ଘୋଡ଼ା ବେପାରକୁ ଭକ୍ତଙ୍କ ଭୟ !

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନକୁ ନେଇ ଘଡିକେ ଘୋଡ଼ା ଛୁଟୁଛି । ନିର୍ବାଚନ ତାରିଖ ଯେତେକି ପାଖେଇ ଆସୁଛି ବିରୋଧୀ ଦଳ ମୁଖିଆଙ୍କ ଛାତି ସେତିକି ଧଡ ଧଡ ହେଉଛି । ଘୋଡ଼ା ବେପାର ଭୟରେ ବେଙ୍ଗାଲୁରୁ ଗଲେ ୮ କଂଗ୍ରେସ ବିଧାୟକ । ଉଭୟ ବିଜେଡି ଏବଂ କଂଗ୍ରେସ ନିଜ ବିଧାୟକମାନଙ୍କୁ ଏକାଠି ରଖିବା ପାଇଁ ତିନି ଧାଡ଼ିଆ ହ୍ୱିପ ଜାରି କରିଥିଲେ ମଧ୍ୟ କିଛି ବିଧାୟକଙ୍କ ଉପରେ ଭରସା କରିପାରୁନି ଦଳ । ଶେଷରେ ବିଧାନସଭା ଚାଲିଥିବା ବେଳେ ନିଜ ବିଧାୟକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ସୁରକ୍ଷିତ ରଖିବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ ।
‘ଥ୍ରୀ ଲାଇନ୍ ହ୍ବିଇପ୍’ ପରେ ରାଜ୍ୟ ବାହାରକୁ ଗଲେ କଂଗ୍ରେସ ବିଧାୟକ । ୮ ଜଣ କଂଗ୍ରେସ ବିଧାୟକ ବାହାରକୁ ଯାଇଥିବା ସୂଚନା ରହିଛି । ପ୍ରଦେଶ କଂଗ୍ରେସ ମୁଖିଆ ଭକ୍ତ ଚରଣ ଦାସ କିଛି ବିଧାୟକମାନଙ୍କୁ ବେଙ୍ଗାଲୁରୁ ନେଇଥିବା ସୂଚନା ରହିଛି । ବେଙ୍ଗାଲୁରୁ ଯାଇଥିବା କଂଗ୍ରେସ ବିଧାୟକଙ୍କ ଭିତରେ ଅଛନ୍ତି ଅଶୋକ ଦାଶ, ସତ୍ୟଜିତ ଗମାଙ୍ଗ, ଆପଳା ସ୍ୱାମୀ କାଡ୍ରକା, ମଙ୍ଗୁ ଖିଲ, ନୀଳମାଧବ ହିକ୍କା, ପବିତ୍ର ସାଉଁଟା, କଂଗ୍ରେସ ମୁଖ୍ୟ ସଚେତକ ରାଜନ ଏକ୍କା ଏବଂ ପ୍ରଫୁଲ୍ଲ ପ୍ରଧାନ । ସେଠାରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ବିଧାୟକମାନଙ୍କ ସହ ଭେଟିବାର କାର୍ୟ୍ୟକ୍ରମ ରହିଛି । ରାଜ୍ୟସଭା ନିର୍ବାଚନ ଦିନ ଏହି ବିଧାୟକମାନେ ଭୁବନେଶ୍ୱର ଫେରିବେ ।ବେଙ୍ଗାଲୁରୁ ଯାଇନଥିବା ତାଲିକାରେ ରହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ସୋଫିଆ ଫିର୍ଦ୍ଦୋଷ, ଦାଶରଥି ଗମାଙ୍ଗ,ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା ଏବଂ ସାଗର ଚରଣ ଦାଶ ରାଜ୍ୟ ବାହାରକୁ ଯାଇନଥିବା ସୂଚନା ମିଳିଛି ।

  • Related Posts

    ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗରେ ବିଜେପି ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଦିନିକିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇ ବୀରଭୂମ ଜିଲ୍ଲାର ଚାରି ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଦାଖଲରେ ସାମିଲ ହୋଇଥିଲେ। ଏହି ଅବସରରେ ବୀରଭୂମ…

    Continue reading
    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ