ଡେପୁଟି ରେଞ୍ଜରଙ୍କ ଘରୁ ମିଳିଲା ସୁନା ବିସ୍କୁଟ

ଜୟପୁର: ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ପୁଳା ପୁଳା ଟଙ୍କା ଓ ସୁନାର ବିସ୍କୁଟ ଜବତ କରିଛି ଭିଜିଲାନ୍ସ ଟିମ୍‍ । ଜଙ୍ଗଲ ବାବୁଙ୍କ ସିକ୍ରେଟ୍‍ ଚାମ୍ବରରେ ୧କୋଟି ୪୦ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଡେପୁଟି ରେଞ୍ଜରଙ୍କ ଘରେ ଆଜି ସକାଳେ ଚଢାଉ କରାଯାଇଛି । ରେଞ୍ଜରଙ୍କ ଘରୁ ଦେଡ କୋଟି ଟଙ୍କା ସହ ସୁନା ବିସ୍କୁଟ ଓ ଅଧ କେଜି ସୁନା କଏନ ଠାବ ହୋଇଥିବା ବେଳେ ଜୟପୁର ଓ ଭୁବନେଶ୍ୱରର ଏକକାଳୀନ ୬ଟି ସ୍ଥାନରେ ଚଢାଉ ଜାରି ରହିଛି । ସବୁଠାରୁ ବଡ କଥା ହେଉଛି ଡିସେମ୍ବର ମାସରେ ଅବସର ନେଇଥାନ୍ତେ ରାମଚନ୍ଦ୍ର ନେପାକ । ଏହାପୂର୍ବରୁ ଆଜି ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରିଛି ।
ସୂଚନା ଅନୁସାରେ ୧୯୮୯ରୁ ରାମଚନ୍ଦ୍ର ନେପାକ କୋରାପୁଟ ରେଞ୍ଜ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଅଧିନରେ ଗ୍ରାମ୍ୟ ବନ କର୍ମଚାରୀ ଭାବେ କାର୍ୟ୍ୟ ଆରମ୍ଭ କରିଥିଲେ । ପରେ ସୋସିଆଲ ଫରେଷ୍ଟ୍ରୀ ଡିଭିଜନ ଆଞ୍ଚଳିକ ବନ ବିଭାଗ ସହ ମିଶ୍ରଣ ହେବା ଦ୍ୱାରା ସେ ଜୟପୁର ବନ ବିଭାଗରେ ନିଯୁକ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ପଦୋନ୍ନତି ହୋଇ ବର୍ତ୍ତମାନ ଜୟପୁର ଫରେଷ୍ଟ ରେଞ୍ଜରେ ଡେପୁଟି ରେଞ୍ଜର ଭାବେ କାର୍ୟ୍ୟରତ ଅଛନ୍ତି । ତାଙ୍କର ମାସିକ ଦରମା ୬୯ହଜାର ୬୮୦ଟଙ୍କା ବୋଲି ଜଣାପଡିଛି । ତେବେ ଏତିକି ଦରମାରେ ଜଣେ ଅଧିକାରୀ ଏତେ ସମ୍ପତ୍ତି ଓ ସୁନା, ଏବଂ ଘରେ ନଗଦ ଏତେ ଟଙ୍କା କିପରି ରଖିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

  • Related Posts

    ରାଜ୍ୟପାଳ- ମୁଖ୍ୟମନ୍ତ୍ରୀ ସାକ୍ଷାତ

    ଭୁବନେଶ୍ୱର: ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ର ସଂସଦ ନିର୍ବାଚନ ବେଳେ ରାଜ୍ୟପାଳଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ନିକଟରେ ଦିଲ୍ଲୀରେ…

    Continue reading
    ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର : ଆଜି ପୂଜ୍ୟ ପ୍ରଣାମ ପୁଣ୍ୟାତ୍ମା, ଲୋକସେବକ ମଣ୍ଡଳର ଉପସଭାପତି ତଥା ‘ସମାଜ’ ପ୍ରତିଷ୍ଠାତା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୯ ତମ ଜୟନ୍ତୀ। ଏହି ଅବସରରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ