କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା

ଭୁବନେଶ୍ୱର,୧୩/୦୮: ଆଜି ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନର ସମ୍ମିଳନୀ କକ୍ଷରେ “ମୂଲ୍ୟ ବୃଦ୍ଧିକରଣ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ନେତୃତ୍ୱାଧୀନ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା” ପ୍ରକଳ୍ପ ଅଧୀନରେ କ୍ଷୁଦ୍ର ମାଣ୍ଡିଆ, ଚାଉଳ କଳ ପରିଚାଳନା ଏବଂ ବ୍ୟବସାୟ ପରିଚାଳନା ରଣନୀତି ଉପରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (IRRI) ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତି ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା। ଏହି ପ୍ରକଳ୍ପର ମୂଲ୍ୟ ୬୦.୧୭ କୋଟି ଟଙ୍କା ରହିଥିବାବେଳେ ଏହାକୁ ୩ ବର୍ଷ ମଧ୍ୟରେ କାର୍ଯ୍ୟକାରୀ କରାଯିବ। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମହାସଂଘ ମାଧ୍ୟମରେ ମିଲେଟ୍ ଏବଂ ନିମ୍ନ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) ଚାଉଳ ଏବଂ ଅନ୍ୟ ଯେକୌଣସି କୃଷି-ଭିତ୍ତିକ ଉତ୍ପାଦର ଉତ୍ପାଦନ, ପ୍ରକ୍ରିୟାକରଣ, ପ୍ୟାକେଜିଂ, ସଂରକ୍ଷଣ ଏବଂ ବିପଣନ ପାଇଁ କ୍ଷୁଦ୍ର କାରଖାନା ପ୍ରତିଷ୍ଠା କରିବା ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ। ଏହି ପ୍ରୟାସ ଅଧୀନରେ ମିଲେଟ୍‌ ସହିତ ଅନ୍ୟାନ୍ୟ ପାରମ୍ପରିକ ଓ ଭୁଲିଯାଇଥିବା ଓଡ଼ିଆ ଖାଦ୍ୟକୁ ଲୋକାଦୃତ କରିବା ପାଇଁ ଗୋଟିଏ ଫୁଡ କୋର୍ଟ କରାଯିବ ।
ଏହି ଅଧିବେଶନରେ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗ ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନର ଅଧିକାରୀମାନେ ଯୋଗ ଦେଇଥିଲେ। ନିମ୍ନ ଗ୍ଲାଇସେମିକ୍ ଇଣ୍ଡେକ୍ସ (GI) ଚାଉଳ, GI-ଟ୍ୟାଗ୍ ପାଇଥିବା କଳାଜୀରା କିସମ ଏବଂ ମାଣ୍ଡିଆ ପାଇଁ ସଂଗ୍ରହ, ପ୍ରକ୍ରିୟାକରଣ, ବ୍ରାଣ୍ଡିଂ, ପ୍ୟାକେଜିଂ ଏବଂ ମାର୍କେଟିଂ ରଣନୀତିକୁ ଅନ୍ତର୍ଭୁକ୍ତ କରି ଏକ ଛଅ ମାସିଆ ଯୋଜନା ଉପରେ ଆଲୋଚନା କରାଯାଇଥିଲା। କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗର ନିର୍ଦ୍ଦେଶନାମା ଉଭୟ ଯୋଜନାରେ ସାମିଲ କରାଯାଇଛି। ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ କୃଷକ ଉତ୍ପାଦକ ସଂଗଠନର ସକ୍ରିୟ ଅଂଶଗ୍ରହଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ପ୍ରୟାସକୁ ସଫଳ କରିବା ପାଇଁ କର୍ମଶାଳାର ନିଷ୍କର୍ସ ମଡେଲ୍ ଓ କାର୍ଯ୍ୟଯୋଜନାକୁ ସରକାରଙ୍କୁ ସୁପାରିଶ କରାଯିବ।

  • Related Posts

    ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

    ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ…

    Continue reading
    ଜନଗଣନା ନ ସରିବା ଯାଏ କର୍ମଚାରୀଙ୍କ ବଦଳି ବନ୍ଦ

    ଭୁବନେଶ୍ବର: ରାଜ୍ୟରେ ଆରମ୍ଭ ହୋଇଥିବା ଜନଗଣନା ବର୍ଷେ ପର୍ୟ୍ୟନ୍ତ ଜାରି ରହିବ। ସେ ପର୍ୟ୍ୟନ୍ତ ଏଥିରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ଉପରେ କଟକଣା ଲଗାଯାଇଛି। ଏନେଇ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅରବିନ୍ଦ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ