ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହୁ:ମୋଦୀ

ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଶୁକ୍ରବାରଠାରୁ ଆରମ୍ଭ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣା ସହ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ପ୍ରଥମ ଦିନରେ ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପିତ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ଉପସ୍ଥାପନ କରିବେ, ଯାହାକୁ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନଙ୍କ ନେତୃତ୍ୱାଧୀନ ଟିମ୍ ପ୍ରସ୍ତୁତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଜେଟ୍ ଅଧିବେଶନରେ ସାମିଲ ହେବାକୁ ସଂସଦ ଭବନରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଧନର ଦେବୀ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରିବାସହ ସମୃଦ୍ଧିର ଦେବୀଙ୍କ ସ୍ତୁତି ପାଠ କରିଛନ୍ତି ଏବଂ କହିଛନ୍ତି ଏହା ବହୁ ପୁରୁଣା ପରମ୍ପରା। ସେ କହିଛନ୍ତି, ମା’ ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରୁଛି ଯେ ସମୃଦ୍ଧି ଓ ବିବେକ, ସମୃଦ୍ଧି ଓ କଲ୍ୟାଣ ପ୍ରଦାନ କରନ୍ତୁ। ମୁଁ ପ୍ରାର୍ଥନା କରୁଛି ଯେ, ଦେଶର ପ୍ରତ୍ୟେକ ଗରିବ ଏବଂ ମଧ୍ୟବିତ୍ତଙ୍କ ଉପରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହୁ। ଗଣତନ୍ତ୍ରର ୭୫ ବର୍ଷ ପୂରଣ ହୋଇଛି ଏବଂ ଏହା ପ୍ରତ୍ୟେକ ନାଗରିକଙ୍କ ପାଇଁ ଗର୍ବର ବିଷୟ।
ବଜେଟ୍ ଅଧିବେଶନ ଜାନୁଆରୀ ୩୧ରୁ ଏପ୍ରିଲ ୪ ପର୍ୟ୍ୟନ୍ତ ଦୁଇଟି ପର୍ୟ୍ୟାୟରେ ଅନୁଷ୍ଠିତ ହେବ। ଅଧିବେଶନର ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୧୩ରେ ଶେଷ ହେବ ଏବଂ ଦ୍ୱିତୀୟ ପର୍ୟ୍ୟାୟ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ। ଫେବୃଆରୀ ୧ରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ।

  • Related Posts

    ଇସ୍ତଫା ଦେଲେ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା

    ନୂଆଦିଲ୍ଲୀ : ଇସ୍ତଫା ଦେଲେ ବିବାଦୀୟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା। ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା ଶୁକ୍ରବାର ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଛନ୍ତି। ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ସେ ବିବାଦରେ…

    Continue reading
    ଶପଥ ଗ୍ରହଣ କଲେ ନୀତିଶ କୁମାର

    ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ସଦସ୍ୟ ଭାବରେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଲଲ୍ଲନ ସିଂହ, ରାଜ୍ୟସଭା ସାଂସଦ ସଞ୍ଜୟ ଝା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ