ଡବଲ ଡେକର୍‌‌ ବସ୍‌ ସେବା ପାଇଁ ଟେଣ୍ଡର ଆହ୍ୱାନ

ଭୁବନେଶ୍ୱର : ଦିଲ୍ଲୀ, ମୁମ୍ବାଇ ମେଟ୍ରୋ ସହର ଭଳି ଓଡ଼ିଶାରେ ଗଡ଼଼ିବ ଦୁଇଥାକିଆ(ଡବଲ ଡେକର୍‌‌) ବସ୍‌‌। ଏଥିପାଇଁ କ୍ୟାପିଟାଲ୍‌‌ ରିଜିୟନ୍‌‌ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ୍‌‌) ପକ୍ଷରୁ ଟେଣ୍ଡର୍‌‌ ଆହ୍ୱାନ କରାଯାଇଛି। ପ୍ରାଥମିକ ପର୍ୟ୍ୟାୟରେ ଏହି ବସ୍‌‌ ଖୋର୍ଦ୍ଧା, ପୁରୀ ଓ କଟକ ଜିଲ୍ଲାରେ ଚଳାଚଳ କରିବ। ପରବର୍ତ୍ତୀ ପର୍ୟ୍ୟାୟରେ ଓଡ଼ିଶାରେ ଅନ୍ୟ ଜିଲ୍ଲାରେ ଗଡ଼ିବା ନେଇ ଯୋଜନା ରହିଛି। ସହରରେ ବଢ଼଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏହି ବସ୍‌‌ ଗୁଡ଼ିକ ସମ୍ପୂର୍ଣ୍ଣ ବିଦ୍ୟୁତ୍‌‌ ଚାଳିତ (ଇ-ବସ୍‌‌) ହୋଇଥିବା ଜଣାପଡ଼ିଛି।
ସୂଚନାନୁସାରେ, ପ୍ରାଥମିକ ପର୍ୟ୍ୟାୟରେ ୫ଟି ଡବଲ ଡେକର୍‌‌ ବସ ଚଲେଇବା ପାଇଁ ଯୋଜନା ରହିଛି। ଡବଲ୍‌‌ ଏଥିପାଇଁ ୧୦ ବର୍ଷିଆ ଚୁକ୍ତି ହେବ। ଯୋଗାଣ, ପରିଚାଳନା, ରକ୍ଷଣବେକ୍ଷଣା ଓ କର୍ମଚାରୀ ସମ୍ପୃକ୍ତ ସଂସ୍ଥା ଯୋଗାଇବ। ଆବଶ୍ୟକ ପଡ଼ିଲେ ଆହୁରି ୨ ବର୍ଷ ଚୁକ୍ତିର ସମୟସୀମା ବୃଦ୍ଧି କରାଯିବ। ରାଜ୍ୟରେ ପର୍ୟ୍ୟଟନର ଦ୍ରୁତ ବିକାଶକୁ ଦୃଷ୍ଟିରେ ରଖି ପର୍ୟ୍ୟଟକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ବସ୍‌‌ ଚଳାଚଳ କରାଯାଉଥିବା ଟେଣ୍ଡରରେ ଉଲ୍ଲେଖ ରହିଛି।
ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, କଟକ-ଭୁବନେଶ୍ୱର ଓ ଭୁବନେଶ୍ୱର-ପୁରୀ ମଧ୍ୟରେ ପ୍ରାଥମିକ ପର୍ୟ୍ୟାୟରେ ୫ଟି ବସ୍‌‌ ଚଳାଚଳ କରିବ। ଏହା ସଫଳତାର ସହ ଚାଲିଲେ, ଆଗାମୀ ଦିନରେ ସଂଖ୍ୟା ବୃଦ୍ଧି କରାଯିବ। ଆସନ୍ତା ଜାନୁଆରୀ ୯ରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ସମୟରେ ଏହି ବସ୍‌‌ ଚଳାଚଳ କରିବ। ପ୍ରବାସୀ ଭାରତୀୟମାନେ ଏହି ବସ୍‌‌ରେ ଯାତାୟାତ କରିବ। ଏହାଦ୍ୱାରା ଜାତୀୟସ୍ତରରେ ଓଡ଼ିଶାର ଟେକ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ସଡ଼କ ସୁରକ୍ଷା ବିଶେଷଜ୍ଞ କହିଛନ୍ତି, ଏଭଳି ବସ୍‌‌ ଓଡ଼ିଶାରେ ଚଳାଚଳ କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ବସ୍‌‌ ଚଳାଚଳ ପୂର୍ବରୁ ଗ୍ରାଉଣ୍ଡରେ କିଭଳି କାର୍ୟ୍ୟକାରୀ କରାଯିବ, ତା’ଉପରେ ଅନୁଧ୍ୟାନ କରାଯିବ ଜରୁରୀ। ସେହିଭଳି ଟ୍ରାଫିକ୍‌‌ ସର୍ଭେ କରି କେତେ ବସ୍‌‌ ଆବଶ୍ୟକତା ରହିଛି ଏହାର ଅନୁଧ୍ୟାନ କରିବାର ଆବଶ୍ୟକତା ରହିଛି। ତା’ପରେ ଯୋଜନା କଲେ ଏହା ସଫଳ ହୋଇପାରିବ।

  • Related Posts

    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading
    ୮ ନକଲି ସିଆଇଡିକୁ ବାନ୍ଧିଲା ଅସଲି ପୁଲିସ

    ଭୁବନେଶ୍ୱର : ନକଲି ସିଆଇଡିଙ୍କୁ ବାନ୍ଧିଲା ଅସଲି ପୁଲିସ। ଚନ୍ଦ୍ରଶେଖର ପୁଲିସ ଏହି ନକଲି ସିଆଇଡି ଅଧିକାରୀଙ୍କୁ ଗିରଫ କରିଛି। ସିଆଇଡି ପରିଚୟ ଦେଇ ଏମାନେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟୀଙ୍କୁ ଲୁଟୁଥିଲେ। ଚନ୍ଦ୍ରଶେଖରପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନ ବାହାରେ ଗିରଫ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ