ଘର ଦେବା ନାଁରେ ୨.୧୫ କୋଟି ଲୁଟ୍, ଠକ ଦମ୍ପତି ଗିରଫ

ଭୁବନେଶ୍ବର: ବନ୍ଧକ ଘରକୁ ମୁକଳାଇ ବିକ୍ରି କରିବାକୁ ପ୍ରତିଶ୍ରୁତି ଦେଲେ। ୨.୧୫ କୋଟି ଟଙ୍କା ନେବା ପରେ ଘର ଦେବା ତ ଦୂରର କଥା ବର୍ଷେ ଧରି ଭୂଆଁ ବୁଲାଇଲେ। ଟଙ୍କା ମାଗିବା ପାଇଁ ଯାଇଥିବା ବେଳେ ମାରଣାସ୍ତ୍ରରେ ଆକ୍ରମଣ କରି ଗଳାକାଟି ହତ୍ୟା ଉଦ୍ୟମ କଲେ। ଲକ୍ଷ୍ମୀସାର ଅଞ୍ଚଳର ଠକ ଦମ୍ପତିକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୁଲିସ। ସେମାନେ ହେଲେ ଶବରସାହିର ମହମ୍ମଦ ୱକିଲ୍‌(୪୯) ଓ ପତ୍ନୀ ସାହାଦୁତୁନ୍‌ ନିଶା(୩୮)। ପୁଲିସ ସେମାନଙ୍କ ନିକଟରୁ ଆକ୍ରମଣରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି।
ସୂଚନା ମୁତାବକ, କିଛି ବର୍ଷ ତଳେ ଠକ ଦମ୍ପତି ଘରକୁ ବ୍ୟାଙ୍କରେ ବନ୍ଧକ ରଖି କୋଟିଏରୁ ଅଧିକ ଟଙ୍କା ଋଣ ନେଇଥିଲେ। ହେଲେ ଋଣ ପରିଶୋଧ କରିନପାରିବାରୁ ଘର ନିଲାମ ହେବା ସ୍ଥିତି ଉପୁଜିଥିଲା ଏନେଇ ଚିନ୍ତାରେ ଥିବା ଦମ୍ପତି ଫର୍ଣ୍ଣିଚର ବ୍ୟବସାୟୀ ରବୀନ୍ଦ୍ର ସାହୁଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ଆଉ ତାଙ୍କୁ ଘର ବିକ୍ରି କରିଦେବେ ବୋଲି କହିଥିଲେ। ଘର ବାବଦକୁ ୨.୧୫କୋଟି ଟଙ୍କା ନେବେ ବୋଲି ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ପରେ ରବୀନ୍ଦ୍ର ଆର୍‌ଟିଜିଏସ୍‌ ମାଧ୍ୟମରେ ବିଭିନ୍ନ ପର୍ଯ୍ୟାୟରେ ୧,୬୬,୫୦,୦୦୦ଟଙ୍କା ଓ ନଗଦ ଆକାରରେ ବାକି ଟଙ୍କା ଦେଇଥିଲେ। ଏମିତିକି ରବୀନ୍ଦ୍ରଙ୍କ ନାମରେ ଘର ପଞ୍ଜୀକରଣ ପାଇଁ ଏକ ଚୁକ୍ତିନାମା କରିଥିଲେ। ହେଲେ ପରବର୍ତ୍ତୀ ସମୟରେ ଘର ଦେବା ତ ଦୂରର କଥା ଟଙ୍କା ବି ଫେରାଇ ନଥିଲେ। ପାଲଟା ତାଙ୍କୁ ଧମକଚମକ ଦେଇଥିଲେ। ତେଣୁ ରବୀନ୍ଦ୍ର କୋର୍ଟଙ୍କ ଦ୍ବାରସ୍ଥ ହୋଇ ଘର ବିକ୍ରି ଉପରେ ରୋକ୍‌ ଲଗାଇ ନୋଟିସ୍‌ ଜାରିକରିଥିଲେ। ଗତ ୪ ତାରିଖରେ ଠକ ଦମ୍ପତି ନୋଟିସ୍‌କୁ ଚିରି ଦେବାରୁ ରବୀନ୍ଦ୍ର ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦମ୍ପତି ତାଙ୍କୁ ରଡ୍‌ରେ ଆକ୍ରମଣ କରି ରକ୍ତାକ୍ତ କରିବା ସହ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକୁ କାଟି ହତ୍ୟା ଉଦ୍ୟମ କରିଥିଲେ। ହେଲେ କୌଶଳ କ୍ରମେ ରବୀନ୍ଦ୍ର ସେଠାରୁ ଖସିଆସି ଥାନାରେ ଅଭିଯୋଗ କରିଥିଲେ।

  • Related Posts

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଜଗତସିଂହପୁର: ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ପୋଲିସ ଏସଆଇ । ଫେସ୍‌ବୁକ୍‌ ପରିଚୟରୁ ଦଶମ ଶ୍ରେଣୀ ଝିଅକୁ ପ୍ରେମ ପରେ ବିବାହ କରିଥିଲେ ଥାନା ଏସ୍‌ଆଇ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ରତେଇ ଗାଁର ଅମିତ ପାଢ଼ୀଙ୍କ ନାଁରେ…

    ପଟ୍ଟାମୁଣ୍ଡାଇ ଘଟଣା; ପୁରୁଷ ବନ୍ଧୁ ଗିରଫ

    ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇରେ ଯୁବତୀ ଜିଅନ୍ତା ଜଳିଯିବା ଘଟଣାରେ ଗିରଫ ହୋଇଛନ୍ତି ପୁରୁଷ ବନ୍ଧୁ। ଯୁବତୀଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କୁ ଚେନ୍ନାଇରୁ ଗିରଫ କରି ଓଡ଼ିଶା ଆଣୁଛି ପୁଲିସ । ସଂପୃକ୍ତ ଯୁବକଙ୍କ ନାଁରେ ବ୍ଲାକମେଲିଂ ନେଇ ଅଭିଯୋଗ…

    Leave a Reply

    Your email address will not be published. Required fields are marked *

    You Missed

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ନାବାଳିକାକୁ ବିବାହ କରି ସସ୍‌ପେଣ୍ଡ ହେଲେ ଏସଆଇ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    ଦୌଡୁଥିବା ବେଳେ ହୋମ୍‌ଗାର୍ଡ ପରୀକ୍ଷାର୍ଥୀ ମୃତ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    କଟକ ଡିଜି ଅଫିସ ସମ୍ମୁଖରେ କଂଗ୍ରେସର ପ୍ରତିବାଦ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି ଭବନରୁ ଆସିଛି ନିମନ୍ତ୍ରଣ

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଅଗ୍ନିକାଣ୍ଡ, ଜଳିଗଲା ୩୦ ସ୍କୁଟି

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ

    ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବନି ବିଜେଡି: ମହେଶ ସାହୁ