
ଭୁବନେଶ୍ଵର: ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଦିଲ୍ଲୀ ଗଲା ସିବିଆଇ ଟିମ୍। ସକାଳେ ଭୁବନେଶ୍ଵର ଷ୍ଟେସନ ଛାଡିଲା ସିବିଆଇର ଗୋଟିଏ ଟିମ୍। ତଦନ୍ତ ସମ୍ପର୍କିତ କିଛି କାଗଜପତ୍ର ନେଇ ଯାଇଥିବା ସିବିଆଇ କାର୍ୟ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ସିବିଆଇ ଦିଲ୍ଲୀ ଯିବାପରେ ବିଷ୍ଣୁପଦ ସେଠୀ କେଉଁଠି ହାଜର ହେବେ ତାକୁ ନେଇ ସସପେନ୍ସ ବଢିଛି। ଦିଲ୍ଲୀ ସିବିଆଇ ଅଫିସରେ ବିଷ୍ଣୁପଦ ସେଠୀ ହଜାର ହେବାକୁ ଚର୍ଚ୍ଚା ହେଉଛି।



