ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ବିଜେଡିରେ ମିଶିଲେ ବହୁ ବିଜେପି କର୍ମୀ

ଭୁବନେଶ୍ୱର,୨୬/୦୩/୨୦୨୬: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ଆଜି ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ବିଧାୟକ ଶ୍ରୀ ରୂପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୋଶାଣୀ ବ୍ଲକ ରମ୍ପା ପଞ୍ଚାୟତର ସରପଞ୍ଚ ଝୁନି ସବର, ନିରଂଜନ ଶବରଙ୍କ ସମେତ ଶତାଧିକ ବିଜେପି କର୍ମୀ ଦଳ ଛାଡି ଶଙ୍ଖ ଭବନରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
ବିଜେଡିରେ ଯୋଗଦାନ ପରେ ବିଜେପି କର୍ମୀମାନେ କହିଥିଲେ, ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟରେ କରିଥିବା ଉନ୍ନତିମୂଳକ କାର୍ଯ୍ୟ ଓ ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଇଛୁ । ଦଳ ଆମକୁ ଯେଉଁ ଦାୟିତ୍ୱ ଦେବ ତାହାକୁ ଆମେ ସୁଚାରରୂପେ ସମ୍ପାଦନ କରିବୁ । ଆଗାମୀ ଦିନରେ ଦଳକୁ ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀରେ ମଜଭୁତ କରିବା ପାଇଁ କାମ କରିବୁ ।
ଗତକାଲି ବାଲେଶ୍ୱର ଜିଲ୍ଲାର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାର ବିଜେପି କର୍ମୀ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ଦେଇଥିଲା ବେଳେ ଆଜି ପାରଳାଖେମୁଣ୍ଡି ନିର୍ବାଚନମଣ୍ଡଳୀର ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ଏହା ସୂଚାଉଛି ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ବିଜୁ ଜନତା ଦଳ ପ୍ରତି ଗ୍ରହଣୀୟତା ତଥା ଆସ୍ଥା ଭାଜନ ଧିରେ ଧିରେ ବଢିବାରେ ଲାଗିଛି । ଅନ୍ୟପଟେ ବିଜେପି ସରକାର ପ୍ରତି ଲୋକଙ୍କ ବିମୁଖତା ଦେଖିବାକୁ ମିଳୁଛି ।
ଏହି ମିଶ୍ରଣପର୍ବରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଉପସଭାପତି ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ରଘୁନାଥ ସାହୁ, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ୍ ମହାନ୍ତି, ବିଜୁ ଯୁବ ଜନତା ଦଳର କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ସୁର ମହାପାତ୍ର, ଗୋଶାଣୀ ବ୍ଲକ ଅଧ୍ୟକ୍ଷ ଭୀର ରାଜୁ, ଜିଲ୍ଲା ପରିଷଦ ସଭ୍ୟ ବାଲ୍ ରାଜୁ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ଅପ୍ରେଲ ୨ରେ ରାଜରାସ୍ତାରେ ଯୁବ କଂଗ୍ରେସର “ଯୁବକ୍ରାନ୍ତି ସମାବେଶ”

    ଭୁବନେଶ୍ୱର : ବିଜେପି ସରକାରର ଜନତାଙ୍କ ଉପରେ ହେଉଥିବା ଅତ୍ୟାଚର ବିରୁଦ୍ଧରେ କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏହି ସାମ୍ବିାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସର ସଭାପତି ରଞ୍ଜିତ ପାତ୍ର ସରକାରଙ୍କର ବେନିଅମ କାର୍ଯ୍ୟକଳାପ ଏବଂ…

    Continue reading
    ଘୋଡ଼ା ପଘା ଛିଡ଼ାଇଦେଇ ଚାଲିଗଲେ :ସିଦ୍ଧାନ୍ତ

    ଭୁବନେଶ୍ୱର:ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା ଉପାଖ୍ୟାନକୁ ନେଇ ରାଜ୍ୟ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଅରୁଣ ତାଙ୍କ ଭାଷଣ ସମୟରେ ବିଭିନ୍ନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ