କଳିଙ୍ଗ ନୌବାହିନୀର କିଏ ଥିଲେ ମୁହାଣ ଚୌକିୟା କଣ ଥିଲା ତାଙ୍କର ଦାୟୀତ୍ବ

ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ବହୁ ପୂର୍ବରୁ ଉତ୍କଳୀୟମାନେ ଜଳଯାତ୍ରାରେ ନିପୁଣ ଥିଲେ । ପୁରାତନ କାଳରେ ଉପକୂଳରେ ଗଢ଼ି ଉଠିଥିବା ନୌଘାଟି ଓ ବନ୍ଦର ମଧ୍ୟରୁ ଧାମରା, ଚାନ୍ଦବାଲି, ରିଘାଗଡ଼, ଜମ୍ବୁ ମାଈପୁରା, ବାଲିଆପାଳ, ପାଲମିରା, ସାତଭାୟା, ହଂସୁଆ, ନରେନ୍ଦ୍ରପୁର, ମହୁରୀଗାଁ ଓ କନିକା ଦ୍ୱୀପ କନିକା ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା । କନିକାର ସାଧବମାନେ ନୌବାଣିଜ୍ୟରେ ସୁଦକ୍ଷ ଥିଲେ । କିମ୍ବଦନ୍ତୀରୁ ଜଣାଯାଏ, ସମ୍ରାଟ ଖାରବେଳଙ୍କ ସମୟରୁ ଏହି ଅଞ୍ଚଳରୁ ସାଧବ ପୁଅ ଜାଭା, ବାଲି, ସୁମାତ୍ରା ଓ ନ ସିଂହଳ ପ୍ରଭୃତି ଦ୍ୱୀପକୁ ବଣିଜ ନିମନ୍ତେ ଯାଉଥିଲେ । ପୂର୍ବେ ସମୁଦ୍ର ମଧ୍ୟସ୍ଥ ଦ୍ୱୀପ ସମୂହରୁ ମୁକ୍ତା, ପ୍ରବାଳ ଆଦି କନିକାକୁ ଆମଦାନି ହେଉଥିଲା । କବିବର ରାଧାନାଥ ରାୟଙ୍କ କାବ୍ୟକବିତାରେ ଏ ସମ୍ପର୍କରେ ତଥ୍ୟ ମିଳେ । ବହିଃଶତ୍ରୁ ସମୁଦ୍ର ପଥରେ ରାଜ୍ୟ ଭିତରକୁ ପ୍ରବେଶ କରିନପାରିବା ପାଇଁ କନିକାର ନୌସେନା, ଧାମରା ମୁହାଣଠାରୁ ବରୁଣେଇ ମୁହାଣ ପର୍ଯ୍ୟନ୍ତ ଜଗାରଖା କରୁଥିଲେ । ପୂର୍ବେ ଓଡ଼ିଶା ଉପକୂଳରେ ସର୍ବପ୍ରଧାନ ନୌଶକ୍ତି ଥିଲା କନିକା । କନିକାର ରାଜା କଳିଙ୍ଗ ନୌବାହିନୀର ପ୍ରମୁଖ ଥିଲେ ଏବଂ ଓଡ଼ିଶାର ଗଜପତିଙ୍କଠାରୁ ‘ମୁହାଣ ଚୌକିୟା’ ଉପାଧି ପାଇଥିଲେ । କନିକାର ନାବିକ ଓ ସାଧବମାନେ ସାମୁଦ୍ରିକ ବାଣିଜ୍ୟରେ ଅଖଣ୍ଡ ଆଧିପତ୍ୟ ବିସ୍ତାର କରିଥିଲେ । ଜଳଦସ୍ୟୁଙ୍କ ଆକ୍ରମଣକୁ ପ୍ରତିହତ କରି ସାଧବମାନଙ୍କୁ ସମୁଦ୍ର ମଧ୍ୟରେ ନିରାପତ୍ତା ଯୋଗାଇ ଦେଉଥିଲେ। କନିକାର ବିଭିନ୍ନ ମୁହାଣ ଓ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ପୂଜା ପାଇ ଆସୁଛନ୍ତି ବିଭିନ୍ନ ଦେବୀ । ସାଧବମାନେ ବୋଇତ ବଣିଜକୁ ଯିବା ପୂର୍ବରୁ ମା’ ମଙ୍ଗଳାଙ୍କୁ ଭୋଗ ମନାସୁଥିଲେ । ପାଟଣମଙ୍ଗଳା, ଡାକେଶ୍ୱରୀ, ଧାମରାଈ, ମାଟିଆ ମଙ୍ଗଳା, ମା’ପଞ୍ଚୁବରାହୀ, ମା’ ଦକ୍ଷିଣ କାଳୀ ପ୍ରଭୃତି ଏହି ନୌବାଣିଜ୍ୟ ସଂସ୍କୃତି ସହ ଜଡ଼ିତ ।

  • Related Posts

    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading
    ଟେଡି ବିୟର୍ ର ଯତ୍ନ ନିଅନ୍ତୁ ନହେଲେ ରୋଗିଣା ହେବ ଶିଶୁ

    ଟେଡି ବିୟର୍ ସାରା ବିଶ୍ୱର ଶିଶୁଙ୍କ ପସନ୍ଦର ଖେଳନା। ଶିଶୁଟିଏ ଘରେ ରହୁ କି ବାହାରକୁ ଯାଇଥାଉ ସାଙ୍ଗରେ ଟେଡି ବିୟରକୁ ଧରି ଯାଇଥାଏ। ଏପରି କି ଖାଇବାଠାରୁ ଶୋଇବା ପର୍ୟ୍ୟନ୍ତ ପିଲା ପାଖରେ ଥାଏ ଟେଡି ବିୟର । ହେଲେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ