ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ଥିତିରେ ରହିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଅତି ନିମ୍ନ ସ୍ତରରେ ଥିବାରୁ ସହରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ ଚତୁର୍ଥ ଚରଣ (GRAP-4) ଜାରି କରାଯାଇଛି। ସ୍ଥିତିକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ସମସ୍ତ ସୀମାରେ ଚେକ୍ ପୋଷ୍ଟ ନାହିଁ। ଯାହାକୁ ନେଇ ଦିଲ୍ଲୀ ପୁଲିସ ଉପରେ ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ।
ଜଷ୍ଟିସ ଏଏସ୍ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ବାୟୁ ଗୁଣବତ୍ତା ପ୍ରବନ୍ଧନ ଆୟୋଗ (CAQM) ଅଧିନିୟମ ଆଧାରରେ ଦିଲ୍ଲୀ ପୁଲିସ କମିଶନରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ବିଚାର କରାଯାଉଛି। କାରଣ ବାୟୁ ପ୍ରଦୂଷଣ ଅତି ସାଂଘାତିକ ସ୍ଥିତିରେ ପହଞ୍ଚିଲା ପରେ ସହରରେ ୧୮ ନଭେମ୍ବରରୁ GRAP-4 ଜାରି କରାଯାଇଛି। ଏହାକୁ ସଠିକ ଭାବରେ ପାଳନ କରାଯାଉଛି କି ନାହିଁ, ତାହାର ତଦାରଖ କରିବା ପାଇଁ ସହରର ସମସ୍ତ ଚେକ୍ ପୋଷ୍ଟରେ ପୁଲିସ ଅଧିକାରୀଙ୍କୁ ନିଯୋଜିତ କରାଯିବା କଥା। ହେଲେ ଏପର୍ଯ୍ୟନ୍ତ କେବଳ ୨୩ଟି ଚେକ୍ ପଏଣ୍ଟରେ ପୁଲିସ ଅଧିକାରୀଙ୍କୁ ନିଯୋଜିତ କରାଯାଇଛି।
GRAP-4 ନିୟମ ଗୁଡ଼ିକ ସହରରେ ସଠିକ ଭାବେ ଲାଗୁ କରାଯାଇଛି କି ନାହିଁ, ତାହାର ତଦାରଖ କରିବାକୁ ବାର କାଉନ୍ସିଲର ୧୩ ଜଣ ସଦସ୍ୟଙ୍କୁ ଦାୟିତ୍ଵ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏହି ତଦାରଖ କମିଟି ସୋମବାର ଏହାର ରିପୋର୍ଟ କୋର୍ଟଙ୍କ ନିକଟରେ ଦାଖଲ କରିଥିଲେ। ଯେଉଁଥିରୁ ସହରର ସୀମାରେ କୌଣସି ଚେକପୋଷ୍ଟରେ ସଠିକ ଭାବେ କାର୍ଯ୍ୟ କରାଯାଉନାହିଁ ବୋଲି ଜଣାପଡ଼ିଥିବା ସୁପ୍ରିମକୋର୍ଟ ଦିଲ୍ଲୀ ସରକାରକୁ ଜଣାଇଛନ୍ତି। ଏପରିକି ଅଧିକାଂଶ ଚେକପୋଷ୍ଟରେ ପୁଲିସ ଅଧିକାରୀ ନିୟୋଜିତ ହୋଇନଥିବା ଏବଂ ଏଗୁଡ଼ିକ ଦିଲ୍ଲୀ ମହାନଗର ନିଗମ କର୍ମଚାରୀଙ୍କ ଦ୍ଵାରା ପରିଚାଳିତ ହେଉଥିବା କୋର୍ଟ କହିଛନ୍ତି।
ଆଜିଠାରୁ PUCC ଯାଞ୍ଚ କଡ଼ାକଡ଼ି: ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା
ଭୁବନେଶ୍ବର:ଆଜିଠାରୁ କଡ଼ାକଡ଼ି ହେବ PUCC ଯାଞ୍ଚ । ଧରାପଡ଼ିଲେ ଗଣିବେ ୧୦ ହଜାର ଟଙ୍କା ଜରିମାନା। ଆଜି ଠାରୁ ସାରା ରାଜ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟାକୁ ଅଧିକ କଡ଼ାକଡ଼ି କରାଯାଇଛି। ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ…




