ଟ୍ରକକୁ ପିଟିଲା ବସ ! 2 ମୃତ

ସମ୍ବଲପୁର: ସ୍ୱାଧୀନତା ଦିବସରେ ବସ ଯାତ୍ରା ସାଜିଲା ଶେଷ ଯାତ୍ରା । ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବାଟରେ ଛକି ବସିଥିଲା ଯମ । ଜିଲ୍ଲାରେ ଜାତୀୟ ରାଜପଥ (55)ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଟ୍ରକକୁ ପଛପଟୁ ପିଟିଥିଲା ସରକାରୀ ବସ । ଏହି ଭୟଙ୍କର ଦୁର୍ଘଟଣାରେ 2 ଜଣଙ୍କ ଜୀବନ ଯାଇଥିବା ବେଳେ 12 ଜଣରୁ ଅଧିକ ଆହତ ହୋଇଛନ୍ତି ।
ଜିଲ୍ଲାର ଜୁଯୁମୁରା ଥାନା ଗରଗଡ଼ବାହାଲ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା l ଟ୍ରକକୁ ପଛପଟୁ ପିଟିଲା OSRTCର ଯାତ୍ରୀବାହୀ ବସ l ଆଜି ଭୋର ପ୍ରାୟ 4ଟା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି l
ବସଟି ଆଜି ପୁରୀରୁ ସମ୍ବଲପୁର ଦେଇ ବରଗଡ଼ ଜିଲ୍ଲା ପଦ୍ମପୁର ଆଡକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ସୂଚନା l 10ରୁ 12 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ 2 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ମୃତକ ହେଲେ ବୁର୍ଲା ସହରର ପ୍ରୀତି ସୁମନ ପ୍ରଧାନ ଓ ବରଗଡ଼ ଜିଲ୍ଲାର ବୁଡେନ ଅଞ୍ଚଳର ଦୀପକ କୁମାର ଦାସ । ଜୁଯୁମୁରା ଥାନା ଅଧିକାରୀ ଅନିମା ଏକ୍କା ଏହି ସୂଚନା ଦେଇଛନ୍ତି l ଜୁଯୁମୁରା ଥାନା ଅଧିକାରୀ ଅନିମା ଏକ୍କାଙ୍କ ଅନୁସାରେ, “ଟ୍ରକକୁ ବସଟି ଓଭର ଟେକ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥାଇ ପାରେ l”ତେବେ ସମସ୍ତ ଆହତଙ୍କୁ ପ୍ରଥମେ ସମ୍ବଲପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ପରେ ବୁର୍ଲା ଭୀମସାର ମେଡିକାଲକୁ ଚିକିତ୍ସା ପାଇଁ ସମସ୍ତ ଆହତଙ୍କୁ ପଠାଯାଇଛି l ଦୁର୍ଘଟଣା ସ୍ଥଳରେ ଜୁଯୁମୁରା ପୋଲିସ ପହଂଚି ତଦନ୍ତ ଜାରି ରଖିଛି l

  • Related Posts

    ବ୍ରଜ ମୋହନ ଓଡ଼ିଶାର ନୂଆ ରାଜ୍ୟପାଳ

    ୪ ରାଜ୍ୟରେ ବଦଳିଲେ ରାଜ୍ୟପାଳ ନୂଆଦିଲ୍ଲୀ: ଓଡ଼ିଶାର ରାଜ୍ୟପାଳ ବଦଳି ଯାଇଛନ୍ତି । ହରିବାବୁ କମ୍ଭମ୍‌ପଟିଙ୍କ ବଦଳରେ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛଅ ରାଜ୍ୟ ପାଇଁ…

    Continue reading
    ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଦିଲ୍ଲୀରେ ବିରୋଧୀଙ୍କ ପ୍ରତିବାଦ ମଧ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଏକ୍ସ’ରେ ପ୍ରତିକ୍ରିୟା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ନିର୍ବାଚନୀ ରେକର୍ଡ ନିର୍ଭରଯୋଗ୍ୟ ରହିବାରେ ‘SIR’ ସାହାଯ୍ୟ କରିବ। ସ୍ୱଚ୍ଛ ଓ ସଠିକ୍‌ ଭୋଟର ତାଲିକା ପ୍ରସ୍ତୁତି ପାଇଁ ‘SIR’ ଆବଶ୍ୟକ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ