“ ଗର୍ଭ ଧାରଣ ସମୟରେ ଅଧିକ ବିପଦ” ପ୍ରସଙ୍ଗକୁ ନେଇ ସମ୍ ହସ୍ପିଟାଲ୍ ଏବଂ ଆଇଏସ୍‌ଓପିଏଆର୍‌ବି ପକ୍ଷରୁ ସିଏମ୍‌ଇ ଆୟୋଜିତ

ଭୁବନେଶ୍ୱର,14/09: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଏବଂ ଇଣ୍ଡିଆନ୍ ସୋସାଇଟି ଅଫ୍ ପେରିନାଟୋଲଜି ଆଣ୍ଡ ରିପ୍ରଡକ୍ଟିଭ ବାୟୋଲଜି (ଆଇଏସ୍‌ଓପିଏଆରବି) ଭୁବନେଶ୍ୱର ଚାପ୍ଟରର ମିଳିତ ଉଦ୍ୟମରେ “ଗର୍ଭ ଧାରଣ ସମୟରେ ଅଧିକ ବିପଦ”ପ୍ରସଙ୍ଗକୁ ନେଇ ଶନିବାର ଏକ ସିଏମ୍‌ଇ କାର୍ଯ୍ୟକ୍ରମ ସୋଆ କ୍ୟାମ୍ପସ୍ ୨ରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଶିଶୁ ଏବଂ ମାତୃ ମୃତ୍ୟୁହାରକୁ କିପରି ରୋକା ଯାଇପାରିବ ଓ ପ୍ରସୂତି ସମୟରେ ମା’ ଏବଂ ଶିଶୁର କିପରି ଯତ୍ନ ନିଆଯାଇପାରିବ ସେ ନେଇ ଗୁରୁତ୍ୱାରୋପ କରିଥିଲେ । ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ସମ୍ ହସ୍ପିଟାଲ୍‌ରେ ହାଇ-ରିସ୍କ ପ୍ରେଗ୍ନେନ୍ସିର ସମସ୍ତ ଚିକିତ୍ସା ଉପଲବ୍ଧ ଅଟେ ।
ଏଭଳି ସିଏମ୍‌ଇ ମାଧ୍ୟମରେ ପିଜି ଛାତ୍ରଛାତ୍ରୀ ଓ ଡାକ୍ତରମାନେ ଉପକୃତ ହେବା ସହିତ ଏକ ପ୍ରସୂତି ମହିଳାର ଗର୍ଭାବସ୍ଥା ସମୟରେ ଉପଜୁଥିବା ବିଭିନ୍ନ ସମସ୍ୟାଗୁଡ଼ିକ ବିଷୟରେ ଅବଗତ ହୋଇପାରିବେ ବୋଲି ପ୍ରଫେସର ସାମନ୍ତସିଂହାର କହିଥିଲେ । ଏହି କାର୍ଯ୍ୟକ୍ରମରେ କୋଲକାତାର ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ପ୍ରଫେସର ଡାକ୍ତର କୁଶଗ୍ରଧି ଘୋଷ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଏଭଳି ସିଏମ୍‌ଇ କାର୍ଯ୍ୟକ୍ରମକୁ ନେଇ ପ୍ରଶଂସା କରିଥିଲେ ଏବଂ ଏହା ଦ୍ୱାରା ଛାତ୍ରଛାତ୍ରୀ, ଡାକ୍ତର ଏବଂ ନର୍ସମାନେ ବିଶେଷ ଉପକୃତ ହେବେ ବୋଲି ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏସ୍‌ଓପିଏଆରବି ଭୁବନେଶ୍ୱର ସଭାପତି ପ୍ରଫେସର ସଂଯୁକ୍ତା ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇଏସ୍‌ଓପିଏଆରବିର ଉପସଭାପତି ତଥା ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ସିନିୟର ତଥା ପ୍ରଫେସର(ଡାକ୍ତର) ବସନ୍ତ କୁମାର ପତି, ଫୁଲନଖରା ସ୍ଥିତ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ପ୍ରଫେସର (ଡାକ୍ତର) ତାପସୀ ପତି, ଆଇଏସ୍‌ଓପିଏଆରବି ଭୁବନେଶ୍ୱର ଚାପ୍ଟରର ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ପି.ସୁଜାତା ଓ ଜଏଂଟ ଅର୍ଗାନାଇଜିଂ ସେକ୍ରେଟାରୀ ଡାକ୍ତର ଅସିତ୍ କୁମାର ଜେନା ଏବଂ ଏହି ବିଭାଗର ସମସ୍ତ ଡାକ୍ତର, ଫ୍ୟାକ୍‌ଲ୍ଟି ଓ ପିଜି ଛାତ୍ରଛାତ୍ରୀମାନେ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପିଜି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ହୋଇଥିବାବେଳେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।

Related Posts

୫ ଜିଲ୍ଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର: ଆଭ୍ୟନ୍ତରୀଣ ଓଡ଼ିଶାରେ ଗରମ, ଉପକୂଳରେ ଥଣ୍ଡା। ଗତ କିଛି ଦିନ ହେବ ରାଜ୍ୟରେ ଏଭଳି ତାପମାତ୍ରା ଦେଖିବାକୁ ମିଳିଛି। ରାଜ୍ୟକୁ ହଟ୍ ଆଣ୍ଡ ହିମ୍ୟୁଡିଟି ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୩ ଦିନ ପାଇଁ ଗରମ ଗୁଳିଗୁଳି ନେଇ…

Continue reading
ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ ମୃତ

ଆସିକା: ଶେଷରେ ଜୀବନ ହାରିଲେ କିରୋସିନି ଢାଳି ନିଆଁରେ ଗୁରୁତର ଯୁକ୍ତ ୩ ଛାତ୍ରୀ । ବ୍ରହ୍ମପୁର ଏମକେସିଜି ମେଡିକାଲ୍ ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି ଗଞ୍ଜାମ ଜିଲ୍ଲା ଆସିକା ଭେଟନଇ ଗାଁର ଛାତ୍ରୀଙ୍କର । ଗତ ୨୮ ତାରିଖରେ…

Continue reading

Leave a Reply

Your email address will not be published. Required fields are marked *

You Missed

‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

ଖରାଦିନର ଖାଦ୍ୟ

୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

ଭାଲେଣ୍ଟାଇନ୍ ଦିବସ

ଭାଲେଣ୍ଟାଇନ୍ ଦିବସ