ଚାକିରୀ ଦେବା ନାଁରେ ଠକେଇ , ଦୁଇ ଭାଇ ଗିରଫ

ମେଡିକାଲରେ ନର୍ସିଂ ଚାକିରି କରାଇଦେବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଅଭିଯୋଗ ପରେ ଏବେ ପୁଲିସ କବଜାରେ ଦୁଇ ଅଭିଯୁକ୍ତ। କଟକ ମଙ୍ଗଳାବାଗ ଥାନା ପୁଲିସ ଏହି ଘଟଣାରେ ଦୁଇ ଦଲାଲଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ଦୁଇ ଭାଇ ବୋଲି ଜଣାପଡ଼ିଛି। ଏମାନେ କଟକ ମଧୁପାଟଣା ଅଞ୍ଚଳରେ ଏକ ବେଆଇନ୍ ଅଫିସ୍ ଖୋଲି ଖବରକାଗଜରେ ବିଜ୍ଞାପନ ଦେଇ ଚାକିରି କରାଇବା କହି ୩୦ ଜଣଙ୍କ ଠାରୁ ପ୍ରାୟ ୧୧ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଛନ୍ତି।
ଅଭିଯୁକ୍ତ ଦୁଇ ଭାଇ କଟକର ଥୋରିଆ ସାହି ଅଞ୍ଚଳର ଅର୍ଚ୍ଚିତ ଦାସ ଏବଂ ଅର୍ପିତ ଦାସ ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଗୋଟିଏ କାର, ଗୋଟିଏ ସ୍କୁଟି ଓ ନକଲି ନିଯୁକ୍ତି ପତ୍ର ସବୁ ଜବତ କରିଛି। ଏସସିବି ମେଡିକାଲ ସମେତ ରାଜ୍ୟର ଅନ୍ୟ ବଡ଼ ବଡ଼ ସରକାରୀ ମେଡିକାଲରେ ଏଏନ୍ଏମ୍, ଜିଏନ୍ଏମ୍, ଅଫିସ୍ ଆସିଷ୍ଟାଣ୍ଟ ଭଳି ପଦରେ ଚାକିରି କରାଇଦେବା କହି ଏମାନେ ଆଶାୟୀଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକି ନେଇଥିବା ପୁଲିସ କହିଛି।
ପୁଲିସ କହିବା ଅନୁସାରେ ଏମାନେ ଖବରକାଗଜରେ ଚାକିରି ବିଜ୍ଞପ୍ତି ମଧ୍ୟ ଦେଇଥିଲେ। ଚାକିରି ଆଶାରେ ଆଶାୟୀ ଏମାନଙ୍କ ପାଖକୁ ଆସିବା ପରେ ସେମାନଙ୍କଠାରୁ ମୋଟା ଅଙ୍କର ଟଙ୍କା ନେଇ ନକଲି ନିଯୁକ୍ତି ପତ୍ର ଦେଇଥିଲେ। ନକଲି ନିଯୁକ୍ତି ପତ୍ର ନେଇ ଆଶାୟୀ ଯେତେବେଳେ ମେଡିକାଲରେ ପହଞ୍ଚିଥିଲେ, ସେମାନେ ଠକାମୀର ଶିକାର ହୋଇଥିବା ଜାଣିପାରିଥିଲେ। ଏହାପରେ କଟକ ମଙ୍ଗଳାବାଗ ଥାନାରେ ଏତଲା ଦେବାପରେ ପୁଲିସ ଦୁଇ ଦଲାଲ ଭାଇଙ୍କୁ ଗିରଫ କରିଛି। ଏମାନେ ଏକ ରାକେଟ୍ ଚଳାଇଥିଲେ ବୋଲି ଜଣାପଡ଼ିଛି। ଏଥିରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ତାହାର ତଦନ୍ତ ଚାଲିଥିବା କହିଛନ୍ତି ଏସିପି।

  • Related Posts

    ଟୋଲ୍‌ ପ୍ଲାଜାରେ ସମ୍ପୂର୍ଣ୍ଣ ବନ୍ଦ ହେବ ଟଙ୍କା ସଂଗ୍ରହ

    ନୂଆଦିଲ୍ଲୀ,03/04/2026: ଚଳିତ ମାସ ୧୦ରୁ ଦେଶର ୧୧୫୦ରୁ ଅଧିକ ‌ଟୋଲ୍‌ ପ୍ଲାଜାରେ ନଗଦ କାରବାର ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ। କେବଳ ଡିଜିଟାଲ୍‌ ପେମେଣ୍ଟ୍‌ ଗ୍ରହଣ କରାଯିବ। ଜାତୀୟ ରାଜପଥରେ ଥିବା ସମସ୍ତ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ କରିବାକୁ ସରକାର…

    Continue reading
    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ