ଖ୍ରୀଷ୍ଟୀୟ ପ୍ରଥମ ଶତାବ୍ଦୀର ବହୁ ପୂର୍ବରୁ ଉତ୍କଳୀୟମାନେ ଜଳଯାତ୍ରାରେ ନିପୁଣ ଥିଲେ । ପୁରାତନ କାଳରେ ଉପକୂଳରେ ଗଢ଼ି ଉଠିଥିବା ନୌଘାଟି ଓ ବନ୍ଦର ମଧ୍ୟରୁ ଧାମରା, ଚାନ୍ଦବାଲି, ରିଘାଗଡ଼, ଜମ୍ବୁ ମାଈପୁରା, ବାଲିଆପାଳ, ପାଲମିରା, ସାତଭାୟା, ହଂସୁଆ, ନରେନ୍ଦ୍ରପୁର, ମହୁରୀଗାଁ ଓ କନିକା ଦ୍ୱୀପ କନିକା ରାଜ୍ୟରେ ଅନ୍ତର୍ଭୁକ୍ତ ଥିଲା । କନିକାର ସାଧବମାନେ ନୌବାଣିଜ୍ୟରେ ସୁଦକ୍ଷ ଥିଲେ । କିମ୍ବଦନ୍ତୀରୁ ଜଣାଯାଏ, ସମ୍ରାଟ ଖାରବେଳଙ୍କ ସମୟରୁ ଏହି ଅଞ୍ଚଳରୁ ସାଧବ ପୁଅ ଜାଭା, ବାଲି, ସୁମାତ୍ରା ଓ ନ ସିଂହଳ ପ୍ରଭୃତି ଦ୍ୱୀପକୁ ବଣିଜ ନିମନ୍ତେ ଯାଉଥିଲେ । ପୂର୍ବେ ସମୁଦ୍ର ମଧ୍ୟସ୍ଥ ଦ୍ୱୀପ ସମୂହରୁ ମୁକ୍ତା, ପ୍ରବାଳ ଆଦି କନିକାକୁ ଆମଦାନି ହେଉଥିଲା । କବିବର ରାଧାନାଥ ରାୟଙ୍କ କାବ୍ୟକବିତାରେ ଏ ସମ୍ପର୍କରେ ତଥ୍ୟ ମିଳେ । ବହିଃଶତ୍ରୁ ସମୁଦ୍ର ପଥରେ ରାଜ୍ୟ ଭିତରକୁ ପ୍ରବେଶ କରିନପାରିବା ପାଇଁ କନିକାର ନୌସେନା, ଧାମରା ମୁହାଣଠାରୁ ବରୁଣେଇ ମୁହାଣ ପର୍ଯ୍ୟନ୍ତ ଜଗାରଖା କରୁଥିଲେ । ପୂର୍ବେ ଓଡ଼ିଶା ଉପକୂଳରେ ସର୍ବପ୍ରଧାନ ନୌଶକ୍ତି ଥିଲା କନିକା । କନିକାର ରାଜା କଳିଙ୍ଗ ନୌବାହିନୀର ପ୍ରମୁଖ ଥିଲେ ଏବଂ ଓଡ଼ିଶାର ଗଜପତିଙ୍କଠାରୁ ‘ମୁହାଣ ଚୌକିୟା’ ଉପାଧି ପାଇଥିଲେ । କନିକାର ନାବିକ ଓ ସାଧବମାନେ ସାମୁଦ୍ରିକ ବାଣିଜ୍ୟରେ ଅଖଣ୍ଡ ଆଧିପତ୍ୟ ବିସ୍ତାର କରିଥିଲେ । ଜଳଦସ୍ୟୁଙ୍କ ଆକ୍ରମଣକୁ ପ୍ରତିହତ କରି ସାଧବମାନଙ୍କୁ ସମୁଦ୍ର ମଧ୍ୟରେ ନିରାପତ୍ତା ଯୋଗାଇ ଦେଉଥିଲେ। କନିକାର ବିଭିନ୍ନ ମୁହାଣ ଓ ବନ୍ଦର ନିକଟବର୍ତ୍ତୀ ଅଞ୍ଚଳରେ ପୂଜା ପାଇ ଆସୁଛନ୍ତି ବିଭିନ୍ନ ଦେବୀ । ସାଧବମାନେ ବୋଇତ ବଣିଜକୁ ଯିବା ପୂର୍ବରୁ ମା’ ମଙ୍ଗଳାଙ୍କୁ ଭୋଗ ମନାସୁଥିଲେ । ପାଟଣମଙ୍ଗଳା, ଡାକେଶ୍ୱରୀ, ଧାମରାଈ, ମାଟିଆ ମଙ୍ଗଳା, ମା’ପଞ୍ଚୁବରାହୀ, ମା’ ଦକ୍ଷିଣ କାଳୀ ପ୍ରଭୃତି ଏହି ନୌବାଣିଜ୍ୟ ସଂସ୍କୃତି ସହ ଜଡ଼ିତ ।
‘ଚନ୍ଦନ ଯାତ୍ରା’ ଓଡ଼ିଆ ସଂସ୍କୃତି ଏବଂ ଆଧ୍ୟାତ୍ମିକ ଚେତନାର ଏକ ଜ୍ୱଳନ୍ତ ପ୍ରତୀକ
ଦେବଗଡ଼, ଏପ୍ରିଲ ୨୫, ୨୦୨୬ – ଦେବଗଡ଼ ଜିଲ୍ଲା ବାରକୋଟ୍ ବ୍ଲକର ଐତିହାସିକ ‘କଲା ଚନ୍ଦନ ଯାତ୍ରା’ କେବଳ ଏକ ପର୍ବ ନୁହେଁ, ଏହା ଆମ ସମୃଦ୍ଧ ଓଡ଼ିଆ ସଂସ୍କୃତି, ଅନନ୍ୟ ପରମ୍ପରା ଏବଂ ଗଭୀର ଆଧ୍ୟାତ୍ମିକ ଚେତନାର ଏକ ଜ୍ୱଳନ୍ତ…


