କବିତାଙ୍କୁ ବିଆର୍‌ଏସ୍‌ରୁ ନିଲମ୍ବନ କଲେ କେସିଆର୍‌

ନୂଆଦିଲ୍ଲୀ: ବିଆର୍‌ଏସ୍‌ (ଭାରତ ରାଷ୍ଟ୍ର ସମିତି) ଏମ୍‌ଏଲ୍‌ସି କେ କବିତା ତାଙ୍କର ୨ ସମ୍ପର୍କୀୟ ଭାଇ ତଥା ପୂର୍ବତନ ଜଳସେଚନ ମନ୍ତ୍ରୀ ଟି ହରୀଶ ରାଓ ଏବଂ ପୂର୍ବତନ ସାଂସଦ ଜେ ସନ୍ତୋଷ ରାଓଙ୍କ ବିରୋଧରେ ବ‌ିସ୍ଫୋରକ ଦାବି କରିବାର ଦିନକ ପରେ ଆଜି ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। କବିତାଙ୍କୁ ବିଆର୍‌ଏସ୍‌ରୁ ନିଲମ୍ବନ କରିବା ସଂକ୍ରାନ୍ତ ନିଷ୍ପତ୍ତି ନିଜେ ତାଙ୍କ ପିତା କେସିଆର୍‌ ନେଇଛନ୍ତି ବୋଲି ଦଳ ଏକ ବିବୃତି ଜାରି କରି କହିଛି। ବିବୃତିରେ ଏହା ମଧ୍ୟ କୁହାଯାଇଛି ଯେ କବିତା ନିକଟରେ ଦେଇଥିବା ଟିପ୍ପଣୀ ଏବଂ ତାଙ୍କ କାର୍ୟ୍ୟକଳାପ ଦଳର ନୀତି ବିରୋଧରେ ଯାଉଛି। ‌ସେଥିପାଇଁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଉଲ୍ଲେଖଯୋଗ୍ୟ, କବିତା ଦଳରୁ ନିଲମ୍ବିତ ହେବାର ଦିନକ ପୂର୍ବରୁ ଦଳରେ ଏକ ଝଡ଼ ସୃଷ୍ଟି କରିଥିଲେ। ଦଳ ସୁପ୍ରିମୋ କେସିଆର୍‌ଙ୍କ ଭାବମୂର୍ତ୍ତି ନଷ୍ଟ କରିବାପାଇଁ ସେ ଖୋଲାଖୋଲି ଭାବେ ଦଳୀୟ ସହକର୍ମୀଙ୍କୁ ଦାୟୀ କରିଥିଲେ। କବିତା ଅଭିଯୋଗ କରିଛନ୍ତି ଯେ ବରିଷ୍ଠ ନେତା ଟି ହରୀଶ ରାଓ ଏବଂ ପୂର୍ବତନ ସାଂସଦ ମେଘା କ୍ରିଷ୍ଣା ରେଡ୍ଡି ତାଙ୍କ ବାପାଙ୍କ ନ‌ାଁରେ ଦୁର୍ନୀତି ଟ୍ୟାଗ୍‌ ଯୋଡ଼ିଛନ୍ତି। ତାଙ୍କୁ ଅଣଦେଖା କରିବାପାଇଁ ହରିଶ ରାଓ ଏବଂ ସନ୍ତୋଷ କୁମାର ଷଡ୍‌ଯନ୍ତ୍ର କରିଥିବା ସେ କହିଛନ୍ତି। ଅଗଷ୍ଟ ୨୨ ତାରିଖରେ କବିତା ବିଦେଶରେ ଥିବା‌ ସମୟରେ ତାଙ୍କୁ ହଠାତ ଟିବିଜିକେଏସ୍‌ (ତେଲେଙ୍ଗାନା ବୋଗ୍ଗୁ ଘନି କାର୍ମିକ ସଂଘମ) ସଭାପତି ପଦରୁ ହଟାଇ ଦିଆଯାଇଥିଲା। ଏହା ତାଙ୍କ ବିରୋଧରେ ଦଳୀୟ ନେତାମାନଙ୍କର ଏକ ଷଡ୍‌ଯନ୍ତ୍ର ବୋଲି ସେ ଅଭିଯୋଗ କରିଛନ୍ତି।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ