ଡାକ୍ତରଖାନା ଉପରେ ଡ୍ରୋନ ଆକ୍ରମଣ, ୬୭ ମୃତ

ନୂଆଦିଲ୍ଲୀ: ସୁଦାନର ଏକ ଡାକ୍ତରଖାନାରେ ଡ୍ରୋନ ଆକ୍ରମଣ ଯୋଗୁ ୬୭ ଜଣଙ୍କ ମୃତ୍ୟୁ ଘଟିଛି। ସୁଦାନର ଡାରଫର ଅଞ୍ଚଳରେ ଥିବା ଡାକ୍ତରଖାନାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଥିଲା। ରବିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୭ରେ ପହଞ୍ଚିଛି। ୩୦ରୁ ଅଧିକ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରାଯାଉଛି।
ସୂଚନା ଅନୁସାରେ, ୨୦୨୩ ଏପ୍ରିଲରୁ ସୁଦାନ ସେନା ଏବଂ ଦେଶର ଅର୍ଦ୍ଧସାମରିକ ତ୍ଵରିତ ସହାୟକ ବଳ(ଆରଏସଏଫ) ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆରଏସଏଫ ଦ୍ବାରା ପଶ୍ଚିମ ଡାରଫରର ବିଶାଳ ଅଞ୍ଚଳ ଅକ୍ତିଆର କରାଯାଇସାରିଛି। ଆରଏସଏଫ ପକ୍ଷରୁ ଡାକ୍ତରଖାନା ଉପରେ ଡ୍ରୋନ ଦ୍ବାରା ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ତାହା ସ୍ପଷ୍ଟ ହୋଇନାହିଁ।

  • Related Posts

    ଇସ୍ତଫା ଦେଲେ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା

    ନୂଆଦିଲ୍ଲୀ : ଇସ୍ତଫା ଦେଲେ ବିବାଦୀୟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା। ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମା ଶୁକ୍ରବାର ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପଠାଇଛନ୍ତି। ବାସଭବନରୁ ବିପୁଳ ଟଙ୍କା ମିଳିବା ପରେ ସେ ବିବାଦରେ…

    Continue reading
    ଶପଥ ଗ୍ରହଣ କଲେ ନୀତିଶ କୁମାର

    ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ସଦସ୍ୟ ଭାବରେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଲଲ୍ଲନ ସିଂହ, ରାଜ୍ୟସଭା ସାଂସଦ ସଞ୍ଜୟ ଝା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ