କଟକରେ ବି ୨ ଘଣ୍ଟା ବାଣଫୁଟା

କଟକ : ଆସନ୍ତାକାଲି ଆଲୋକର ପର୍ବ ଦୀପାବଳି। ଗାଁଠୁ ସହର ସବୁଠି ଉତ୍ସବମୁଖର ପରିବେଶ। ଭୁବନେଶ୍ଵର ଭଳି କଟକରେ ବି ବାଣଫୁଟା ପାଇଁ ଦୁଇ ଘଣ୍ଟା ଅନୁମତି ରହିଛି। ସନ୍ଧ୍ୟା ୭ଟାରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟାଇବା ଲାଗି ଅନୁମତି ରହିଛି। ଏ ନେଇ କଟକ ଡିସିପି ରିଷିକେଶ ଖିଲାରି ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ପୁଲିସ୍‌ର ନଜର ରହିବ ଏବଂ ଯଦି କେହି ଏଥିରେ ଖିଲାପ କରେ , ତେବେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। କାଳୀ ପୂଜା ଥିବାରୁ ବିଭିନ୍ନ ପୂଜା ମଣ୍ଡପ ଓ ସମ୍ବୋଦନଶୀଳ ସ୍ଥାନରେ ପୁଲିସ୍‌ ମୁତୟନ ରହିବେ।
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ ଗାଇଡଲାଇନ୍ ଆସିଛି। ତେବେ ଦୀପାବଳିରେ ଭୁବନେଶ୍ଵରରେ ମଧ୍ୟ ରାତି ୯ଟା ପରେ ବାଣଫୁଟାକୁ ବାରଣ କରାଯାଇଛି। ଏ ନେଇ କଡା ନିର୍ଦେଶ ଦେଇଥିଲେ ଭୁବନେଶ୍ଵର ଡିସିପି ଜଗମୋହନ ମୀନା।
ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସବୁଜ ବାଣ ଫୁଟାଇବାକୁ ପୁଲିସ୍‌ ଜନସାଧାରଣଙ୍କୁ ଅନୁରୋଧ କରିଛି। ଏବଂ ମଦ ପିଇ ଯଦି କେହି ଗାଡି ଚଳାଉଛି ତେବେ ଉକ୍ତ ଚାଳକକୁ ଅଟକ ରଖାଯିବା ସହ ଗାଡିକୁ ଜବତ କରି ପିସିଆର୍‌ ଭ୍ୟାନ୍ ନେଇଯିବ। ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ଆଲର୍ଟ ପାଇଁ ନିର୍ଦେଶ ରହିଛି। ବେଆଇନ୍ ଭାବେ ବାଣ ବିକ୍ରି କଲେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବାଣର ଶବ୍ଦ ୧୨୫ ଡେସିବଲରୁ ଅଧିକ ହୋଇପାରିବ ନାହିଁ। ବଗିଚା, ପାର୍କ , ହସ୍ପିଟାଲ୍ , ଶିକ୍ଷାନୁଷ୍ଠାନ , କୋର୍ଟ, ମନ୍ଦିର ପାଖରେ ବାଣ ଫୁଟାଇବାକୁ ବାରଣ କରାଯାଇଛି ।
ଖୋଲା ଜାଗାରେ ବାଣ ଫୁଟାଇପାରିବେ। କିନ୍ତୁ ତାହା କେବଳ ସବୁଜ ବାଣ ହିଁ ହୋଇଥିବ । ଝୁମ୍ପୁଡ଼ି ଘର , ଦୋକାନ, ଅଗ୍ନି-ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ବର୍ଜନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୦ ବର୍ଷରୁ କମ୍ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇପାରିବେ ନାହିଁ। ବାଣ ଫୁଟାଇବା ସମୟରେ ସୁରକ୍ଷା ପ୍ରତି ଧ୍ୟାନ ଦେଇ ସୂତା ପୋଷାକ ପିନ୍ଧିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁମାନେ ଏଥିରେ ଖିଲାପ କରିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

  • Related Posts

    ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା: ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ୫ ଡଙ୍ଗା

    ପୁରୀ : ଆସନ୍ତା ୨୦ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଦିନ ଠାରୁ ଆରମ୍ଭ ହେବ ମହାପ୍ରଭୁଙ୍କର ଚନ୍ଦନ ଯାତ୍ରା। ନରେନ୍ଦ୍ର ସରୋବରରେ ନନ୍ଦା ଓ ଭଦ୍ରା ଚାପରେ ନୌକାବିହାର କରିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମାଙ୍କ ସହ ଭୂଦେବୀ, ଶ୍ରୀଦେବୀ…

    Continue reading
    ଭୁବନେଶ୍ୱରରେ VFS ଗ୍ଲୋବାଲ ଭିସା ଆବେଦନ କେନ୍ଦ୍ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

    -ପ୍ରଥମ ପର୍ଯ୍ୟାୟରେ ୧୦ଟି ଦେଶକୁ ଭିସା ସେବା, ପରେ ଅନ୍ୟାନ୍ୟ ଦେଶକୁ ଭିସା ସୁବିଧା ଉପଲବ୍ଧ ହେବ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଭୁବନେଶ୍ୱର ବାବା ସାହେବ ଆମ୍ୱେଦକର ବସ୍‌ ଟର୍ମିନାଲ ବରମୁଣ୍ଡା ଠାରେ VFS ଗ୍ଲୋବାଲ ଦ୍ୱାରା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ