
ବାରିପଦା: ଝଡ଼ତୋଫାନ ନେଲା ୨ ଜୀବନ। ବାରିପଦାରେ ବିଳମ୍ବିତ ରାତିରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ ପବନ। ପବନରେ ଗଛ ପଡି ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ହଠାତ ଝଡତୋଫାନ ସହ ପ୍ରବଳ ବର୍ଷା, ବିଜୁଳି ଘଡଘଡି ମାରିଥିଲା।
କୁଳିଅଣା ରାସ୍ତାର ଅସନଯୋଡା ପାଖରେ ଗଛ ପଡ଼ି ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସେହିପରି ବାରିପଦା-ଉଦଳା ରାସ୍ତା ଖୁଣ୍ଟାରେ ଆଉ ଏକ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ଅନ୍ୟ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁଇ ମୃତକ ହେଲେ ବାମଦାଶ ହାଁସଦା, ନଗେନ ମୁର୍ମୁ।




