ଖଣି ମାଲିକ ଘରେ ଇଡି ରେଡ୍ ୧୦କାର୍, ୩ ସୁପର ବାଇକ୍ ଓ କୋଟିଏ ଟଙ୍କାର ଗହଣା ଜବତ

ଭୁବନେଶ୍ଵର,01।09: ଭୁବନେଶ୍ଵରରେ ଖଣି ମାଲିକଙ୍କ ଘରେ ବଡ ଧରଣର ରେଡ୍ ହୋଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଜବତ କରିଛି ୧୦ଟି ବିଳାଶପୂର୍ଣ୍ଣ କାର୍ ସହ ୩ଟି ସୁପର ବାଇକ୍। କେବଳ ଏତିକି ନୁହେଁ କୋଟିଏ ଟଙ୍କାର ସୁନା ଗହଣା ମଧ୍ୟ ଜବତ କରିଛି। ତେବେ ଖଣି ମାଲିକ ଶକ୍ତିରଞ୍ଜନ ଦାସଙ୍କ ଘରେ ଇଡି ଚଢାଉ କରିଛି। ତାଙ୍କ କମ୍ପାନୀ ରହିଛି ଅନମୋଲ୍ ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ । ବେଆଇନ୍ ଆର୍ଥିକ କାରବାର ନେଇ ହିମାଚଳପ୍ରଦେଶ ପୁଲିସ୍ ନିକଟରେ ଏକ ମାମଲା ରୁଜ୍ଜୁ ହେବା ପରେ ଇଡି ସିମଲା ଜୋନାଲ ଅଫିସ ପକ୍ଷରୁ ରେଡ୍ କରାଯାଇଥିଲା। ତଦନ୍ତରୁ ଜଣାପଡିଛି ଇଣ୍ଡିଆନ୍ ଟେକ୍ନୋମାକ୍ କମ୍ପାନୀ ଲିମିଟେଡ୍ ହିମାଚଳପ୍ରଦେଶର ଏକ କମ୍ପାନୀ ଜାଲ୍ କାଗଜ ପତ୍ର ମାଧ୍ୟମରେ ବିଭିନ୍ନ ବ୍ୟାଙ୍କରୁ ୧୩୯୬ କୋଟି ଟଙ୍କା ରୁଣ ନେଇଥିଲେ। ଯେଉଁ ଋଣ ଟଙ୍କା ମଧ୍ୟରୁ ଶକ୍ତିରଞ୍ଜନ ଦାସ ଙ୍କ ନିକଟକୁ ପାଖାପାଖି ୫୯.୮୦ କୋଟି ଟଙ୍କା ଆସିଥିଲା। ତାଙ୍କଠାରୁ ଏବେ ସୁଦ୍ଧା ୧୩ ଲକ୍ଷ ଟଙ୍କା ଏବଂ ୧ କୋଟି ୧୨ ଲକ୍ଷ ଟଙ୍କାର ସୁନାଗହଣା ଜବତ କରାଯିବା ସହ ଦୁଇଟି ବ୍ୟାଙ୍କ ଲକର୍ ଠାବ କରାଯାଇଛି। ସୂଚନା ମୁତାବକ, ୨୦୦୯ରୁ ୨୦୧୩ ମଧ୍ୟରେ ହିମାଚଳ ପ୍ରଦେଶର ଇଣ୍ଡିଆନ୍‌ ଟେକ୍ନୋମାକ୍‌ କମ୍ପାନି ଲିମିଟେଡ୍‌ (ଆଇଟିସିଓଏଲ୍‌)ର ମୁଖ୍ୟ ରାକେଶ ଶର୍ମା ବିଭିନ୍ନ ପ୍ରକଳ୍ପ ଦର୍ଶାଇ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନେତୃତ୍ୱାଧୀନ ଏକ ଅନୁବନ୍ଧିତ ବ୍ୟାଙ୍କରୁ କାଗଜପତ୍ରରେ ଜାଲିଆତି କରି ୧୩୯୬ କୋଟି ଟଙ୍କା ଋଣ ନେଇଥିଲେ। ଟଙ୍କା ନେବା ପରେ ସଂସ୍ଥା ପକ୍ଷରୁ କୌଣସି ପ୍ରକଳ୍ପର କାର୍ଯ୍ୟ ହୋଇନଥିବା ଜଣାପଡ଼ିଥିଲା। ତେଣୁ ବେଆଇନ୍ ଆର୍ଥିକ କାରବାର ଓ ଋଣ ଜାଲିଆତି ନେଇ ହିମାଚଳ ପ୍ରଦେଶ ପୁଲିସ ମାମଲା ରୁଜୁ କରିଥିଲା। ପରେ ଇଡି ସିମ୍‌ଲାସ୍ଥିତ ଜୋନାଲ୍‌ ଅଫିସରେ ମନି ଲଣ୍ଡରିଂ ମାମଲା ରୁଜୁ କରି ଚଢ଼ଉ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ ଋଣ ଟଙ୍କାରୁ ୫୯.୮୦ କୋଟି ଟଙ୍କା ଶକ୍ତିରଞ୍ଜନ ଦାଶଙ୍କ କମ୍ପାନି ଆକାଉଣ୍ଟକୁ ଆସିଥିଲା। ଏହା ଜଣାପଡ଼ିବା ପରେ ଶନିବାରଠାରୁ ଇଡି ପକ୍ଷରୁ ଅନ୍‌ମୋଲ୍‌ ମାଇନ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଏଏଆର୍‌ପିଏଲ୍‌ କାର୍ଯ୍ୟାଳୟ ସହ ଶ୍ରୀ ଦାଶଙ୍କ ଘରେ ଚଢ଼ଉ କରାଯାଇଛି। ଏହି କେସ୍‌ରେ ଇଡି ପୂର୍ବରୁ ୩୧୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ସେଥିରୁ ୨୦୨୫ ଏପ୍ରିଲ ମାସରେ ୨୮୯ କୋଟି ଟଙ୍କା ଆଟାଚ୍‌ ସମ୍ପତ୍ତି ବ୍ୟାଙ୍କକୁ ଦିଆଯାଇଥିଲା। ଶକ୍ତିରଞ୍ଜନ ଦାଶ ଜାଣିଶୁଣି ଜାଲିଆତି ଉଦ୍ଦେଶ୍ୟରେ ଇଣ୍ଡିଆନ୍‌ ଟେକ୍ନୋମାକ୍‌ କମ୍ପାନି ଲିମିଟେଡ୍‌ର ପ୍ରମୋଟର ରାକେଶ ଶର୍ମାଙ୍କୁ ସହାୟତା କରିଥିଲେ। ଋଣ ଟଙ୍କାକୁ ଅନ୍ୟତ୍ର ପଠାଇବା ସହ ଓଡ଼ିଶାର ଖଣି କାରବାରରେ ଏହାକୁ ଲଗାଯାଇଥିବା ସ୍ପଷ୍ଟ ହୋଇଥିଲା।

  • Related Posts

    ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ବାମୀ

    ​​​​​​​ବାଙ୍ଗିରିପୋଷି: ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ। ବାଙ୍ଗିରିପୋଷି ଥାନା ଶ୍ୟାମସୁନ୍ଦରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚାଉଳଘୋରୀ ଗାଁରେ ଘଟିଛି ଏହି ଅଘଟଣ। ମୃତ ମହିଳା ଜଣକ ହେଲେ ମୀନା ସିଂ(୨୭)।ପାରିବାରିକ କଳହକୁ ନେଇ ମଙ୍ଗଳବାର ବିଳମ୍ୱିତ ରାତିରେ ବୀର…

    Continue reading
    ଭରତପୁରରେ ଖଣ୍ଡା ଧରି ବୁଲୁଛନ୍ତି ଦୁର୍ବୃତ୍ତ

    ଭୁବନେଶ୍ଵର : ପାର୍ବଣ ଆସିଲା ଲୁଟେରା ମାତିଲେ । ହାତରେ ଖଣ୍ଡା ଧରି ରାତିରେ ବୁଲୁଛନ୍ତି ଦୁର୍ବୃତ୍ତ। ଘରେ ପଶି ଲୁଟୁଛନ୍ତି । କୌଣସି ପ୍ରତିବନ୍ଧକ ହେଲେ ଆକ୍ରମଣ କରିବାକୁ ପଛାଉ ନାହାନ୍ତି ସେମାନେ। ଭୁବନେଶ୍ଵର ଖଣ୍ଡଗିରି ଭରତପୁର ଥାନା ଅଞ୍ଚଳରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ନବରଙ୍ଗପୁରରେ ସାମ୍ବାଦିକଙ୍କ ଉପରେ ନିଶାସକ୍ତଙ୍କ ଆକ୍ରମଣରେ ଓଡିଶା ଡିଜିପିଙ୍କୁ ନୋଟିସ୍ ଜାରି କଲେ ଜାତୀୟ ମାନବାଧିକାର କମିଶନ ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ତଲବ

    ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍’

    ସୁସ୍ଥ ଖାଦ୍ୟାଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଅଙ୍ଗନବାଡି କେନ୍ଦ୍ରରେ ଚିନି ବୋର୍ଡ ସ୍ଥାପନ

    ରପ୍ତାନୀ ନୀତି ଓ ବିଶ୍ଵ ବଜାର ସଂଯୋଗୀକରଣ ଶୀର୍ଷକ ରାଜ୍ୟ ସଂଲଗ୍ନ ପ୍ରଶିକ୍ଷଣ ଅଧିବେଶନ

    ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ଅଭିବୃଦ୍ଧି ଦିଗରେ ଆଇଏଫ୍‌ଏସ୍‌ ଅଧିକାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଳ୍ପ ମନ୍ତ୍ରୀ

    ସ୍କୁଲ ସହ ଯୋଡ଼ିହେବ ଅଙ୍ଗନବାଡ଼ି କେନ୍ଦ୍ର, ଗାଇଡଲାଇନର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ