ଗାନ୍ଧିମାର୍ଗରେ ଶିକ୍ଷକ-କର୍ମଚାରୀଙ୍କ ଧାରଣା

ପୁଣି ରାଜରାସ୍ତାରେ ଗର୍ଜିଲେ ଗୁରୁ। ୪ ଦଫା ଦାବି ନେଇ ଗାନ୍ଧି ମାର୍ଗରେ ଗର୍ଜନ। ବାଧା ଦେଉଥିଲା ବର୍ଷା, ହକ୍ ପାଇଁ ଲଢୁଥିଲେ ଶିକ୍ଷକ। ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତି ପୁଣି ଆନ୍ଦୋଳନକୁ ଓହ୍ଲାଇଛି। ୨୦ ହଜାରରୁ ଊର୍ଦ୍ଧ୍ବ ଶିକ୍ଷକ ଓ କର୍ମଚାରୀ ୪ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଗାନ୍ଧିମାର୍ଗରେ ଅହୋରାତ୍ର ଗଣଧାରଣାରେ ବସିବେ ବୋଲି ଚେତାବନୀ ବି ଦେଇଛି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସଂଘ। ଢୁ ଢୁ ବର୍ଷା ଡାଳୁଥିଲେ ମଧ୍ୟ ଛତା ଧରି ଶିକ୍ଷକମାନେ ନିଜ ଜିଦରେ ଅଟଳ ରହିଥିବା ଦେଖିବାକୁ ମିଳିଥିଲା।
ସଂଘର ଦାବି ଗୁଡ଼ିକ ହେଉଛି, ରାଜ୍ୟର ସମସ୍ତ ଅନୁଦାନଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ଅନୁଦାନ ପ୍ରଦାନ କରିବା। ଅବସର ନେଇଥିବା ଓ ନେବାକୁ ଥିବା ଶିକ୍ଷକ କର୍ମଚାରୀମାନଙ୍କ ନିମନ୍ତେ ଚାକିରି ସର୍ତ୍ତାବଳୀ ସହିତ ପେନସନ୍, ବିଦ୍ୟାଳୟଗୁଡ଼ିକରେ ଖାଲି ପଡିଥିବା ପଦବୀରେ ନିଯୁକ୍ତି ଦେବା। ସେହିପରି ସମସ୍ତ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ସରକାରୀକରଣ ସହିତ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଠିତ କମିଟି ପ୍ରଦାନ କରିଥିବା ରିପୋର୍ଟକୁ ତୁରନ୍ତ କାର୍ଯ୍ୟକାରୀ କରାଇବା ଆଦି ଦାବି କରିଛନ୍ତି। ସେପଟେ ପ୍ରବଳ ବର୍ଷାରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ଏନେଇ ଗଣଶିକ୍ଷାମନ୍ତ୍ରୀ କହିଛନ୍ତି, କମିଟି ଗଠନ ହୋଇଛି ରିପୋର୍ଟ ଆସିଲେ ପଦକ୍ଷେପ ନିଆଯିବ।
ଏମିତି ବାରମ୍ବାର ଆନ୍ଦଳନକୁ ଓହ୍ଲାଉଛନ୍ତି ଶିକ୍ଷକ। ହେଲେ ସରକାରଙ୍କ ପାଖରେ ବାହାରି ପାରୁନି ସମାଧାନର ଚିତ୍ର। ଗାନ୍ଧିମାର୍ଗରେ ବର୍ଷାରେ ଭିଜି ଭିଜି ନିଜ ହକ୍ ପାଇଁ ଲଢ଼େଇ କରୁଛନ୍ତି ଶିକ୍ଷକ।

  • Related Posts

    ବାଣୀବିହାର: ଅଣଛାତ୍ରଙ୍କୁକ୍ୟାମ୍ପସ ଛାଡ଼ି ଚାଲିଯିବାକୁ ସିପି-ଡିସିପିଙ୍କ ଅପିଲ୍

    ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର କ୍ୟାମ୍ପସରେ ଛାତ୍ର ଉତ୍ତେଜନା ଥମିବାର ନାଁ ନେଉନାହିଁ। କ୍ୟାମ୍ପସ ଭିତରକୁ ଅଣଛାତ୍ରଙ୍କ ପ୍ରବେଶକୁ ନେଇ ପରିସ୍ଥିତି ଅଶାନ୍ତ ରହିଛି, ଯାହାଫଳରେ ନିର୍ଦ୍ଧାରିତ ‘ହ୍ବାଏ ଆଇ ଷ୍ଟାଣ୍ଡ ଫର୍‌’ ବୈଠକ ମଧ୍ୟ ଆରମ୍ଭ ହୋଇପାରିନାହିଁ। କ୍ୟାମ୍ପସ ଅଡିଟୋରିୟମ…

    Continue reading
    ଝାରସୁଗୁଡ଼ା ବିମାନବନ୍ଦରର ବିକାଶ ଲାଗି କେନ୍ଦ୍ର ସରକାର ମଞ୍ଜୁର କରିଛନ୍ତି ୨୧୦୦ କୋଟି: ପ୍ରଦୀପ ପୁରୋହିତ

    ଝାରସୁଗୁଡ଼ା: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରର ବିକାଶ ଓ ସମ୍ପ୍ରସାରଣ ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ଏ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି। ରନ୍‌ୱେ ସମ୍ପ୍ରସାରଣ ପାଇଁ ୧୬୮.୮୮ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି