ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ ଆଖିର ସ୍କାନ) ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ। ଏନେଇ ଖାଉଟି ଓ ଯୋଗାଣ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଫଳରେ କଳାବଜାରୀ ଓ ଭୂତ ଗ୍ରାହକଙ୍କୁ ଚିହ୍ନଟ କରାଯାଇପାରିବ। ଅନ୍ୟପକ୍ଷରେ ଗ୍ୟାସ୍‌ ସିଲିଣ୍ଡର ଯୋଗାଣ ଚାପ ହ୍ରାସ କରିବା ଲାଗି ପିଏନ୍‌ଜି ଗ୍ୟାସ୍‌ ଯୋଗାଣ ନିମନ୍ତେ ପାଇପ୍‌ ଲାଇନ ସଂଯୋଗ କାର୍ୟ୍ୟ ଯେପରି ବାଧାପ୍ରାପ୍ତ ନହୁଏ ଏବଂ ଯଥାଶୀଘ୍ର କାର୍ୟ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ତୈଳ ଓ ଗ୍ୟାସ୍ କମ୍ପାନୀ ଗୁଡ଼ିକୁ ସହଯୋଗ କରିବାକୁ ଜିଲାପାଳମାନଙ୍କୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି। ରାଜ୍ୟରେ ଏଲ୍‌ପିଜି ଓ ପେଟ୍ରୋଲିୟମ୍‌ଜାତ ଦ୍ରବ୍ୟର ସୁଗମ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବରିଷ୍ଠ ଅଧିକାରୀମାନଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି।

ପିଏନ୍‌ଜି ସଂ‌େ‌ଯାଗ କାର୍ୟ୍ୟ ତ୍ବରାନ୍ବିତ ପାଇଁ ଜିଲାପାଳଙ୍କୁ କୁହାଯାଇଛି। ଆଗାମୀ ରଥଯାତ୍ରାକୁ ନଜରରେ ରଖି ପୁରୀ ସହରରେ ପିଏନ୍‌ଜି ସଂଯୋଗକୁ ପ୍ରାଧାନ୍ୟ ଦେବାକୁ ନି‌େ‌ର୍ଦଶ ଦିଆଯାଇଛି। ଯୋଗାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ କହିଛନ୍ତି, ପାଇପ ଲାଇନ ଯୋଗେ ସହରର ବିଭିନ୍ନ ଗୃହ, ଶିଳ୍ପାଞ୍ଚଳ ଓ ପ୍ରତିଷ୍ଠାନକୁ ବାଣିଜ୍ୟିକ ସିଟି ଗ୍ୟାସ୍‌ ବିତରଣ(ସିଜିଡି) ବ୍ୟବସ୍ଥା ସୁଦୃଢ଼ କରିବା ପ୍ରକ୍ରିୟା ଜାରି ରହିଛି। ଜନସାଧାରଣ ଆଦୌ ଭୟଭୀତ ହେବା ଆବଶ୍ୟକତା ନାହିଁ। ସରକାର ପରିସ୍ଥିତି ଉପରେ ନଜର ରଖିଛନ୍ତି।

ବୈଠକରେ ତୈଳ ଓ ଗ୍ୟାସ୍ କମ୍ପାନୀ ଅଧିକାରୀମାନେ ସେମାନେ ପ୍ରତିଦିନ କେତେ ଗ୍ୟାସ୍ ମହଜୁଦ ଅଛି ସେ ବିଷୟରେ ଯୋଗାଣ ବିଭାଗକୁ ତଥ୍ୟ ଦେଉଥିବା କହିଥିଲେ। ପାଞ୍ଚ ଦିନର ଗ୍ୟାସ୍‌ ମହଜୁଦ ରହୁଛି। ବିଦ୍ୟାଳୟ, ଅଙ୍ଗନବାଡ଼ି, ଆହାର କେନ୍ଦ୍ର ଓ ଡାକ୍ତରଖାନା ପରି ସରକାରୀ ଅନୁଷ୍ଠାନଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ଗ୍ୟାସ୍‌ ଯୋଗାଇ ଦିଆଯାଉଛି।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ