
ଭୁବନେଶ୍ବର: ଦୁଇ ଦିନର ବିରତି ପରେ ଆଜି ପୁଣି ସରଗରମ ହୋଇଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ । ଶୋକ ପ୍ରସ୍ତାବ ପରେ ଗୃହରେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ପୋଡିୟମ ନିକଟରେ ହଟ୍ଟଗୋଳ ସହିତ ନାରାବାଜି କରିଥିଲେ ବିରୋଧୀ। ଓଡ଼ିଶାକୁ ଭାଗ ଭାଗ କରିବା ଚଳିବ ନାହିଁ । ଓଡ଼ିଆ ଅସ୍ମିତା କୁଆଡେ ଗଲା ବୋଲି ପ୍ରଶ୍ନ କରି ବିଜେଡି ସଦସ୍ୟ ଗୃହ ମଧ୍ୟ ଭାଗରେ ପ୍ରତିବାଦ କରିଥିଲେ। ସେହିପରି ନାରୀ ସୁରକ୍ଷା ଦାବିରେ କଂଗ୍ରେସର ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ପରେ ଗୃହକୁ ଦିନ ୧୨ଟା ୯ ଯାଏଁ ମୁଲତବି କରିଛନ୍ତି ବାଚସ୍ପତି ।
ଆଜି ବିଧାନସଭା ଆରମ୍ଭହେବା ପରେ ପ୍ରଶ୍ନକାଳ ଆରମ୍ଭରୁ ହଟଗୋଳ ହୋଇଥିଲା। ଗୃହରେ ବିରୋଧୀ ଦଳର ବିଧାୟକମାନେ ହୋହଲ୍ଲା କରିଥିଲେ। ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟକୁ ନେଇ ବିଜେଡିର ବିଧାୟକମାନେ ଗୃହରେ ହଟ୍ଟଗୋଳ କରିଥିଲେ। ନାରୀ ନିର୍ୟାତନା ପ୍ରସଙ୍ଗରେ କଂଗ୍ରେସ ହଙ୍ଗାମା କରିଥିଲା। ବାଚସ୍ପତିଙ୍କ ପୋଡ଼ିୟମ ତଳେ ବିଜେଡି ଓ କଂଗ୍ରେସ ବିଧାୟକମାନେ ହଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ମଧ୍ୟାହ୍ନ ୧୨ଟା ୯ ଯାଏଁ ଗୃହକୁ ମୁଲତବି ରଖିବା ନେଇ ଘୋଷଣ କରିଥିଲେ।




