କୋପ୍ରାର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ୍ କମିଟି (ସିସିଇଏ) ୨୦୨୫ ଋତୁ ପାଇଁ କୋପ୍ରା(ଖୁରୁଡ଼ ନଡ଼ିଆ ଶସ)ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିଛନ୍ତି। ତଦନୁଯାୟୀ ୨୦୨୫ ଋତୁ ପାଇଁ ଉପଯୁକ୍ତ ହାରାହାରି ମାନର ମିଲିଂ କୋପ୍ରାର ଏମଏସପି କ୍ୱିଣ୍ଟାଲ ପିଛା ମୂଲ୍ୟ ୧୧,୫୮୨/- ଟଙ୍କା ଏବଂ ବଲ୍ କୋପ୍ରା ପାଇଁ କ୍ୱିଣ୍ଟାଲ ପିଛା ମୂଲ୍ୟ ୧୨,୧୦୦ ଟଙ୍କା ଧାର୍ୟ୍ୟ କରାଯାଇଛି। ୨୦୧୪ ବିପଣନ ଋତୁରେ ମିଲିଂ କୋପ୍ରା ଓ ବଲ୍ କୋପ୍ରାର ଏମଏସପି ଯଥାକ୍ରମେ କୁିଣ୍ଟାଲ ପିଛା ଯଥାକ୍ରମେ ୫୨୫୦ ଟଙ୍କା ଓ ୫୫୦୦ ଟଙ୍କା ଥିଲା। ଏବେ ଏହାକୁ ବୃଦ୍ଧି କରି କ୍ୱିଣ୍ଟାଲ ପିଛା ୧୧,୫୮୨ ଟଙ୍କା ଓ ୧୨,୧୦୦ ଟଙ୍କା କରାଯାଇଛି। ଫଳରେ ଉଭୟ ମୂଲ୍ୟରେ ଯଥାକ୍ରମେ ୧୨୧ ପ୍ରତିଶତ ଏବଂ ୧୨୦ ପ୍ରତିଶତ ବୃଦ୍ଧି ହୋଇଛି। ବର୍ଦ୍ଧିତ ଏମଏସପି କେବଳ ନଡ଼ିଆ ଚାଷୀଙ୍କୁ ଉନ୍ନତ ପାରିଶ୍ରମିକ ସୁନିଶ୍ଚିତ କରିବ ନାହିଁଟ୍ଟ ବରଂ ଉଭୟ ଘରୋଇ ଏବଂ ଅନ୍ତର୍ଜାତୀୟ ସ୍ତରରେ ନଡ଼ିଆ ଉତ୍ପାଦର ବଢୁଥିବା ଚାହିଦାକୁ ପୂରଣ କରିବା ପାଇଁ କୃଷକମାନଙ୍କୁ କୋପ୍ରା ଉତ୍ପାଦନ ପାଇଁ ଉତ୍ସାହିତ କରିବ। ମୂଲ୍ୟ ସମର୍ଥନ ଯୋଜନା (ପିଏସ୍ଏସ୍) ଅଧୀନରେ କୋପ୍ରା ଏବଂ ଚୋପାମୁକ୍ତ ନଡ଼ିଆ କ୍ରୟ ପାଇଁ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ଲିମିଟେଡ୍ (ନାଫେଡ୍) ଏବଂ ଜାତୀୟ ସମବାୟ ଉପଭୋକ୍ତା ମହାସଂଘ (ଏନସିସିଏଫ୍) କେନ୍ଦ୍ରୀୟ ନୋଡାଲ ଏଜେନ୍ସି (ସିଏନ୍ଏ) ଭାବରେ କାର‌୍ୟ୍ୟ ଜାରି ରଖିବ। କୃଷକମାନଙ୍କୁ ଲାଭଜନକ ମୂଲ୍ୟ ପ୍ରଦାନ କରିବା ପାଇଁ ସମସ୍ତ ବାଧ୍ୟତାମୂଳକ ଫସଲର ଏମଏସପିକୁ ସର୍ବଭାରତୀୟ ସ୍ତରରେ ଲାଗୁ ହାରାହାରି ଉତ୍ପାଦନ ମୂଲ୍ୟର ଅତି କମରେ ୧.୫ ଗୁଣ ସ୍ତରରେ ସ୍ଥିର କରାଯିବ ବୋଲି ସରକାର ୨୦୧୮-୧୯ କେନ୍ଦ୍ର ବଜେଟରେ ଘୋଷଣା କରିଥିଲେ।

  • Related Posts

    ଟୋଲ୍‌ ପ୍ଲାଜାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଟଙ୍କା ସଂଗ୍ରହ

    ନୂଆଦିଲ୍ଲୀ,03/04/2026: ଚଳିତ ମାସ ୧୦ରୁ ଦେଶର ୧୧୫୦ରୁ ଅଧିକ ‌ଟୋଲ୍‌ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର…

    Continue reading
    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ