
ଭୁବନେଶ୍ୱର: ଆଜି ମଧ୍ୟ ଗୃହର ପ୍ରଶ୍ନକାଳ ଆରମ୍ଭରୁ ଦେଖାଦେଇଛି ଅସନ୍ତୋଷ । ଚାଲି ପାରୁନି ବିଧାନସଭା । ବିରୋଧୀଙ୍କ ହଙ୍ଗାମା, ହଟ୍ଟଗୋଳ ଭିତରେ ସ୍ବାଭାବିକ ଭାବେ ଚାଲିପାରୁନି ଏହାକୁ ଦୃଷ୍ଟିରେ ରଖି ୪ଟା ଯାଏଁ ଗୃହକୁ ମୁଲତବି ରଖା ଯାଇଛି। ବିରୋଧୀଙ୍କ ହଙ୍ଗାମା ପାଇଁ ଗୃହକୁ ପୁଣି ବାଚସ୍ପତି ଙ୍କ ନିର୍ଦ୍ଦେଶ କ୍ରମେ ମୁଲତବୀ କରାଯାଇଛି । ଗୃହକାର୍ୟ୍ୟ ଆଜି ମଧ୍ୟ ସମାନ ଅବସ୍ଥା। ବିଜେଡି, କଂଗ୍ରେସ ବିଧାୟକଙ୍କ ନାରାବାଜି ଭିତରେ ବାରମ୍ବାର ମୁଲତବି ହେଉଛି ଗୃହ। ଏସ୍ସିବି ଅଗ୍ନିକାଣ୍ଡ ଘଟଣାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ବିରୋଧୀ। ଏହାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀ ବିଧାୟକ ନାରାବାଜି କରିଛନ୍ତି। ଗତ ୫ ଦିନ ହେଲା ସ୍ବାଭାବିକ ହୋଇପାରୁନି ପ୍ରଶ୍ନକାଳ।
ଆଜି ମଧ୍ୟ ବିଧାନସଭାରେ ଅଚଳାବସ୍ଥା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ସଦସ୍ୟମାନେ ନାରାବାଜି କରିଥିଲେ। ଯାହାକୁ ନେଇ ବାଚସ୍ପତି ସାଢେ ୧୧ଟା ପର୍ୟ୍ୟନ୍ତ ମୁଲତବୀ କରିଥିଲେ। ପରେ ଗୃହକାର୍ୟ୍ୟ ଆରମ୍ଭ ହେବା ମାତ୍ରେ ଏସ୍ସିବି ଅଗ୍ନିକାଣ୍ଡକୁ ନେଇ କଂଗ୍ରେସ-ବିଜେଡି ବିଧାୟକଙ୍କ ହୋହଲ୍ଲା କରିଥିଲେ। ପୁର୍ନବାର ବାଚସ୍ପତି ଗୃହକୁ ୧୨ଟା ୩୦ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରିବା ସହ ସର୍ବଦଳୀୟ ବୈଠକ ମଧ୍ୟ ଡାକିଥିଲେ। ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ୧୭ ତାରିଖରୁ ଲଗାତାର ଭାବେ ଗୃହରେ ହଟ୍ଟଗୋଳ କରୁଛନ୍ତି ବିରୋଧୀ ।




