ଥାନାରେ ହାଜର ହେଲେ ଓଏଏସ ସାର୍ଥକ

ଭୁବନେଶ୍ୱର: ଆଜି ମହିଳା ଥାନାରେ ହାଜର ହୋଇଛନ୍ତି ଓଏଏସ୍‍ ସାର୍ଥକ ସୌରଭ ମହାପାତ୍ର । ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହୋଇଛନ୍ତି । ସ୍ୱାମୀଙ୍କ ବିରୋଧରେ ସାଘାଂତିକ ଅଭିଯୋଗ ଆଣିଛନ୍ତି ପତ୍ନୀ । ଓସ୍‍ଡମାରେ ଡିଜିଏମ୍‍ ଭାବେ କାର୍ୟ୍ୟରତ ଓଏଏସ୍‍ ସାର୍ଥକ ସୌରଭ ମହାପାତ୍ର ତାଙ୍କ ପତ୍ନୀ ଓ ନବଜାତ ପିଲା ପ୍ରତି ନିଷ୍ଠୁରତା ଓ ମାନସିକ ନିର୍ୟାତନା ଦେବା ସହ ଉଭୟଙ୍କୁ ହସ୍ପିଟାଲରୁ ଛାଡି ପଳାଇବା ଅଭିଯୋଗ ହୋଇଥିଲା ।
ଗୁରୁବାର ପତ୍ନୀ ଅର୍ଚ୍ଚନା ଦାସଙ୍କ ବୟାନ ରେକର୍ଡ କରାଯାଇଛି । ବାହାଘରଠାରୁ ଆରମ୍ଭ କରି ସନ୍ତାନ ହେବା ପର୍ୟ୍ୟନ୍ତ ଉଭୟଙ୍କ ଭିତରେ କଣ ଘଟିଥିଲା ସେନେଇ ପଚରାଉଚରା ହୋଇଛି । ତେବେ ଓଏଏସ୍‍ ସାର୍ଥକଙ୍କୁ ମହିଳା ଥାନା ନୋଟିସ୍‍ କରିବା ପରେ ଆଜି ସେ ଥାନାରେ ହାଜର ହୋଇଛନ୍ତି । ଅନ୍ୟପକ୍ଷରେ ପୁଅ ଜନ୍ମର ଦୁଇ ଦିନ ପରେ ସାର୍ଥକ କାହିଁକି ଲୁଚିକି ହସ୍ପିଟାଲରୁ ପଳାଇଲେ ତାର ତଦନ୍ତ ହେବାର ଆବଶ୍ୟକତା ରହିଛି ।

  • Related Posts

    ଆଜିଠାରୁ ଶକ୍ତିପୀଠରେ ନବରାତ୍ର ପୂଜା

    ଆଜିଠାରୁ ଶକ୍ତିପୀଠରେ ଆରମ୍ଭ ହେଉଛି ନଅ ଦିନ ଧରି ମାଆଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା। ମାଆଙ୍କ ଆଗମନକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଶକ୍ତିପୀଠ। ନଅ ଦିନ ଧରି ବିଭିନ୍ନ ରୀତିନୀତି ଅନୁସାରେ ମାଆଙ୍କ ପୂଜା କରାଯିବ। ଏହି ଅବସରରେ ମାଆଙ୍କ ଦର୍ଶନ ପାଇଁ…

    Continue reading
    ପାର୍ବଣ ବେଳେ କାଚିବ ବର୍ଷା ପବନ

    ଆସୁଛି ବଡ଼ ବର୍ଷା ! ଏଥର ଧୋଇଯିବ ଦଶହରା ! ୧୩ରେ ଲଘୁଚାପ, ନେବ କି ବାତ୍ୟାର ରୂପ ? କ’ଣ କହୁଛି ପାଣିପାଗ ବିଭାଗର ପୂର୍ବାନୁମାନ ? ପାର୍ବଣ ବେଳେ କାଚିବ ବର୍ଷା ପବନ । ଫିକା ପଡିପାରେ ଦୁର୍ଗାପୂଜା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ