ଦଳିଦେଲା ଦନ୍ତା, ଜଣେ ମୃତ

ବିଶୋଇ: ନିଜ ଧାନ ଫସଲର ସୁରକ୍ଷା ପାଇଁ ବିଲକୁ ହାତୀ ଘଉଡାଇବା ପାଇଁ ଯାଇ ରାଇରଙ୍ଗପୁର ବନଖଣ୍ଡ ଅଧୀନ ମଣଦା ବନାଞ୍ଚଳ ଅନ୍ତର୍ଗତ ତୁଳସୀବଣି ବିଟ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ପୋଡାଗଡ଼ ପଞ୍ଚାୟତ ସ୍ଥିତ ରାଜପାଳ ଗ୍ରାମର ସଙ୍ଗା ବାରି (୫୫)।
ସୂଚନାଯୋଗ୍ୟ, ଗତକାଲି ସନ୍ଧ୍ୟା ପ୍ରାୟ ୮ ଘଟିକା ସମୟରେ ଏକ ଦନ୍ତା ଓ ମାଈ ହାତୀ ରାଜପାଳ ଗ୍ରାମ ନିକଟସ୍ଥ ବିଲକୁ ପାଚିଲା ଧାନ ଫସଲ ଖାଇବା ପାଇଁ ଆସିଥିଲେ। ଏହି ସମୟରେ ନିକଟସ୍ଥ ଗ୍ରାମବାସୀ ବିଲକୁ ହାତୀ ଘଉଡାଇବା ପାଇଁ ଯାଇଥିବା ବେଳେ ଉକ୍ତ ଦୁଇ ଗୋଟି ହାତୀ ଲୋକଙ୍କ ଉପରେ ପାଲଟା ଆକ୍ରମଣ କରିଥିଲେ। ତେବେ ଘଟଣାରେ ସଙ୍ଗା ନିଜକୁ ରକ୍ଷା କରି ନପାରି ହାତୀ କବଳରେ ପଡ଼ି ଯାଇଥିଲେ।ଘଟଣା ସ୍ଥଳରେ ସଙ୍ଗାକୁ ହାତୀ ଦଳି ଚକଟି ଦେଇଥିଲା ଫଳରେ ଘଟଣା ସ୍ଥଳରେ ସଙ୍ଗାଙ୍କ ମୃତ୍ୟୁ ଘଟିଥିଲା।
ଖବରପାଇ ଏସିଏଫ ତଥା ମଣଦା ବନାଞ୍ଚଳ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରିଣୀ ସୁଶ୍ରୀ ଧରିତ୍ରୀ ମୁର୍ମୁଙ୍କ ସମେତ ମଣଦା ଓ ବରେହିପାଣି ରେଞ୍ଜର ସମସ୍ତ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ମୃତ ଶରୀର ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁରକୁ ପଠାଇଥିଲେ। ସଙ୍ଗାଙ୍କ ପରିବାର ଗରିବ ଶ୍ରେଣୀର ଥିବାବେଳେ ଚାଷ କରି ନିଜ ପରିବାର ପ୍ରତିପୋଷଣ କରିଥାନ୍ତି। ତେଣୁ ଯଥା ଶୀଘ୍ର ସଙ୍ଗାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

  • Related Posts

    ହସ୍ତତନ୍ତ ପିନ୍ଧି ଓଡ଼ିଶା ବାସୀ ପାଳିଲେ “ଆମ ପୋଷାକ ଆମ ପରିଚୟ” ଦିବସ

    ୨ ଏପ୍ରିଲ, ୨୦୨୬, ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳନ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦ୍ଵିତୀୟ ଦିବସରେ ଓଡ଼ିଶା ବାସୀ ପାରମ୍ପରିକ ପୋଷାକ…

    Continue reading
    ରାଜ୍ୟରେ ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର

    ଭୁବନେଶ୍ଵର : ରାଜ୍ୟରେ ଜନଗଣନାକୁ ନେଇ ଆସିଲା ବଡ଼ ଅପଡେଟ୍। ପ୍ରଥମ ଦିନରେ ସ୍ଵଜନଗଣନା କରିଛନ୍ତି ୧୭ ହଜାର ଲୋକ। ସ୍ଵଜନଗଣନା ପ୍ରକ୍ରିୟାରେ ଅଧିକରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ୍ କଲେ ମୁଖ୍ୟ ଶାସନ ସଚିବ ଏବଂ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ