ଦିନ 1ଟା ସୁଦ୍ଧା ପଶ୍ଚିମବଙ୍ଗରେ 62.18% ଓ ତାମିଲନାଡୁରେ 56.81% ମତଦାନ

ଭୋଟ ଦେଉଛନ୍ତି ପଶ୍ଚିମବଙ୍ଗ ଓ ତାମିଲନାଡୁବାସୀ । ସକାଳ 7ଟାରୁ 2ଟି ରାଜ୍ୟରେ ମତଦାନ ଆରମ୍ଭ ହୋଇଛି । ପଶ୍ଚିମବଙ୍ଗରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟିଂ ହେଉଛି । 294ଟି ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ 152ଟି ଆସନରେ ମତଦାନ ହେଉଛି । ପ୍ରାୟ 1.75 କୋଟି ମହିଳା ସମେତ 3.60 କୋଟିରୁ ଅଧିକ ଭୋଟର ଆଜି ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି । ବାକି 142ଟି ଆସନରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ 29 ତାରିଖରେ ଅନୁଷ୍ଠିତ ହେବ ।

ତାମିଲନାଡୁରେ ସମସ୍ତ 234ଟି ନିର୍ବାଚନ ମଣ୍ଡଳୀରେ ମତଦାନ ଆରମ୍ଭ ହୋଇଛି । ମୋଟ 5 କୋଟି 73 ଲକ୍ଷ 43 ହଜାର 291 ଜଣ ଭୋଟର ସେମାନଙ୍କର ମତାଧିକାର କରିବେ । ନିର୍ବାଚନ ମଇଦାନରେ ଥିବା 4 ହଜାର 23 ଜଣ ପ୍ରାର୍ଥୀଙ୍କ ନିର୍ବାଚନୀ ଭାଗ୍ୟ ପରୀକ୍ଷା କରୁଛନ୍ତି । ରାଜ୍ୟରେ ମୋଟ 75 ହଜାର 64ଟି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି ।

ନିର୍ବାଚନ କମିଶନ (ଇସି)ଙ୍କ ରିପୋର୍ଟ ଅନୁଯାୟୀ, ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଅପରାହ୍ନ 1ଟା ସୁଦ୍ଧା 56.81 ପ୍ରତିଶତ ମତଦାନ ହୋଇଛି । ଚେନ୍ନାଇ ଜିଲ୍ଲାରେ 54.58 ପ୍ରତିଶତ, ମଦୁରାଇରେ 54.75 ପ୍ରତିଶତ, କୋଏମ୍ବାଟୁରରେ 58.24 ପ୍ରତିଶତ ଏବଂ ତିରୁଚିରାପାଲିରେ 57.66 ପ୍ରତିଶତ ମତଦାନ ହୋଇଛି ।
ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଅପରାହ୍ନ 1ଟା ସୁଦ୍ଧା 62.18 ପ୍ରତିଶତ ଭୋଟର ସେମାନଙ୍କର ମତଦାନ ଦେଇଛନ୍ତି ।

  • Related Posts

    ଆଜି ଇସ୍ତଫା ଦେବେ ମଞ୍ଜୁଲତା ଓ ମୁକ୍ତିକାନ୍ତ

    ଭଦ୍ରକ: ଭଦ୍ରକରେ ଭଶୁଡୁଛି ବିଜେଡି ଗଡ଼। ଆଜି ଇସ୍ତଫା ଦେବେ ପୂର୍ବତନ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ । ପୂର୍ବତନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ବିଜେଡି ନେତା ଶଶି ସାହୁ ମଧ୍ୟ…

    Continue reading
    ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କର ବ୍ୟାଙ୍କିଙ୍ଗ ଲାଇସେନ୍ସ ରଦ୍ଦ

    ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ବଡ ନିଷ୍ପତ୍ତି ନେଇ ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ (ପିପିବିଏଲ)ର ବ୍ୟାଙ୍କିଙ୍ଗ ଲାଇସେନ୍ସକୁ ଆନୁଷ୍ଠାନିକ ଭାବେ ରଦ୍ଦ କରିଛି। ଏହି ପଦକ୍ଷେପ ଦୀର୍ଘ ଦିନରୁ ହେଉଥିବା ନିୟମକୁ ଅଣଦେଖା ଓ ଅଭିଯୋଗ ସମ୍ବନ୍ଧୀୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର