କୃଷକଙ୍କ ‘ଦିଲ୍ଲୀ ଚଲୋ’ ଯାତ୍ରା ସ୍ଥଗିତ

ଦିଲ୍ଲୀ ଚଲୋ’ ଯାତ୍ରା ସ୍ଥଗିତ ରଖିଛନ୍ତି କୃଷକ। ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା କୃଷକମାନେ ‘ଦିଲ୍ଲୀ ଚଲୋ’ ଯାତ୍ରା ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି। ଆଜି ଦିଲ୍ଲୀ-ନୋଏଡା ସୀମା ଏବଂ ଯମୁନା ଏକ୍ସପ୍ରେସୱେରେ ନୋଏଡା ପ୍ରଶାସନ ଏବଂ କୃଷକଙ୍କ ମଧ୍ୟରେ ଆଲୋଚନା ହୋଇଥିଲା।
ଆଲୋଚନା ପରେ କୃଷକମାନେ ସଂସଦ କମ୍ପ୍ଲେକ୍ସ ଅଭିମୁଖେ ଆରମ୍ଭ କରିଥିବା ‘ଦିଲ୍ଲୀ ଚଲୋ’ ପଦଯାତ୍ରାକୁ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି। ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଲାଗିଥିବା ବ୍ୟାରିକେଡ ହଟିଛି ଏବଂ ଯାତାୟାତ ଆରମ୍ଭ ହୋଇଛି।
ଉତ୍ତରପ୍ରଦେଶର ୨୦ଟି ଜିଲ୍ଲାର କୃଷକମାନେ ବିଭିନ୍ନ ଦାବି ନେଇ ‘ଦିଲ୍ଲୀ ଚଲୋ’ ଡାକରା ଦେଇ ସଂସଦ କମ୍ପ୍ଲେକ୍ସ ଅଭିମୁଖେ ବାହାରିଥିଲେ। ଲୋକସଭାର ଶୀତ ଅଧିବେଶନ ବସିଥିବା ସମୟରେ ସରକାର ନିକଟରେ ଦାବି ଉପସ୍ଥାପନ କରିବାକୁ ଯୋଜନା କରିଥିଲେ। କୃଷକଙ୍କ ଏହି ଯୋଜନା ପରେ ଶାନ୍ତିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ଦିଲ୍ଲୀ-ନୋଏଡା ସୀମାରେ ବ୍ୟାରିକେଡ ଲଗାଇଥିଲା।

ଫଳରେ ଆଜି ଦିନ ତମାମ ଜାତୀୟ ରାଜଧାନୀରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଏହାରି ମଧ୍ୟରେ ନୋଏଡା ପ୍ରଶାସନ ଏବଂ କୃଷକଙ୍କ ଆଲୋଚନା ଚାଲିଥିଲା। ଦୀର୍ଘ ସମୟର ଆଲୋଚନା ପରେ ଶେଷରେ ‘ଦିଲ୍ଲୀ ଚଲୋ’ ଯାତ୍ରାକୁ ସ୍ଥଗିତ ରଖିବାକୁ ରାଜି ହୋଇଛନ୍ତି କୃଷକ ସଂଗଠନ।

ପ୍ରକାଶ ଥାଉକି, କୃଷକମାନେ ପୁରୁଣା ଜମି ଅଧିଗ୍ରହଣ ଆଇନ ଅନୁସାରେ ଜମି ଅଧିଗ୍ରହଣ ପାଇଁ ହରାଇଥିବା ଜମିର ୧୦% ଜମି ଏବଂ ୬୪.୭% ବର୍ଦ୍ଧିତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି। ଏହା ସହିତ ଜାନୁଆରୀ ୧, ୨୦୧୪ ପରେ ଅଧିଗ୍ରହଣ ହୋଇଥିବା ଜମି ଉପରେ ବଜାର ଦର କ୍ଷତିପୂରଣ ଏବଂ ୨୦% ଜମି, ଭୂମିହୀନ ଚାଷୀଙ୍କ ପିଲାଙ୍କୁ ଚାକିରି ଏବଂ ପୁନର୍ବାସର ସୁବିଧା, ହାଇ ପାଓ୍ୱାର କମିଟି ଦ୍ୱାରା ପାସ୍ ହୋଇଥିବା ପ୍ରସଙ୍ଗଗୁଡିକ ଉପରେ ସରକାରୀ ନିର୍ଦ୍ଦେଶ ଜାରି ଆଦି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ