ଜିଲ୍ଲା ପରିଷଦ ସଭାପତିଙ୍କୁ ନବୀନଙ୍କ ପରାମର୍ଶ ପ୍ରତିକୂଳ ପରିସ୍ଥିତି ସତ୍ୱେ ବିକାଶ କାମ ଜାରି ରଖ

ଭୁବନେଶ୍ୱର,୨୨/୦୧/୨୬:ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନ ରେ ୧୦ ଟି ଜିଲ୍ଲା ର ଜିଲ୍ଲା ପରିଷଦ ସଭାପତିମାନଙ୍କ ସହ ସେମାନଙ୍କ ଜିଲ୍ଲାର ବିକାଶ କାମ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ। ଆଲୋଚନାରେ ଭାଗ ନେଇ ଜିଲ୍ଲା ପରିଷଦ ସଭାପତିମାନେ ପଞ୍ଚାୟତି ପ୍ରତିନିଧିମାନଙ୍କ କ୍ଷମତାକୁ ରାଜ୍ୟ ସରକାର ହଡପ କରି ପ୍ରଶାସନକୁ ଦେଇଥିବାରୁ ତୃଣମୂଳ ସ୍ତରରେ ସୃଷ୍ଟି ହେଉଥିବା ଅସନ୍ତୋଷ ବିଷୟରେ ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରିଥିଲେ। ପଂଚାୟତି ରାଜ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ଶ୍ରୀ ପଟ୍ଟନାୟକ ନାପସନ୍ଦ କରିବା ସହିତ ଏଥିପାଇଁ ଆଇନଗତ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଓଡିଶାରେ ପଞ୍ଚାୟତି ରାଜ ବ୍ୟବସ୍ଥାକୁ ଶକ୍ତିଶାଳୀ କରିବାକୁ ବିଜୁ ବାବୁଙ୍କ ଆଦର୍ଶରେ ବିଜେଡି ସରକାର ଅନେକ ସକାରାତ୍ମକ ପଦକ୍ଷେପ ନେଇଥିଲା। କୌଣସି ପରିସ୍ଥିତିରେବି ପଞ୍ଚାୟତକୁ ଦୁର୍ବଳ କରିବା ଉଦ୍ୟମକୁ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସରକାରଙ୍କ ଅସହଯୋଗ ପରି ପ୍ରତିକୂଳ ପରିସ୍ଥିତି ସତ୍ୱେ ବିକାଶ କାମ ଜାରି ରଖିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଏତଦବ୍ୟତୀତ ନିଜ ନିଜ ଜିଲ୍ଲା ରେ ପଂଚାୟତ ନିର୍ବାଚନ ପାଇଁ ଦଳୀୟ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିବାକୁ ଶ୍ରୀ ପଟ୍ଟନାୟକ ଜିଲ୍ଲା ପରିଷଦ ସଭାପତିମାନଙ୍କୁ ପରାମର୍ଶ ଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ବାଲେଶ୍ୱରର ନାରାୟଣ ପ୍ରଧାନ,କଟକର କିଶୋର ଚନ୍ଦ୍ର ମିଶ୍ର,ବଲାଙ୍ଗୀରର ଦେବକୀ ସାହୁ,ବରଗଡ଼ର ମାନିନୀ ଭୋଇ,ମାଲକାନଗିରି ର ସମାରି ଟାଙ୍ଗୁଲୁ,ଅନୁଗୁଳ ର ବବିତା ପ୍ରଧାନ,ଗଞ୍ଜାମ ର ଅଞ୍ଜଳି ସ୍ୱାଇଁ, ଜଗତସିଂହପୁରର ମନୋରଞ୍ଜନ ଭୋଇ,ନୟାଗଡ଼ର ଦେବାଶିଷ ପଟ୍ଟନାୟକ ଓ ନବରଙ୍ଗପୁରର ମୋତିରାମ ନାୟକ ପ୍ରମୁଖ ଜିଲ୍ଲା ପରିଷଦ ସଭାପତିମାନେ ଉପସ୍ଥିତ ଥିଲେ।

  • Related Posts

    ଦିଲ୍ଲୀରୁ ଫେରିଲେ ମନମୋହନ, ବିମାନବନ୍ଦରରେ ବିପୁଳ ସ୍ବାଗତ

    ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ ପରେ ଓଡ଼ିଶା ଫେରିଛନ୍ତି ମନମୋହନ ସାମଲ। ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିବାକୁ ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କର୍ମୀ ଏକାଠି ହୋଇଛନ୍ତି। ପାରମ୍ପରିକ ଢୋଲ, ବାଜା ବଜାଇ…

    Continue reading
    ୧୦ ପର୍ଯ୍ୟନ୍ତ କାଳବୈଶାଖୀ

    ଭୁବନେଶ୍ୱର: ସମୁଦ୍ର ପତ୍ତନଠାରୁ ୦.୯ କି.ମି. ଉଚ୍ଚରେ ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏଥିସହ ଦକ୍ଷିଣ ଉପକୂଳ ଆନ୍ଧ୍ରପ୍ରଦେଶର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଉଚ୍ଚରେ ଆଉ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ