ଟ୍ରାକକୁ ଫେରିବା ପାଇଁ ବିଜେଡିର ପ୍ରୟାସ: ରଘୁନାଥ ଓ ଜୀବନଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ବର: ସମ୍ପ୍ରସାରଣ ହୋଇଛି ବିଜୁ ଜନତା ଦଳର ରାଜ୍ୟ, ଜିଲ୍ଲା ଓ ଛାମୁଆ ସଂଗଠନ । ଦଳର ଉପସଭାପତି ହୋଇଛନ୍ତି ନିକଟରେ ବିଜେଡିକୁ ଫେରିଥିବା ରଘୁନାଥ ମହାନ୍ତି । ଦଳ ରଘୁନାଥଙ୍କୁ ଉପସଭାପତି କରିଛି । ସେହିପରି ନିକଟରେ ବିଜେଡିକୁ ଫେରିଥିବା ବାଲେଶ୍ଵର ସଦରର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛି ଦଳ । ଦଳରେ ସାମିଲ ହୋଇଥିବା ନେତାଙ୍କୁ ଦାଇତ୍ୱ ଦେବା ସହ ନିଷ୍କ୍ରିୟ ନେତାଙ୍କୁ ପୁନର୍ବାର ଭରସା କରି ସଂଗଠନକୁ ଆଣିଛନ୍ତି ବିଜେଡି ସୁପ୍ରିମୋ ।

ବିଜେଡି ସଂଗଠନର ପୁନର୍ବିନ୍ୟାସ ଚାଲିଛି । ଏହି କ୍ରମରେ ବିଜେଡି ସଭାପତି ଦଳର ଉପସଭାପତି, ବରିଷ୍ଠ ସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ ଜିଲ୍ଲା ଏବଂ ଛାମୁଆ ସଂଗଠନର କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛନ୍ତି । ବିଜେଡି ସଂଗଠନରେ ହୋଇଥିବା ସମ୍ପ୍ରସାରଣରେ 5 ବରିଷ୍ଠ ସାଧାରଣ ସମ୍ପାଦକ, 27 ଜଣ ସାଧାରଣ ସମ୍ପାଦକ, 45 ସମ୍ପାଦକ, 11 ଜଣଙ୍କୁ ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ସେହିପରି ବଳକା ରହିଥିବା ଜିଲ୍ଲା ସଭାପତି, କାର୍ଯ୍ୟକାରୀ ସଭାପତି, ଯୁବ ଓ ଛାତ୍ର ବିଜେଡିର ସଭାପତିଙ୍କୁ ନିଯୁକ୍ତି ମିଳିଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ହସ୍ତାକ୍ଷର ପ୍ରକାଶ ପାଇଥିବା ତାଲିକାରେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ବିଧାୟକ, ବର୍ତ୍ତମାନର ବିଧାୟକ ରହିଛନ୍ତି ।
ମାର୍ଚ୍ଚ 25ରେ ବିଜେଡିକୁ ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ରଘୁନାଥଙ୍କୁ ଦଳ ସମ୍ମାନର ସହ ଗ୍ରହଣ କରି ବର୍ତ୍ତମାନ ଉପସଭାପତି ଭାବେ ନିଯୁକ୍ତି ଦେଇଛି । ସେହିପରି ଦଳ ଫେରନ୍ତା ଜୀବନ ପ୍ରଦୀପ ଦାସଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନବୀନ ନିଯୁକ୍ତି ଦେଇଛନ୍ତି । ଉଭୟ ଏଥିପାଇଁ ବିଜେଡି ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି । ଜୀବନ କହିଛନ୍ତି, “ମୋ ଉପରେ ଭରସା କରି ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ୱ ପ୍ରଦାନ କରି ଥିବାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି । ଆଗାମୀ ଦିନରେ ଦଳର ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ମିଳିତ ପ୍ରୟାସ କରିବୁ ।” ଜୀବନଙ୍କ ସହ ଆଉ 4 ଜଣ ବରିଷ୍ଠ ନେତାଙ୍କୁ ଦଳ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦେଇଛି । ସେମାନେ ହେଉଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ, ସାନନ୍ଦ ମରାଣ୍ଡି, ଚନ୍ଦ୍ର ସାରଥୀ ବେହେରା, ରମାରଞ୍ଜନ ବଳିଆରସିଂ ।

ବିଧାୟକଙ୍କୁ ଦାୟିତ୍ୱ: ସାଧାରଣ ସମ୍ପାଦକ ହୋଇଛନ୍ତି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ, ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ଯାଜପୁର ବିଧାୟିକା ସୁଜାତା ସାହୁ, ନର୍ଲା ବିଧାୟିକା ମନୋରମା ମହାନ୍ତି, ସୋର ବିଧାୟକ ମାଧବ ଧଡ୍ଡା, ଗଜପତି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ପୁରୀ ବିଧାୟକ ସୁନୀଲ ମହାନ୍ତି, ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବିରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ । ସେହିପରି ପୂର୍ବତନ ବିଧାୟକ ଓ 2024 ନିର୍ବାଚନରେ ସାଂସଦ ଓ ବିଧାୟକ ପ୍ରାର୍ଥୀ ହୋଇଥିବା ନେତାଙ୍କୁ ଦଳ ସାଧାରଣ ସମ୍ପାଦକ କରିଛି । ସେମାନେ ହେଉଛନ୍ତି ରୁଦ୍ର ପ୍ରତାପ ମହାରଥୀ, ଧନୁର୍ଜୟ ସିଦ୍ଦୁ, ପ୍ରମୋଦ ସାମଲ, କାଶୀନାଥ ହେମ୍ବ୍ରମ, ବିଷ୍ଣୁବ୍ରତ ରାଉତରାୟ, ଅବିନାଶ ସାମଲ, ଈଶ୍ୱର ପାଣିଗ୍ରାହୀ ଓ ବିପ୍ଳବ ପତ୍ର ।
ସେହିପରି ଦଳ ଗୋବର୍ଦ୍ଧନ ଦାସ, ମହମ୍ମଦ ସକିଲ, ସୁବାସ ଚନ୍ଦ୍ର ପାତ୍ର, ଜଗଦୀଶ ପାତ୍ର, ସୁରେନ୍ଦ୍ର ମହାପାତ୍ର, ଜଗବନ୍ଧୁ ଦାସ, ଶିଶିର ପରିଜା, ପ୍ରଶାନ୍ତ ନାୟକ, ଅମୀୟ ଦାସ ପ୍ରମୁଖ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ଦଳର ସମ୍ପାଦକ ହୋଇଛନ୍ତି ଦେବାଶିଷ ମହାନ୍ତି, ସୁନୀଲ କୁମାର ଦାସ, ରାଜେଶ ପ୍ରଧାନ, ସୁବ୍ରମଣ୍ୟମ ମହାନ୍ତି, ଦୁର୍ଗା ତ୍ରିପାଠୀ, ଅଭିମନ୍ୟୁ କୌଶଳ, ମିତୁ ଦାସ, କୈଳାସ ମୁଖୀ, ସୌମିତ ମିତ୍ର, ଆଦିତ୍ୟ ନନ୍ଦ, ତନ୍ମୟ ସ୍ୱାଇଁ, ପ୍ରତାପ ମହାନ୍ତି, ବୈକୁଣ୍ଠ ନାୟକ, ମୁକୁନ୍ଦ ଗୋୖଡ, କାଳିପ୍ରସାଦ ମିଶ୍ର, ଜିତେନ୍ଦ୍ର ମହାନ୍ତି, ଦୁର୍ଗା ସାମନ୍ତରାୟ, ଆର.ମୁରଲୀ ରାଓ, ସନ୍ତୋଷ ବେଜ, ଅଶୋକ ପାଟ୍ଟଯୋଶୀ, ଭଗବାନ ପଣ୍ଡା, ସୋଲାର ମିଶ୍ର, ଲକ୍ଷ୍ମଣ ମେହେର, ପ୍ରଭାସ ପାଣିଗ୍ରାହୀ, ବିପ୍ଳବ ଜେନା, ମୁରଲୀଧର ବେହେରା, ପ୍ରଦୀପ ମହାନ୍ତି, ପୃଥ୍ୱୀରାଜ ସାହୁ ସମ୍ପାଦକ ହୋଇଛନ୍ତି ।
ସେହିପରି ଅଶୋକ ସାହୁ, ସତ୍ୟବ୍ରତ ଦାସ, ନାରାୟଣ ଲୋହା, ଲାଲ ବିକ୍ରମ ସିଂଦେଓ, ଜ୍ଞାନ ଗିରି ଗୌସ୍ୱାମୀ, ରତିକାନ୍ତ ରାଉତ, ପ୍ରଦୀପ୍ତ ଖୁଣ୍ଟିଆ, ଚିରଞ୍ଜୟ ସାହୁ, ଦେବାଶିଷ ଆଚାର୍ଯ୍ୟ, ସନ୍ତୋଷ ପଟ୍ଟନାୟକ, ପ୍ରେମାନନ୍ଦ ବେହେରା, ଦୀପକ ମଦ୍ଦୁଆଲ, ସତ୍ୟଜିତ ମିଶ୍ର, ଶିବ ଶଙ୍କର ସାମନ୍ତରାୟ, ସଞ୍ଜୟ ସେଠୀ, ଦୀପ୍ତି ରଞ୍ଜନ କୁଅଁର, କମଳାକାନ୍ତ ମହାପାତ୍ର ମଧ୍ୟ ସମ୍ପାଦକ ଦାଇତ୍ୱରେ ରହିବେ । ଯୁଗ୍ମ ସମ୍ପାଦକ ନିଯୁକ୍ତ ହୋଇଛନ୍ତି ଜୟ ନାରାୟଣ ତ୍ରିପାଠୀ, କିଶୋର ନାୟକ, ଦିଲ୍ଲୀପ ସେନାପତି, ଜିତେନ୍ଦ୍ର କୁମାର, ମୁକୁନ୍ଦ ଦେବ ସାମଲ, ପ୍ରତାପ ରାଉତ, ସତ୍ୟଜିତ ଦାଶ, ମନୋରଞ୍ଜନ ମହାନ୍ତି, ରବି ଛୋଟରାୟ, ଏନ ଏମ୍ ରାଓ, ସରୋଜ ପ୍ରଧାନ ।

  • Related Posts

    ମୋଦି ସରକାର ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି:ରାହୁଲ

    ‘ଆମେ ଜାଣିଛୁ, ଭୋଟ ଚୋରି ନେଇ ହେଉଥିବା ଆନ୍ଦୋଳନ ଯୋଗୁ ଆପଣ ରାତିରେ ଶୋଇ ପାରୁ ନାହାନ୍ତି। କିନ୍ତୁ ଆମେ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ଏହି ଆନ୍ଦୋଳନ ଆପଣଙ୍କ ଇସ୍ତଫାକୁ ସୁନିଶ୍ଚିତ କରିବ।’ ଆଜି ଏଭଳି କିଛି କହି ମୁଖ୍ୟ…

    Continue reading
    ଏବିଭିପିର ବଡ଼ ସଫଳତା, ୬୦ ମହାବିଦ୍ୟାଳୟର ୨୫୨ ପଦବୀରେ ନିର୍ଦ୍ୱନ୍ଦ୍ୱରେ ବିଜୟ

    ଭୁବନେଶ୍ବର: ଓଡ଼ିଶାରେ ଆଗାମୀ ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏବିଭିପି ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟର ୬୦ଟି ମହାବିଦ୍ୟାଳୟରେ ଏବିଭିପିର ପ୍ରାର୍ଥୀମାନେ ୨୫୨ଟି ପଦବୀରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ