍ଦନ ଯୋଜନାରେ ସେମାନଙ୍କ ଚିକିତ୍ସା ସୁନିଶ୍ଚିତ କରାଯାଇଛି । ଓଡ଼ିଶାର ଚାଷୀଙ୍କୁ କେନ୍ଦ୍ର ଓ ରାଜ୍ୟର ଡବଲ୍ ଲାଭ ମିଳିବା ଆରମ୍ଭ ହୋଇଛି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ବାଚନ ସମୟରେ ଆମେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଆମ ସରକାର ଲାଗିଛନ୍ତି । ଓଡ଼ିଶାରେ ବହୁ ସଂଖ୍ୟାରେ ଆଦିବାସୀ ବସବାସ କରୁଛନ୍ତି । ଅତୀତରେ ସେମାନଙ୍କୁ ଅଣଦେଖା କରାଯାଉଥିଲା । ପୂର୍ବର ସରକାରଗୁଡ଼ିକୁ ଆଦିବାସୀଙ୍କୁ ବିକାଶ ଦେଇ ନଥିଲେ । ଆଦିବାସୀ ଜିଲ୍ଲାଗୁଡ଼ିକୁ ରେଡ୍ କରିଡର୍ ଓ ପଛୁଆ ଜିଲ୍ଲା କହି ଅଣଦେଖା କରାଯାଇଥିଲା । ଆମେ ଆଦିବାସୀ ଜିଲ୍ଲାକୁ ହିଂସାରୁ ମୁକ୍ତ କରି ବିକାଶ ମାର୍ଗରେ ନେଇଛୁ । ଆଦିବାସୀ ଜିଲ୍ଲାରେ ଆମେ ବିକାଶର ଗଙ୍ଗା ପ୍ରଭାହିତ କରିଛୁ । ଦେଶରେ ଖୁବଶୀଘ୍ର ନକ୍ସଲ ବାଦ ଶେଷ ହେବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଓଡ଼ିଶା କେବଳ ଗୋଟିଏ ରାଜ୍ୟ ନୁହେଁ, ଏହା ଭାରତର ଐତିହ୍ୟର ଦିବ୍ୟ ତାରକା । ଓଡ଼ିଶା ଶହ ଶହ ବର୍ଷ ଧରି ଭାରତୀୟ ସଭ୍ୟତାକୁ, ଆମ ସଂସ୍କୃତିକୁ ସମୃଦ୍ଧ କରୁଛି । ଏଥିପାଇଁ ଆଜି ଯେତେବେଳେ ବିକାଶ ଓ ଐତିହ୍ୟର ମନ୍ତ୍ର ଭାରତର ବିକାଶ ପାଇଁ ମନ୍ତ୍ର ପଲଟିଛି, ସେତେବେଳେ ଓଡ଼ିଶାର ଭୂମିକା ଆହୁରି ଅଧିକ ହୋଇଛି । ଗତ ଏକ ବର୍ଷରେ ଓଡ଼ିଶା ବିକାଶ ଓ ଐତିହ୍ୟ ମନ୍ତ୍ରକୁ ସାର୍ଥକ କରିଛି । ଏହି ମନ୍ତ୍ରକୁ ନେଇ ଆଗକୁ ବଢୁଛି । ଏହା ସୁଖଦ ସଂଯୋଗ ଯେ, ବିଜେପିର ଓଡ଼ିଶା ସରକାର ଏକ ବର୍ଷ ପୂରଣ କରିବା ବେଳେ ଭଗବାନ ଗଜନ୍ନାଥଙ୍କ ରଥଯାତ୍ରା ପାଇଁ ସମସ୍ତେ ଲାଗିଛନ୍ତି । ମହାପ୍ରଭୁ ଜଗନ୍ନାଥ ଆମ ପାଇଁ ଆରାଧ୍ୟ ଓ ପ୍ରେରଣା । ଏଠି ସରକାର ହେଉ ହେଉ ଶ୍ରୀମନ୍ଦିରର ଚାରି ଦ୍ୱାରା ଖୋଲି ଦିଆଗଲା । ଏହା କୋଟି କୋଟି ଲୋକଙ୍କ ଆସ୍ଥାର ସମ୍ମାନର କାର୍ୟ୍ୟ ହୋଇଛି ।’

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ‘ମୁଁ ଦୁଇ ଦିନ ତଳେ କାନାଡାରେ ଜି୭ ସମ୍ମିଳନୀ ପାଇଁ କାଡାନାରେ ଥିଲି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମୋତେ ଫୋନ କରି ୱାଶିଂଟନ ଗସ୍ତ ପାଇଁ ଆମନ୍ତ୍ରଣ କରିଥିଲେ । ମୁଁ ଆମେରିକା ରାଷ୍ଟ୍ରପତିଙ୍କୁ ତାଙ୍କ ନିମନ୍ତ୍ରଣ ପାଇଁ ଧନ୍ୟବାଦ ଜଣାଇ କହିଥିଲି, ମହାପ୍ରଭୁଙ୍କ ମାଟିକୁ ଯିବା ମୋ ପାଇଁ ଅଧିକ ଜରୁରି । ମୁଁ ତାଙ୍କ ନିୟମନ୍ତ୍ରଣକୁ ନମ୍ରତା ସହ ଆଗ୍ରହ୍ୟ କଲି । ଆପଣଙ୍କ ପ୍ରେମ ମୋତେ ମହାପ୍ରଭୁଙ୍କ ମାଟିକୁ ଟାଣି ଆଣିଛି ।’

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ଡବଲ ଇଞ୍ଜିନ ସରକାର ଓଡ଼ିଶାର ଛବିକୁ ପୁରା ମଳିନ କରି ସାରିଲେଣି: ନବୀନ

    ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ ସରକାରଙ୍କ ଉପରେ ଜୋରଦାର୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ