ଗୋଡ଼ିବାରିରେ ପ୍ରଦର୍ଶିତ ହେବ ରାମୁ କଙ୍କାଳ

ଭୁବନେଶ୍ୱର: ହାତୀ ପ୍ରେମୀଙ୍କ ପାଇଁ ଖୁସି ଖବର। ଆଜି ଡିସ୍‌ପ୍ଲେ ହେବ ରାମୁ କଙ୍କାଳ। କବରରୁ ବାହାର କରାଯିବ ପରେ କଙ୍କାଳର ରାସାୟନିକ ପ୍ରକ୍ରିୟାକରଣ ସରିଛି। ଚନ୍ଦକା ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରିରେ ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ।
ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ଅନ୍ତର୍ଗତ ଭରତପୁରରେ ରାମୁ ଥିଲା ଏକ ବଳଶାଳୀ ହାତୀ । ପ୍ରାୟ ୩୫ବର୍ଷ ପୂର୍ବେ ଏହି ଜଙ୍ଗଲରେ ରାମୁ ଜନ୍ମ ନେଇଥିଲା । ଭରତପୁର, ଅନ୍ଧାରୁଆ, ମାଳିମ ଠାକୁରାଣୀ ରାସ୍ତା, ମଳିପଡ଼ା, ଶାମପୁର, ଗୋଠପାଟଣା ତଥା ଖୋର୍ଦ୍ଧା ଡିଭିଜନ ଅଞ୍ଚଳକୁ ନିୟମିତ ବ୍ୟବଧାନରେ ଯିବା ଆସିବା କରୁଥିଲା। ଜଙ୍ଗଲରେ ଖାଦ୍ୟ ଅଭାବ ଯୋଗୁଁ ଲୋକଙ୍କ ବାଡ଼ି ବଗିଚାରେ ପଶି ଫସଲ ନଷ୍ଟ କରୁଥିଲା। କେବଳ ପେଟ ପାଇଁ ଏହି ବିଶାଳକାୟ ପଶୁ ଏତକ ନାଟ କରୁଥିଲା। ଭରତପୁର ଜଙ୍ଗଲରୁ ବାହାରି ସେ ଲୋକଙ୍କ ପାଖ ଦେଇ ଯିବା ଆସିବା କରେ । ହେଲେ ଲୋକଙ୍କୁ କେବେ ଆକ୍ରମଣ ତ ଦୂରେ ଥାଉ, କେବେବି ଆଡ଼ ଆଖିରେ ଅନାଏ ନାହିଁ । ତେଣୁ ‘ରାମୁ’ ବନ କର୍ମଚାରୀଙ୍କଠାରୁ ଆରମ୍ଭ କରି ସଭିଁଙ୍କ ପ୍ରିୟ ଥିଲା ।

ସୂଚନାଥାଉକି, ଚନ୍ଦକା ଅଭୟାରଣ୍ୟର ଶୋଭା ବର୍ଦ୍ଧନ କରୁଥିବା ବିଶାଳକାୟ ଦନ୍ତା ହାତୀ ରାମୁ ଯେତିକି ଆତଙ୍କ ରଚୁଥିଲା, ସେତିକି ଲୋକଙ୍କର ପ୍ରିୟ ଥିଲା । ରାଜଧାନୀ ଉପକଣ୍ଠରେ ଜନବସତି ଭିତରେ ପଶି ଲୋକଙ୍କ ବାଡ଼ିବଗିଚା ନଷ୍ଟଭ୍ରଷ୍ଟ କରୁଥିଲେ ମଧ୍ୟ କେବେ ବି ଲୋକଙ୍କୁ ଆକ୍ରମଣ କରି ନଥିଲା । ଗତବର୍ଷ ଅଗଷ୍ଟ ୧୯ରେ ଭରତପୁର ଜଙ୍ଗଲ ଚୁନକୋଳି ବସ୍ତି ନିକଟରେ ବିଦ୍ୟୁତ୍ ଆଘାତରେ ରାମୁ ହାତୀର ମୃତ୍ୟୁ ଘଟିଥିଲା । ରାମୁ ହାତୀର କଙ୍କାଳ ସଂରକ୍ଷଣ କରି ରଖିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା । ଶେଷରେ ବିଭାଗୀୟ ଅନୁମତି ମିଳିବା ପରେ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। କବର ଖୋଳାଯାଇ ରାମୁର କଙ୍କାଳ ଉଦ୍ଧାର କରାଯାଇଥିଲା । କଙ୍କାଳ ଉଦ୍ଧାର ପରେ ସେ ସବୁକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରୀକୁ ନିଆଯିବ । ସେଠାରେ କଙ୍କାଳ ସବୁକୁ ଖଞ୍ଜାଯିବା ପରେ କେମିକାଲ ଦିଆଯାଇ ଏକ କାଚ ଘରେ ରଖାଯିବ । ରାମୁ ହାତୀର ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ ।

  • Related Posts

    କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର :ସାହିଗଳିରେ ବିଦ୍ୟା ଆରମ୍ଭ ପର୍ବକୁ ଉତ୍ସବ ଭାବେ ପାଳନ କରାଯାଉଛି। ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ମାନେ ଉତ୍ସାହିତ ହେଉଛନ୍ତି। ଆଜି ରାଜ୍ୟ ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

    Continue reading
    ଜଗାକୁ ଦରକାର ଦ୍ବିତୀୟ ଅପରେସନ୍

    ଭୁବନେଶ୍ୱର: ଜଗାକୁ ଦରକାର ଦ୍ବିତୀୟ ଅପରେସନ୍। ବହୁଚର୍ଚ୍ଚିତ କନ୍ଧମାଳ ଜିଲ୍ଲାର ଯୋଡାମୁଣ୍ଡ ଶିଶୁ ଜଗା ସୁସ୍ଥ ହେଉଛି। କିନ୍ତୁ ତାକୁ ଦରକାର ଦ୍ବିତୀୟ ଅପରେସନ୍। ଆଜି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ଏମ୍ସ ନିର୍ଦ୍ଦେଶକ ତଥା ବରିଷ୍ଠ ସର୍ଜନ ଡାକ୍ତର ଅଶୋକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ