ଜେଲରୁ ବାହାରିଲେ ଧିମାନ ଚକମା

ଭବାନୀପାଟଣା:୪୦ରୁ ଅଧିକ ଦିନ ଜେଲରେ ରହିବା ପରେ ଜେଲରୁ ବାହାରିଲେ ଧିମାନ ଚକମା । ଉଚ୍ଚତମ ନ୍ୟାୟାଳୟ ଗୁରୁବାର ତାଙ୍କର ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଧିମାନ ଚକମାଙ୍କ ଓକିଲ ଦିଲୀପ କୁନାର ସା ଦେଇଥିବା ସୂଚନା ଅନୁଯାୟୀ, ହାଇକୋର୍ଟ ୫ଟି ଗୁରୁତ୍ଵପୂର୍ଣ୍ଣ ସର୍ତ୍ତ ରଖିଛନ୍ତି । ଧିମାନ ଚକମା ଦେଶ ବାହାରକୁ କୋର୍ଟ କିମ୍ବା ଭିଜିଲାନ୍ସ ବିଭାଗର ବିନା ଅନୁମତିରେ ଯାଇ ପାରିବେ ନାହିଁ । ତାଙ୍କର ପାସପୋର୍ଟ କୋର୍ଟକୁ ପ୍ରଦାନ କରିବା ସହିତ କୋର୍ଟଙ୍କ ଅଜାଣତରେ ନିଜର ଠିକଣା ବଦଳାଇ ପାରିବେ ନାହିଁ । ଏହାସହିତ କୋର୍ଟ ଟ୍ରାଏଲ ସମୟରେ ଉପସ୍ଥିତ ରହିବେ । ଏହିସବୁ ସର୍ତ୍ତ ରଖି ତାଙ୍କର ଜାମିନ ମଞ୍ଜୁର କରିଛନ୍ତି କୋର୍ଟ ।
କଳାହାଣ୍ଡି ଜିଲ୍ଳା ଧର୍ମଗଡ ଉପ ଜିଲ୍ଲାପାଳ ଥିିଲେ ଧିମାନ ଚକମା । ଏହି ସମୟରେ ଅର୍ଥାତ ଗତ ଜୁନ ୮ ତାରିଖ ଦିନ ଜୟପାଟଣାର ଜଣେ କ୍ରସର ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଲାଞ୍ଚ ଦାବି କରିଥିଲେ । ଲାଞ୍ଚ ନଦେଲେ ତାଙ୍କ ବ୍ୟବସାୟ ଉପରେ ରେଡ କରାଯିବ ଓ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଧମକ ମଧ୍ୟ ଦେଇଥିଲେ । ଏନେଇ ବ୍ୟବସାୟୀଙ୍କୁ ନିଜ ସରକାରୀ ବାସଭବନକୁ ଡକାଇ ୧୦ ଲକ୍ଷ ଲାଞ୍ଚ ନେବା ବେଳେ ପୂର୍ବରୁ ଖବର ପାଇ ଘରେ ପହଞ୍ଚିଥିଲା ଭିଜିଲାନ୍ସ ଟିମ୍ । ସେଠାରୁ ନଗଦ ୧୦ ଲକ୍ଷ ଟଙ୍କାର ୨୬ଟି ୧୦୦ଟଙ୍କିଆ ବଣ୍ଡଲ ସହ ଧରାପଡିଥିଲେ ଲାଞ୍ଚୁଆ ଯୁବ ଅଫିସର ଧିମାନ ଚକମା ।

  • Related Posts

    ‘ଜ୍ଞାନଦୋୟ-ଶିକ୍ଷାରୁ ସମୃଦ୍ଧି’ ଯୋଜନା ସମ୍ପର୍କିତ ମାର୍ଗଦର୍ଶିକା ଜାରି

    ଭୁବନେଶ୍ୱର: କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଯୋଜନାରେ ନିୟମିତ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମରେ ନାମଲେଖା ଓ ପୁନଃନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ ନିର୍ଦ୍ଧାରିତ ଫି’ ଦେବାକୁ ପଡ଼ିବ ନାହିଁ। ଆଡ୍‌ମିଶନ ଫି’, ଡେଭଲପ୍‌ମେଣ୍ଟ ଫି’ ସମେତ ଯୋଜନାରେ ଅନ୍ତର୍ଭୁକ୍ତ ଅନ୍ୟାନ୍ୟ…

    Continue reading
    ୫୦ ଏକର ଜମିରେ ‘ଜୀବ ବିଜ୍ଞାନ ପ୍ରତିଷ୍ଠାନ’ର ସମ୍ପ୍ରସାରଣ

    ଭୁବନେଶ୍ବର: ବିଜ୍ଞାନଭିତ୍ତିକ ଅଭିବୃଦ୍ଧିରେ ଓଡ଼ିଶାର ବିରଳ ମୃତ୍ତିକା, ସାମୁଦ୍ରିକ ଜୈବପ୍ରଯୁକ୍ତି ଓ ମହାକାଶ କ୍ଷମତା ଖୋଲିବ ନୂଆ ସୁଯୋଗ । ଜୈବ ପ୍ରଯୁକ୍ତିବିଦ୍ୟା ବିଭାଗ ଅନ୍ତର୍ଗତ ଭୁବନେଶ୍ବରସ୍ଥିତ ‘ଜୀବ ବିଜ୍ଞାନ ପ୍ରତିଷ୍ଠାନ (Institute of Life Sciences- ILS)’ର ସଂପ୍ରସାରଣ ପ୍ରସ୍ତାବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ