କେନ୍ଦ୍ରମନ୍ତ୍ରୀ ବିଭିନ୍ନ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରିଛନ୍ତି: ବିଜେଡି

ଭୁବନେଶ୍ୱର: ରାଜ୍ୟରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଜାରି ରହିଥିବା ଯୋଗୁ ରାଜ୍ୟର ଚାଷୀ ଭାଇ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସବୁକିଛି ଠିକ ଚାଲିଛି ଓ ସେଥିପାଇଁ ରାଜ୍ୟ ସରକାର ଧନ୍ୟବାଦର ପାତ୍ର ବୋଲି ଦେଇଥିବା ମନ୍ତବ୍ୟ ଚାଷୀ ଭାଇ ମାନଙ୍କ କଟା ଘା’ ରେ ଚୂନ ଦେବା ସଦୃଶ୍ୟ ହୋଇଛି ବୋଲି ବିଜୁ ଜନତା ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ମନ୍ତବ୍ୟରେ ଦେଇଥିବା ତଥ୍ୟରୁ ସ୍ପଷ୍ଟ ହେଉଛି ଯେ ମନ୍ତ୍ରୀ ବିଭିନ୍ନ ଭ୍ରମାତ୍ମକ ତଥ୍ୟ ପ୍ରଦାନ କରିଛନ୍ତି। ଉଦାହରଣ ସ୍ୱରୂପ, ସରକାର ଚାଷୀ ମାନଙ୍କୁ ତାଙ୍କ ବ୍ୟାଙ୍କ ଖାତାରେ ଧାନର ମୂଲ୍ୟ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଏହି ବ୍ୟବସ୍ଥା ପୂର୍ବ ସରକାରଙ୍କ ଦ୍ୱାରା ପ୍ରାୟ ଆଠ ବର୍ଷ ତଳୁ ଆରମ୍ଭ ହୋଇଥିଲା। ତେଣୁ ବିଜେପି ସରକାର ଏହି ବ୍ୟବସ୍ଥା ଆରମ୍ଭ କରିଛନ୍ତି ବୋଲି ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ ଭୁଲ। ଷୋହଳ ଲକ୍ଷ ଟନ ଧାନ କିଣା ସରିଗଲାଣି, ଯାହା ମଧ୍ୟ ଭ୍ରମାତ୍ମକ, କାରଣ ଗତକାଲି ଯୋଗାଣ ମନ୍ତ୍ରୀ ସାଢ଼େ ସାତ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି ବୋଲି ମନ୍ତବ୍ୟ ଦେଇଥିଲେ। ଏଠାରେ ପ୍ରଶ୍ନ ଉଠୁଛି ଯେ ଯୋଗାଣ ମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରୁ କାହା କଥା ସତ। ତାଛଡା, ଗତ ବର୍ଷ ପ୍ରାୟ ୭୮ ଲକ୍ଷ ମେଟ୍ରିକ ଟନ ଧାନ କିଣା ଯାଇଥିଲା। ତେଣୁ, ଏବର୍ଷ ତିରିଶ ଲକ୍ଷ ଧାନ କିଣା ଯିବାର ଲକ୍ଷ ରହିଛି ବୋଲି ଦେଇଥିବା ମନ୍ତବ୍ୟ ସମ୍ପୂର୍ଣ ଭ୍ରମାତ୍ମକ।

ଡ଼ଃ ମହାନ୍ତି ଆହୁରି କହିଛନ୍ତି, ଶ୍ରୀ ପ୍ରଧାନ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥାକୁ ସ୍ୱୀକାର କରିଛନ୍ତି, କିନ୍ତୁ ସରକାର ଆସିବାର ମାତ୍ର ଛଅ ମାସ ହୋଇଥିବାରୁ, ଏହାକୁ ବ୍ୟବସ୍ଥିତ କରି ପାରି ନାହାନ୍ତି। ସମ୍ପ୍ରତି ଧାନ କିଣାରେ ବିଭିନ୍ନ ଅବ୍ୟବସ୍ଥା ଯଥା କଟନୀଛଟନୀରେ ପାଞ୍ଚ ରୁ ନଅ କିଲୋ ପର୍ୟ୍ୟନ୍ତ ପ୍ରତି କ୍ୟୁଣ୍ଟାଲ କାଟିବା, ଅଦିନିଆ ବର୍ଷା ଯୋଗୁ ଚାଷୀଙ୍କର ହୋଇଥିବା କ୍ଷତିକୁ ସରକାର କିପରି ଭରଣା କରିବେ ଇତ୍ୟାଦି ପ୍ରସଙ୍ଗ ଉପରେ ଶ୍ରୀ ପ୍ରଧାନ ନିରବ ରହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଚାଷୀ ସମ୍ମୁଖୀନ ହେଉଥିବା ସମସ୍ୟା ପ୍ରତି ଶ୍ରୀ ପ୍ରଧାନ ଅବଗତ ନାହାନ୍ତି କିମ୍ବା ସବୁ ଜାଣି ମଧ୍ୟ ସମସ୍ୟାକୁ ଅଣଦେଖା କରୁଛନ୍ତି।

ଶ୍ରୀ ପ୍ରଧାନ ଭୁଲିଯିବା ଉଚିତ ନୁହେଁ ଯେ, ନିର୍ବାଚନ ସମୟରେ ୩୦୦ ୟୁନିଟ ବିଜୁଳି ମାଗଣା ଦିଆଯିବ ବୋଲି ଦେଇଥିବା ପ୍ରତିଶ୍ରୁତି ସାମାଜିକ ଗଣ ମାଧ୍ୟମରେ ଭାଇରାଲ ହେଉଛି। ତେଣୁ ତାଙ୍କ କଥାରେ କେତେ ସତ ଥାଏ ତାହା ଓଡିଶାବାସୀ ଭଲ ଭାବେ ଜାଣିଛନ୍ତି।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ