ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ୧୦୦ ମିଟର ରିଲେ​ରେ ଓଡ଼ିଶାକୁ ସ୍ବର୍ଣ୍ଣ

ଭୁବନେଶ୍ବର,24/08: ଚେନ୍ନାଇରେ ଚାଲିଥିବା ୬୪ତମ ଜାତୀୟ ଅନ୍ତଃରାଜ୍ୟ ବରିଷ୍ଠ ଦୌଡ଼କୁଦ ପ୍ରତି‌ଯୋଗିତାରେ ଓଡ଼ିଶାକୁ ଶନିବାର ଗୋଟିଏ‌ ଲେଖାଏଁ ସ୍ବର୍ଣ୍ଣ ଓ କାଂସ୍ୟ ପଦକ ମିଳିଛି। ଜାତୀୟ ଆନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାର ପୁରୁଷ ୪ଗୁଣା ୧୦୦ ମିଟର ରିଲେ​ରେ ଓଡ଼ିଶାକୁ ସ୍ବର୍ଣ୍ଣ ପଦକ ମିଳିଛି। ଓଡ଼ିଶା ପକ୍ଷରୁ ସାରୁନ ପ୍ରିୟସିଂହ, ଅନିମେଶ କୁଜୁର, ଲାଲୁ ପ୍ରସାଦ ଭୋଇ ଓ ଅମିୟ ମଲ୍ଲିକ ୩୯.୫୨ ସେକେଣ୍ଡରେ ଅତିକ୍ରମ କରି ନୂତନ ଜାତୀୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ଜିିିତିଛନ୍ତି। ୨୦୨୨ରେ ତାମିଲନାଡୁ ପ୍ରତିଯୋଗୀ ୩୯.୮୮ ସେକେଣ୍ଡରେ ଅତିକ୍ରମ କରି ଜାତୀୟ କୀର୍ତ୍ତିମାନ ସୃଷ୍ଟି କରିଥିଲେ। ଯାହାକୁ ଓଡ଼ିଶା ପ୍ରତିଯୋଗୀମାନେ ଶୁକ୍ରବାର ଭାଙ୍ଗିବାରେ ସଫଳ ହୋଇଛନ୍ତି। ଧାବକ ଅନିମେଷ କୁଜୁର ୨୦୦ ମିଟର୍ ପୁରୁଷ ଦୌଡ଼ରେ ନୂଆ ମିଟ୍‌ ରେକର୍ଡ (୨୦.୬୩ ସେକେଣ୍ଡ୍‌) ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା ତାଙ୍କ ପାଇଁ ବ୍ୟକ୍ତିଗତ ଦ୍ବିତୀୟ ସ୍ବର୍ଣ୍ଣ। ଶୁକ୍ରବାର ସରୁନ ପାୟାସିଂହ, ଅନିମେଷ କୁଜୁର, ଲାଲୁ ପ୍ରସାଦ ଭୋଇ, ଅମିୟ ମଲ୍ଲିକଙ୍କୁ ନେଇ ଗଠିତ ଓଡ଼ିଶାର ୪ ଗୁଣା ୧୦୦ ମିଟର ପୁରୁଷ ରିଲେ ଦଳ ୩୯.୫୨ ସେକେଣ୍ଡ୍‌ର ନୂଆ ମିଟ୍ ରେକର୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଶନିବାର ପୁ‌ରୁଷ ହାଇ ଜମ୍ପ୍‌ରେ ସ୍ବାଧୀନ କୁମାର ମାଝୀ ବ୍ୟକ୍ତିଗତ ଶ୍ରେଷ୍ଠ ୨.୧୮ ମିଟର୍ ପ୍ରଦର୍ଶନ ସହିତ କାଂସ୍ୟ ପଦକ ହାସଲ କରିଛନ୍ତି।

  • Related Posts

    ‘ଇଣ୍ଡିଆ ସ୍କିଲ୍ସ’ ଜାତୀୟ ପ୍ରତିଯୋଗିତାରେ ‘ଟିମ୍ ଓଡ଼ିଶା’ର ଶ୍ରେଷ୍ଠ ପ୍ରଦର୍ଶନ , ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ ପଦକ ଜିତିଲା

    ଭୁବନେଶ୍ଵର : ‘ଇଣ୍ଡିଆ ସ୍କିଲ୍ସ ୨୦୨୫-୨୬’ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିଯୋଗୀମାନେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ‘ଟିମ୍ ଓଡ଼ିଶା’ ଏହି ପ୍ରତିଯୋଗିତାରେ ୧୫ଟି ସ୍ୱର୍ଣ୍ଣ ସହ ମୋଟ ୫୭ଟି ପଦକ ହାସଲ କରି ଚାମ୍ପିୟନ ହୋଇଛି। ଗୁରୁବାର ଦିନ ଗ୍ରେଟର…

    Continue reading
    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ