
ଭୁବନେଶ୍ୱର: ରୋଚକ ହେଉଛି ରାଜ୍ୟସଭା ନିର୍ବାଚନ। ଚାଲିଛି ମତଦାନ। ସେପଟେ କଂଗ୍ରେସର ତିନି ତିନି ଜଣ ବିଧାୟକ କଂଗ୍ରେସ ବିଧାୟକ କ୍ରସଭୋଟିଂ କରିବାର ସାଂଘାତିକ ଅଭିଯୋଗ ହେଉଛି। କଂଗ୍ରେସର ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ଦାଶରଥି ଗମାଙ୍ଗ ଓ ରମେଶ ଜେନା କ୍ରସ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସର ଏଜେଣ୍ଟ ଭକ୍ତ ଚରଣ ଦାସ। ଏହି ଦୁଇ ବିଧାୟକ ଦଳୀୟ ହୁଇପ ନ ମାନି ଅନ୍ୟତ୍ର ଭୋଟ ଦେଇଛନ୍ତି। “ଆମ ଅଭିଯୋଗକୁ ଗ୍ରହଣ କରି ବିଚାର କରିବାକୁ ଦାବି କରିଛନ୍ତି ଭକ୍ତଚରଣ ଦାସ”।
କେବଳ କଂଗ୍ରେସ ନୁହେଁ ବିଜେଡିର ୩ ଜଣ ବିଧାୟକ ମଧ୍ୟ କ୍ରସ ଭୋଟିଂ କରିଛନ୍ତି । ବିଜେଡି ଶିବିରରେ ମହାବିଦ୍ରୋହ ଦେଖିବାକୁ ମିଳିଛି ।ଯାହା ଭୟ ଥିଲା, ଶେଷରେ ସେଇଆ ହିଁ ହୋଇଛି। ବିଜେଡିର ୩ ବିଧାୟକ କ୍ରସଭୋଟିଂ କରିଥିବା ଅଭିଯୋଗ ହୋଇଛି । ସେମାନେ ହେଲେ ସୌଭିକ ବିଶ୍ୱାଳ, ଚକ୍ରମଣି କହଁର ଓ ସୁବାସିନୀ ଜେନା ।
ସୌଭିକ ବିଶ୍ୱାଳଙ୍କ ମୌନତା ପଛର ରହସ୍ୟ ଏବେ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ସେପଟେ ଚକ୍ରମଣି କହଁର ମଧ୍ୟ ନିଜ ଭୋଟ୍କୁ ନେଇ ସନ୍ଦେହ ଘେରକୁ ଆସିଛନ୍ତି। ବିଜେଡିର ହ୍ବିପକୁ ବେଖାତିର କରି ନବୀନ ନିବାସ ବୈଠକରେ ଅନୁପସ୍ଥିତ ରହିଥିଲେ ଚକ୍ରମଣୀ ।
ଏହି କ୍ରସ୍ ଭୋଟିଂକୁ ନେଇ ବରିଷ୍ଠ ବିଜେଡି ନେତା ପ୍ରତାପ ଦେବ କଡ଼ା ଆପତ୍ତି ଉଠାଇଛନ୍ତି। ସେଠାରେ ଥିବା ନିର୍ବାଚନ ଅଧିକାରୀଙ୍କ ପାଖରେ ନିଜର ଅସନ୍ତୋଷ ପ୍ରକାଶ କରିବା ସହ ଭୋଟିଂ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି ପ୍ରତାପ।
ସେପଟେ ସନାତନ ମହାକୁଡ଼ଙ୍କ ବୟାନ ବିଜେଡି ପାଇଁ ଚିନ୍ତା ବଢାଇଛି। ଆଉଜଣେ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ବିଜେପିକୁ ଭୋଟ ଦେବା ନେଇ ଚର୍ଚ୍ଚା ହେଉଛି। ଅରବିନ୍ଦ ବିଜେଡି ଏଜେଣ୍ଟକୁ ଦେଖେିଇ ନାହାନ୍ତି ନିଜ ଭୋଟ । ବିଜେପି ଏଜେଣ୍ଟଙ୍କୁ ଦେଖେଇଲେ ବୋଲି ଆସୁଛି ସୂଚନା।



