କଂଗ୍ରେସକୁ ଫେରିବେ କି ଭୂପିନ୍ଦର?

ଭୁବନେଶ୍ୱର: ଗତକାଲି ନୂଆ ପିସିସି ସଭାପତି ଭକ୍ତଚରଣ ଦାସ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ଆଦେଶ ପ୍ରତ୍ୟାହୃତ କରଛନ୍ତି । ପିସିସି ସଭାପତିଙ୍କ ସର୍ବକ୍ଷମା ଆହ୍ୱାନ ପରେ କଂଗ୍ରେସ ରାଜନୀତି ଏବେ ଚଳଚଞ୍ଚଳ ହୋଇପଡ଼ିଛି । ଏପରିକି କଂଗ୍ରେସ ଛାଡ଼ିଥିବା କିଛି ନେତା ଦଳକୁ ଫେରିବା ନେଇ ମଧ୍ୟ ଇସାରା ଦେଇଥିବା କୁହାଯାଉଛି । କଂଗ୍ରେସ ଛାଡ଼ିଥିବା ଭୂପିନ୍ଦର ସିଂ ମଧ୍ୟ ଏପରିକି କିଛି ଇସାରା ଦେଇଛନ୍ତି । ଆପଣ କଂଗ୍ରେସକୁ ଫେରିବେ କି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂ କହିଛନ୍ତି ଯେ ସମୟକୁ ଅପେକ୍ଷା କର । ସବୁ ଦଳ ସଂଗଠନକୁ ମଜଭୁତ କରିବାକୁ ଚେଷ୍ଟା କରିବା ସ୍ୱାଭାବିକ ବୋଲି ଶ୍ରୀ ସିଂ କହିଛନ୍ତି । ସୁରେନ୍ଦ୍ର ଭୋଇ ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଦଳର ଖରାପ ସମୟରେ ଛାଡ଼ିଯିବା ଠିକ ହେବନି ।

ଅନ୍ୟପକ୍ଷରେ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ଆଦେଶ ପ୍ରତ୍ୟାହୃତ ହେବା ପରେ ଶନିବାର ବରିଷ୍ଠ ନେତା ସୁର ରାଉତରାୟ କଂଗ୍ରେସ ଭବନକୁ ଆସିଛନ୍ତି । ପ୍ରଥମେ ଶ୍ରୀ ରାଉତରାୟ କଂଗ୍ରେସ ଭବନରେ ମୁଣ୍ଡିଆ ମାରି ଭିତରକୁ ପଶିଥିଲେ । ଶ୍ରୀ ରାଉତରାୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ ପରେ ସେ ଘରକୁ ବାହୁଡ଼ିଛନ୍ତି । ଘର ବାହୁଡ଼ା ବେଳେ ସୁରଙ୍କ ସହ ତାଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ଉପସ୍ଥିତ ଥିଲେ । ତେବେ ସବୁଠାରୁ ବଡ଼ କଥା ହେଲା ଯେ ଦୀର୍ଘ ୯ ମାସ ପରେ କଂଗ୍ରେସକୁ ଫେରିବାରୁ ସୁରା ରାଉତରାୟ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ । ଏଥିସହ କଂଗ୍ରେସ ଅଧ୍ୟକ୍ଷ ଓ ପିସିସି ସଭାପତିଙ୍କୁ ସୁର ଧନ୍ୟବାଦ ଜଣାଇଥିଲେ । ଯୁବ କଂଗ୍ରେସକୁ ସୁର ବିଶେଷ ଭାବେ ଧନ୍ୟବାଦ ଜଣାଇଛନ୍ତି । ମୁଁ ଗତ ୯ ମାସ ବହୁତ ଯନ୍ତ୍ରଣାରେ ଥିଲି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କିଛି କୁଚକ୍ରୀ ଗୋଷ୍ଠୀ ମୋତେ ଷଡ଼ଯନ୍ତ୍ର କରି ନିଲମ୍ବିତ କରିଥିଲେ । ଆଜି ମୋ ମନ୍ଦିରକୁ ମୁଁ ଫେରିଲି । ମୁଁ ବହୁତ ଖୁସି । ଆଉ କନ୍ଦଳ ରହିବନି । ମିଳିମିଶି ସଂଗଠନ ସହ କାମ କରିବୁ ବୋଲି ଶ୍ରୀ ରାଉତରାୟ କହିଛନ୍ତି ।

  • Related Posts

    ବନ୍ଦକୁ ଜନସମର୍ଥନ ମିଳିଛି : ଭକ୍ତ

    ଭୁବନେଶ୍ୱର, ୮ ।୧୦ : ଚାରିଟି ଗୁରୁତ୍ୱପୂର୍ଣ ଦାବିକୁ ନେଇ ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ଜନସମର୍ଥନ ମିଳିଛି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । ଏହି ଅବସରରେ ଗଣମାଧ୍ୟମ ପ୍ରଶ୍ନର ଉତ୍ତର…

    Continue reading
    ପଶ୍ଚିମ ଓଡ଼ିଶାରେ ରାସ୍ତାରୋକ ଏବଂ ପିକେଟିଂ, ଲୋକେ ହନ୍ତସନ୍ତ

    ସମ୍ବଲପୁର/ଝାରସୁଗୁଡ଼ା/ନୂଆପଡ଼ା: INDIA ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦର ପ୍ରଭାବ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କରେ ପଡ଼ିଛି । ରାସ୍ତା ଅବରୋଧ ଓ ପିକେଟିଂ ଯୋଗୁଁ ବସ୍‌, ଟ୍ରକ୍‌, ଅଟୋ ସମେତ ଅନେକ ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ବଜାର ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ