ନବରଙ୍ଗପୁର,29/08: ସ୍ଥାନୀୟ କ୍ଷୁଦ୍ର ଜଳସେଚନ ବିଭାଗ ଅଧିନରେ ଥିବା ତଥା ହିର୍ଲି ଗାଁ ନିକଟରେ ଥିବା କୁସୁମଝର ମଧ୍ୟମ ଜଳସେଚନ ଡ୍ୟାମ୍ରେ କୁମ୍ଭୀର ରହିଥିବା ଦେଖିବାକୁ ମିଳିଛି। ଏ ନେଇ ଗତ କିଛି ଦିନ ହେବ ସାମାଜିକ ଗଣମାଧ୍ୟମ ଫେସବୁକରେ ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଫଟୋ ଓ ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି। ତେବେ ବହୁ ଦିନ ଆଗରୁ ଏହି ଡ୍ୟାମ୍ରେ କୁମ୍ଭୀର ରହୁଥିବା ଚର୍ଚ୍ଚା ହେଉଥିଲା। ତେବେ ଘଡ଼ିଆଳ ନା ଥଣ୍ଟିଆ କୁମ୍ଭୀର ଏହାକୁ ନେଇ ବି ଚର୍ଚ୍ଚା ଜୋର ହେଉଛି। ସେହିପରି ଏହି ଡ୍ୟାମ୍ର ପାଣି ଚାଷ କାମରେ ଲାଗିବା ସହ ସ୍ଥାନୀୟ ଲୋକେ ନିତ୍ୟ ବ୍ୟବହାରରେ ଲଗାଉଛନ୍ତି। ବନବିଭାଗ ପକ୍ଷରୁ ଏହାକୁ ଯାଞ୍ଚ୍ କରି ପ୍ରକୃତ ତଥ୍ୟ ଲୋକଲୋଚନକୁ ଆଣିବାକୁ ମତ ପ୍ରକାଶ ପାଇଛି।
ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ
୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…








