ଡଲାର ତୁଳନାରେ ଦୁର୍ବଳ ହୋଇଚାଲିଛି ଟଙ୍କାର ବିନିମୟ

ନୂଆଦିଲ୍ଲୀ: ବିଶ୍ୱ ବଜାରର ଆହ୍ୱାନପୂର୍ଣ୍ଣ ସ୍ଥିତି ଯୋଗୁ ଡଲାର ତୁଳନାରେ ଟଙ୍କାର ବିନିମୟ ଦୁର୍ବଳ ହୋଇଚାଲିଛି । ଟଙ୍କା ମୂଲ୍ୟ ୯୭ ସ୍ତର ଛୁଇଁଛି । କାରବାର ସମୟରେ ବୁଧବାର ଟଙ୍କାର ମୂଲ୍ୟ ୯୭.୧୫୧ ସ୍ତର ଛୁଇଁଥିଲା । ଦିନ ମଧ୍ୟରେ ଟଙ୍କା ପ୍ରଥମେ ୯୬.୮୩ ସ୍ତରକୁ ଖସିଥିଲା । ଫଳରେ ଟଙ୍କା ଏସିଆର ସବୁଠାରୁ ଦୁର୍ବଳ ପ୍ରଦର୍ଶନକାରୀ ମୁଦ୍ରା ପାଲଟିଛି । କାରବାର ଶେଷ ବେଳକୁ ଟଙ୍କା ୯୬.୭୮ ସ୍ତରରେ ରହିଛି । ଯାହା ୫ ମାସର ସର୍ବନିମ୍ନ ସ୍ତର । ଅଦ୍ୟାବଧି ଟଙ୍କାର ସର୍ବନିମ୍ନ ସ୍ତର ୯୬.୯୮ ରହିଥିଲା ।
ଟଙ୍କା ମୂଲ୍ୟରେ ହ୍ରାସକୁ ରୋକିବା ଲାଗି ରିଜର୍ଭ ବ୍ୟାଙ୍କ ଗତ ୨ ସପ୍ତାହ ହେବ ଉଦ୍ୟମ ଜାରି ରଖିଛି । କାରଣ ଟଙ୍କା ବାସ୍ତବ ପକ୍ଷେ ୯୭ ସ୍ତର ଟପିଲେ ୪ ନୂଆ ରେକର୍ଡ ନିମ୍ନ ସ୍ତର ଛୁଇଁବ । ବଜାର ସ୍ଥିତିକୁ ନଜରରେ ରଖି ରିଜର୍ଭ ବ୍ୟାଙ୍କ ଏହାର ରେପୋ ହାରରେ ୦.୨୫% ବୃଦ୍ଧି କରିଛି । ଆଗାମୀ ଦିନରେ ମଧ୍ୟ କେନ୍ଦ୍ରୀୟ ବ୍ୟାଙ୍କ ଏହାର ରେପୋ ହାରରେ ବୃଦ୍ଧି କରିବା ସମ୍ଭାବନା ରହିଛି । ବିଶ୍ୱ ବଜାର ସ୍ଥିତି ସଙ୍କଟାପନ୍ନ ଥିବାରୁ ଟଙ୍କାର ବିନିମୟ ମୂଲ୍ୟ ଉପରେ ଚାପ ରହିବ । ଡଲାର ତୁଳନାରେ ଟଙ୍କା ମୂଲ୍ୟ ୯୬.୪୫ରୁ ୯୭.୨୫ ସ୍ତର ଛୁଇଁପାରେ ବୋଲି ଏଲ୍କେପି ସିକ୍ୟୁରିଟିଜ୍ର ରିସର୍ଚ୍ଚ ଆନାଲିଷ୍ଟ ଯତିନ ତ୍ରିବେଦୀ କହିଛନ୍ତି ।

  • Related Posts

    ଜେୱର ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ

    ନୋଇଡା: ଉତ୍ତର ପ୍ରଦେଶର ଜେୱରଠାରେ ନିର୍ମାଣାଧୀନ ବିମାନବନ୍ଦରର ନାମ ‘ନରେନ୍ଦ୍ର ମୋଦୀ ଅନ୍ତର୍ଜାତୀୟ ବିମାନବନ୍ଦର’ ଭାବେ ନାମିତ କରିବା ପ୍ରସ୍ତାବକୁ ଉତ୍ତର ପ୍ରଦେଶ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଲକ୍ଷ୍ନୌଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି…

    Continue reading
    ସିଜେପି ବିକ୍ଷୋଭ ପାଇଁ ମେଟ୍ରୋ କଟକଣା, ଟ୍ରେନ୍ ବାତିଲ

    ନୂଆଦିଲ୍ଲୀ: ଶନିବାର କଂଗ୍ରେସ-ସମର୍ଥିତ ବା ଅନ୍ୟାନ୍ୟ ଦଳ/ସଂଗଠନ ‘କୋକରୋଚ୍ ଜନତା ପାର୍ଟି’ (ସିଜେପି) ପକ୍ଷରୁ ଜନ୍ତର ମନ୍ତରରେ ପ୍ରସ୍ତାବିତ ବିକ୍ଷୋଭ ପ୍ରଦର୍ଶନକୁ ନଜରରେ ରଖି ରାଜଧାନୀ ଦିଲ୍ଲୀରେ କଡ଼ା ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ