କୋର୍ଟରେ ହାଜର ହେଲେ ପାଣିଗ୍ରାହୀ

ବ୍ରହ୍ମପୁର: ଟାଟା ମୋଟର୍ସରେ ଚାକିରି ଦେବାକୁ କହି ଏକାଧିକ ଯୁବକଙ୍କଠାରୁ ଟଙ୍କା ଠକେଇ ମାମଲାରେ ବ୍ରହ୍ମପୁର ଏମ୍‌ପି ପ୍ରଦୀପ ପାଣିଗ୍ରାହୀ ଓ ବହିଷ୍କୃତ ଆଇଏଫ୍‌ଏସ୍‌ ଅଫିସର ଅଭୟକାନ୍ତ ପାଠକ ଏବଂ ତାଙ୍କ ପୁଅ ଆକାଶ ପାଠକ ବୁଧବାର କୋର୍ଟରେ ହାଜର ହୋଇଛନ୍ତି। ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଗ୍ରାମୀଣ) ଜୁଏଲ ପଟ୍ଟନାୟକଙ୍କ କୋର୍ଟରେ ହାଜର ହେବା ପରେ ସେମାନଙ୍କ ନାଁରେ ଗତ ୨୦୨୦-୨୧ରେ ରୁଜୁ ହୋଇଥିବା ୪ ମାମଲାରେ ଚାର୍ଜଫ୍ରେମ କରାଯାଇଥିଲା। ପରେ ମାମଲାର ବିଚାର ଆରମ୍ଭ ହେବ ବୋଲି ସରକାରୀ ଓକିଲ ମାଗୁଣି ଚରଣ ପୋଲାଇ କହିଛନ୍ତି।
ଟାଟା କମ୍ପାନୀରେ ନିଯୁକ୍ତି ନାଁରେ ଟଙ୍କା ଠକେଇ କରିଥିବା ନେଇ ଗୋପାଳପୁରର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ଏମ୍‌ପି ପ୍ରଦୀପଙ୍କ ନାମରେ ପ୍ରଥମେ କ୍ରାଇମବ୍ରାଞ୍ଚ ଓ ପରେ କଟକ ସାଇବର୍‌ ଥାନାରେ ମାମଲା ରୁଜୁ ହୋଇଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ୨୦୨୦ ନଭେମ୍ବରରେ ବ୍ରହ୍ମପୁର ଆସିଥିଲା। ତଦନ୍ତ ପରେ ପର୍ୟ୍ୟାୟକ୍ରମେ ପ୍ରଦୀପଙ୍କ ନାମରେ ୫ଟି ଠକେଇ ମାମଲା ରୁଜୁ ହୋଇଥିଲା। ୪ଟି ମାମଲା ଗୋଳନ୍ଥରା ଥାନା ଓ ଗୋଟିଏ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିଲା। ପୂର୍ବରୁ ଗୋଟିଏ ମାମଲାରେ ଚାର୍ଜଫ୍ରେମ ହୋଇସାରିଥିଲା। ବୁଧବାର ଗୋଳନ୍ଥରା ଥାନାର ୩ଟି ମାମଲା ଓ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଗୋଟିଏ ମାମଲାର ଚାର୍ଜଫ୍ରେମ ହୋଇଛି। ସୂଚନାଯୋଗ୍ୟ, ଗୋଳନ୍ଥରା ଥାନାରେ ରୁଜୁ ହୋଇଥିବା ୪ ମାମଲାର ଅଭିଯୋଗକାରୀ ଗତ ମେ ମାସରେ ମକଦ୍ଦମା ପ୍ରତ୍ୟାହାର କରିବା ସହିତ ପରବର୍ତ୍ତୀ ବିଚାର ଆଗକୁ ନ ନେବା ପାଇଁ ତାଙ୍କ ଓକିଲଙ୍କ ଜରିଆରେ କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ। ଠକେଇ ହୋଇଥିବା ଟଙ୍କା ପାଇସାରିଥିବାରୁ ମାମଲା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ। କିନ୍ତୁ ବୁଧବାର କୋର୍ଟରେ ୪ଟି ମାମଲାରେ ଚାର୍ଜଫ୍ରେମ ହୋଇଥିଲା। ଏମ୍‌ପି ପ୍ରଦୀପ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ପୂର୍ବର ବିଜେଡି ସରକାର ଅମଳରେ ମିଥ୍ୟା କେସ୍‌ ଦିଆଯାଇଥିଲା, ଯାହାର ଚାର୍ଜଫ୍ରେମ ହେଲା। କୋର୍ଟଙ୍କ ବିଧିବ୍ୟବସ୍ଥା ଯାହା ରହିଛି, ତାହା ପର୍ୟ୍ୟାୟକ୍ରମେ ହେବ। କୋର୍ଟଙ୍କ ରାୟକୁ ସ୍ବାଗତ କରାଯିବ ବୋଲି ସେ କହିଛନ୍ତି। ପ୍ରଦୀପଙ୍କ ତରଫରୁ ଅସିତ ଶତପଥୀ ଓ ପାଠକ ବାପପୁଅଙ୍କ ତରଫରୁ ଦୀପକ ପଟ୍ଟନାୟକ ମକଦ୍ଦମା ପରିଚାଳନା କରିଥିଲେ।

  • Related Posts

    ୧୨,୫୭୨ ଭୋଟର ଅଯୋଗ୍ୟ ଘୋଷିତ

    ଭୁବନେଶ୍ବର : ରାଜ୍ୟରେ ଭୋଟର୍‌ ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌) ପ୍ରକ୍ରିୟା ଚାଲିଛି। ତ୍ରୁଟି ପାଇଁ ମୋଟ ୫୮ଲକ୍ଷ ୩୬ହଜାର ୪୩୦ଜଣ ଭୋଟରଙ୍କ ନାମରେ ନୋଟିସ୍‌ ଜାରି ହୋଇଛି। ସେଥିମଧ୍ୟରୁ ୫୭ଲକ୍ଷ ୭୭ହଜାର ୫୬୫ଜଣ ଭୋଟରଙ୍କୁ ସଫଳତାର ସହ ନୋଟିସ୍‌ ପ୍ରଦାନ…

    Continue reading
    ଆଞ୍ଚଳିକ ଦଳ ପାଇଛନ୍ତି ୧୦୫୦ କୋଟି ଚାନ୍ଦା, ବିଜେଡି ୬୦ କୋଟି

    ନୂଆଦିଲ୍ଲୀ : ଆଞ୍ଚଳିକ ରାଜନୈତିକ ଦଳ ଗୁଡ଼ିକ ୨୦୨୪-୨୫ରେ ୧୦୫୧.୫୬ କୋଟି ଟଙ୍କା ଦାନ ପାଇଛନ୍ତି। ଏହା ପୂର୍ବ ବର୍ଷ ତୁଳନାରେ ତିନି ଗୁଣ ଅଧିକ। ୨୦୨୩-୨୪ରେ ଏହି ଦଳଗୁଡ଼ିକୁ ୩୪୭.୬୯ କୋଟି ଟଙ୍କା ଦାନ ମିଳିଥିଲା। ଏଥିରେ ୨୦ ହଜାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ