ସମ୍ବଲପୁର: ଦେବଝରଣ ଜଳପ୍ରପାତରେ ବୁଡି ଯାଇ ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଯୁଯୁମୁରା ନିକଟସ୍ଥ ଦେବଝରଣ ଜଳପ୍ରପାତରେ ଗାଧୋଉଥିବାବେଳେ ଶନିବାର ଏହି ଅଘଟଣ ଘଟିଛି। ମୃତକ ଦୁଇ ଜଣ ଭୀମସାରର ବୋଲି ଜଣା ପଡିଛି। ମୃତ ଛାତ୍ରୀଙ୍କ ନାଁ ମୋନିକା ମୀନା ଓ ଛାତ୍ରଙ୍କ ନାଁ ସନ୍ଦୀପ ପୁରୀ। ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨ଟାରେ ଭୀମସାରର କିଛି ଛାତ୍ର ଛାତ୍ରୀ ଯୁଯୁମୁରା ଦେବଝରଣ ଜଳ ପ୍ରପାତକୁ ବୁଲି ଯାଇଥିଲେ । ସେଠାରେ ଗାଧେଇବା ବେଳେ ଜଳ ପ୍ରପାତର ଗଭୀର ଗାତକୁ ଚାଲି ଯାଇଥିଲେ । ଯାହା ଫଳରେ ଦୁଇ ଜଣ ଛାତ୍ର ଛାତ୍ରୀ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ଖୋଜା ଖୋଜି କରିଥିଲେ । ହେଲେ କିଛି ପତ୍ତା ନ ମିଳିବାରୁ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଉଭୟ ଛାତ୍ର ଛାତ୍ରୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନେଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ବଳଙ୍ଗା ପୀଡ଼ିତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି :ପ୍ରଭାତୀ ପରିଡ଼ା
ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିବା ନେଇ ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା । ବଳଙ୍ଗା ପୀଡିତାଙ୍କ ପରିବାରକୁ ଦିଲ୍ଲୀ ଏମ୍ସରେ ଭେଟିବା ସହ ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି…